Thyroid ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ଯ, ହୋଇଥାଏ ବିଷ ସମାନ ! (Health Tips)

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ ଥାଇରଏଡ଼ ସମସ୍ୟା ଥିଲେ, ଆପଣ କେଉଁ କେଉଁ ଖାଦ୍ୟ ଖାଇବେ ନାହିଁ ? ଥାଇରଏଡ଼ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ । ଗୋଟେ ହେଉଛି ହାଇପୋ-ଥାଇରଏଡ଼ ଏବଂ ଅନ୍ୟଟି ହେଉଛି ହାଇପର-ଥାଇରଏଡ଼ । ଯେତେବେଳେ ଶରୀରର ଥାଇରଏଡ଼ ଗ୍ରନ୍ଥି ଦୁର୍ବଳ ହୋଇଯାଏ ସେତେବେଳେ ହଇପୋ-ଥାଇରଏଡ଼ ଦେଖା ଯାଇଥାଏ । ଏହି ଥାଇରଏଡ଼ ହେଲେ ମଣିଷ ଶରୀରର ମୋଟାପଣ ଦୃତ ଗତିରେ ବୃଦ୍ଧି ପାଇଥାଏ ।

ଏମିତି ସମସ୍ୟା ଥିଲେ ଆପଣଙ୍କୁ ନିଜ ଖାଦ୍ୟ ପ୍ରତି ସଜାଗ ରହିବା ଉଚିତ । କିଛି ଖାଦ୍ୟ ଥାଏ ଯାହା ଥାଇରଏଡ଼ ସମସ୍ୟା କୁ ଗୁରୁତର କରାଇଥାଏ । କେଉଁ କେଉଁ ଖାଦ୍ୟରୁ ଆପଣ ଦୂରେଇ ରହିବେ ଚାଲନ୍ତୁ ସେହି ବିଷୟରେ ବିସ୍ତାର ଭାବେ ଜାଣିବା । ୧;- ସୋୟବିନ ଥାଇରଏଡ଼ ରୋଗ ର ସବୁଠୁ ବଡ଼ ଶତ୍ରୁ ହୋଇଥାଏ । ଯଦି ସାଧାରଣ ମଣିଷ ପ୍ରତିଦିନ ସୋୟାବିନ ର ସେବନ କରିବେ ତେବେ ତାଙ୍କ ଶରୀରରେ ଥାଇରଏଡ଼ ହର୍ମନ ର ଅଭାବ ହୋଇଯାଇଥାଏ । ଅର୍ଥାତ୍ ହାଇପୋ-ଥାଇରଏଡ଼ ସମସ୍ୟା ଦେଖାଯାଇଥାଏ । ଆପଣ ଖାଦ୍ୟରେ ସୋରିଷ ତେଲ ର ବ୍ୟବହାର କରନ୍ତୁ ।

୨;- ଗ୍ଲୁଟିନ ଜାତୀୟ ଖାଦ୍ୟ ରୁ ଦୂରେଇ ରୁହନ୍ତୁ । ଗ୍ଲୁଟିନ ସାଧାରଣତ ହେଉଛି ମଇଦା ତିଆରି ଖାଦ୍ୟ ଯେମିତିକି ପାଉଁରୁଟି । ଯଦି ଆପଣ ମଇଦା ତିଆରି ଖାଦ୍ୟ ଖାଇଥାନ୍ତି, ଏହା ହଜମ ହେବାକୁ ବହୁତ ସମୟ ଲାଗିଥାଏ ଓ ଶରୀରରେ ପୋଷୋକ ତତ୍ତ୍ଵ ର ଅଭାବ ଦେଖାଦେଇଥାଏ ।

୩;- ବ୍ରୋକୋଲି, ଫୁଲକୋବି, ବନ୍ଧାକୋବି ଏବଂ ସୋରିଷ । ଥାଇରଏଡ଼ ରୋଗୀଙ୍କୁ ଏହିସବୁ ଖାଦ୍ୟଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ ।

୪;- ଚିନିର ଉପଯୋଗ କମ କରନ୍ତୁ । ଥାଇରଏଡ଼ ରୋଗୀଙ୍କ ପାଇଁ ଚିନିର ବ୍ୟବହାର ବହୁତ ହାନିକାରକ ହୋଇଥାଏ । ଥାଇରଏଡ଼ ରୋଗ ହେଲେ ଶରୀରର ମେଟାବୋଲିସିମ୍ ଧୀର ହୋଇଯାଏ ଓ ଶରୀର ର ଓଜନ ବୃଦ୍ଧି ପାଇଥାଏ । ତେଣୁ ଆପଣ ଚିନିର ସେବନ ଠାରୁ ଦୂରରେ ରୁହନ୍ତୁ । ଚିନି ଏପରି ଏକ ଜିନିଷ ଯାହାକୁ ଖାଇଲେ ଶରୀରକୁ କୌଣସି ପୋଷୋକ ତତ୍ତ୍ଵ ମିଳି ନ ଥାଏ ।

୫;- ଜଙ୍କଫୁଡ ର ସେବନ ଆଦୌ କରିବା ଉଚିତ ହୋଇ ନ ଥାଏ । ଯେମିତିକି ମଇଦା ଜାତୀୟ ଜିନିଷ, ତେଲ ଭାଜି ଜିନିଷ ଓ ଚର୍ବି ଜାତୀୟ ଜିନିଷ, ଆଦି ଜଙ୍କଫୁଡ୍ ମଧ୍ୟରେ ରହିଥାଏ । ଏହି ସବୁ ସେବନ ଦ୍ଵାରା ମୋଟାପା ବଢ଼ିଥାଏ । ମୋଟାପା ବଢିଲେ ଥାଇରଏଡ଼ ହରମନ କମିଥାଏ । ଜଙ୍କଫୁଡ୍ ରେ କୌଣସି ପୋଷୋକ ତତ୍ତ୍ଵ ନ ଥାଏ । ଏହା ଶରୀରରେ ଚର୍ବି ବଢାଇ ଥାଏ, ଏବଂ ଏହା ବ୍ଲଡ଼ ପ୍ରେଶର ବଢାଇ ଥାଏ । ତେଣୁ  ଜଙ୍କଫୁଡ୍ ର ସେବନ କରନ୍ତୁ ନାହିଁ ।

୬;- ଶେଷରେ କଫିର ସେବନ କରନ୍ତୁ ନାହିଁ । ଆପଣ ଯଦି ଥାଇରଏଡ଼ ଔଷଧ ଖାଉଛନ୍ତି, ତେବେ କଫି ଭୁଲ ରେ ବି ପିଅନ୍ତୁ ନାହିଁ । ନହେଲେ ଆପଣଙ୍କ ଔଷଧର ପ୍ରଭାବକୁ ହ୍ରାସ କରିଥାଏ । ଯଦି ଚାହା କିମ୍ବା କଫି ର ଅଭ୍ୟାସ ଥାଏ, ତେବେ ଏହାକୁ ବିନା ଚିନିରେ ପିଇବାକୁ ଅଭ୍ୟାସ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *