ବନ୍ଧୁଗଣ, ହିନ୍ଦୁ ଧର୍ମରେ ପୂଜା ଭାରତରେ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଅଟେ । ପୂଜା କରି ଆମ୍ଭେ ଭଗବାନଙ୍କୁ ସନ୍ତୁଷ୍ଟ କରି ଆମ୍ଭ ମାନଙ୍କ ଦୈନନ୍ଧିନ ଜୀବନରେ ଆମେ ଅନେକ ଶୁଭଫଳ ଲାଭ କରିଥାଊ । ଭଗବାନ ଆମ୍ଭର ସମସ୍ତ ମନୋକାମନା ପୂରଣ କରିବା ସହିତ ସମସ୍ତ ଅସୁବିଧା କୁ ଦୂର କରିଦେଇଥାନ୍ତି ।
ଏଣୁ ଆମ୍ଭେ ଭଗବାନ ଙ୍କ ନିକଟରେ ଭୋଗ, ଧୂପ, ଦୀପା ଆଦି ଅନେକ ପ୍ରକାରର ବ୍ୟବସ୍ଥା କରିଥାଉ । ଭୋଗ କରିବା ବେଳେ ନଡିଆ କୁ ମଧ୍ୟ ଭୋଗ ରୂପେ ଲଗାଇଥାଉ । ଭଗବାନ ଙ୍କ ନିକଟରେ ନଡିଆ ବାଡେଇ ନିଜ ମନୋସ୍କାମନା ସମ୍ବନ୍ଧରେ କହିଲେ, ତାହା ପୂରଣ ହୁଏ ବୋଲି ବିଶ୍ଵାସ ରହିଅଛି । ମାତ୍ର ନଡିଆ ବାଡେଇବା ସମୟରେ ଏହା ଶୁଭ ସଂକେତ ଦେଇଥାଏ କିଅବା ଅଶୁଭ ସଂକେତ ଦେଇଥାଏ ଏହା ବିଷୟରେ ଆସନ୍ତୁ ବର୍ତ୍ତମାନ ଜାଣିବା ।
ସାଧାରଣତ ନଡିଆ ବାଡେଇଲା ବେଳେ ତାହା ଖରାପ ବାହାରିଲେ ତାହା ଅଶୁଭ ବୋଲି କୁହାଯାଇଥାଏ । ଏହାଦ୍ଵାରା ଠାକୁର ଅଶାନ୍ତି ହୁଅନ୍ତି ବୋଲି ଆମ୍ଭେ ଚିନ୍ତା କରିଥାଉ । ଏହା ସହିତ ଅନେକ ପ୍ରକାରର ଚିନ୍ତାଧାରା ଆମ୍ଭ ମନକୁ ଆସିଥାଏ । ମାତ୍ର ଏହିସବୁ ଚିନ୍ତା ଆଦୌ ବାସ୍ତବିକ ନୁହେଁ । ଏହା ଅଶୁଭ ହୋଇନଥାଏ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
ପୁରାଣ ଶାସ୍ତ୍ର ଅନୁଯାୟୀ କୌଣସି ଭୋଗ ସାମଗ୍ରୀ ମଧ୍ୟରୁ ଯଦି କିଛି ଖରାପ ବାହାରେ ତେବେ ଏହାକୁ ଭଗବାନ ଖାଇଲେ ବୋଲି ମାନାଯାଇଥାଏ । ଆମ୍ଭେ ଜାଣିବା ଆବଶ୍ୟକ ଯେ ଏହି ଖରାପ ନଡିଆ ଠାକୁରଙ୍କ ପାଖରେ ପ୍ରତ୍ୟକ୍ଷ ଭାବରେ ଗ୍ରହଣୀୟ ହୋଇ ସାରିଛି । ଏହା ସହିତ ଭଗବାନ ଆମ୍ଭ ଉପରେ ସନ୍ତୁଷ୍ଟ ଅଛନ୍ତି ବୋଲି ଜଣାଯାଇଥାଏ ।
ଆମ ହିନ୍ଦୁ ଧର୍ମ ରେ ଏପରି ଅନେକ କଥା ତଥା ରହସ୍ୟ ମାନ ରହିଅଛି ଯାହା ସମ୍ବନ୍ଧରେ ପ୍ରାଏ ଭକ୍ତ ଜାଣି ନାହାଁନ୍ତି । ଶାସ୍ତ୍ର ଅନୁଯାୟୀ ପୂଜା ସମୟରେ ଭଗବାନ ଙ୍କୁ ସନ୍ତୁଷ୍ଠ କରିବା ଲାଗି ଯେଉଁ ସବୁ ଉପାୟ ମାନ କରିବା କଥା ତାହା ନିଶ୍ଚିତ କରିବା କଥା । ଯଦି ଆପଣ ଭଗବାନ ଙ୍କ ଆରାଧନା କରିବା ସମୟରେ ମନଧ୍ୟାନ ଲଗାଇ ପୂଜାର୍ଚ୍ଚନା କରନ୍ତି ତେବେ ଖୁବ ଶୀଘ୍ର ଆପଣଙ୍କୁ ତାହାର ପୂଣ୍ୟ ଫଳ ମିଳିଥାଏ ।
ମାତ୍ର ଆପଣ କୌଣସି କଠିନ ପରିଶ୍ରମ ଅଥବା କାର୍ଯ୍ୟ କରିବା ପୂର୍ବରୁ ଥରେ ମାତ୍ର ଭଗବାନ ଙ୍କୁ ସ୍ମରଣ କରି ଦେଖନ୍ତୁ । ଆପଣଙ୍କର ସମସ୍ତ କାର୍ଯ୍ୟ ନିଶ୍ଚିତ ସଫଳ ତଥା ସହଜ ହୋଇଯିବ । ମାତ୍ର ମନରେ ଆସ୍ଥା ତଥା ବିଶ୍ଵାସ ରହିବା ଆବଶ୍ୟକ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ