ବନ୍ଧୁଗଣ, ସାଧାରଣତ ମନୁଷ୍ୟ ଜୀବନରେ ଭଲ ଏବଂ ଖରାପ ଉଭୟ ସମୟ ଆସିଥାଏ । ଦୁନିଆରେ ସମସ୍ତେ ପ୍ରାଏ ଖରାପ ସମୟରୁ ବଞ୍ଚିବାକୁ ଭଲ ପାଇଥାନ୍ତି । ଏଥି ନିମନ୍ତେ ମନୁଷ୍ୟ କୁ ସର୍ବଦା ଭଗବାନ ଙ୍କୁ ମନେ ପକାଇବା ଆବଶ୍ୟକ ।
କିଛି ଲୋକେ ଖରାପ ସମୟରେ ଭଗବାନ ଙ୍କୁ ମନେ ପକାଇଥାନ୍ତି । ଏବଂ ଭଗବାନ ଏମାନଙ୍କ ଦୁଖ ଶୁଣି ଯେତେବେଳେ ଏମାନଙ୍କ ଉପରେ ନିଜର କୃପା ଦୃଷ୍ଟି ପକାଇଥାନ୍ତି, ସେତେବେଳେ ମନୁଷ୍ୟ ନିଜ ଖୁସି ରେ ଏତେ ମଜିଯାଇଥାନ୍ତି ଯେ ସେମାନେ ଭଗବାନଙ୍କୁ ମଧ୍ୟ ଭୁଲିଯାଇଥାନ୍ତି । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ କିଛି ଖରାପ ଏବଂ ଭଲ ସମୟ ଆସିବା ପୂର୍ବବାରୁ ଭଗବାନ ଆମ୍ଭକୁ ବିଶେଷ ସଙ୍କେତ ଦେଇଥାନ୍ତି । ମାତ୍ର ଆମ୍ଭେ ସେହି ସବୁକୁ ସହଜରେ ବୁଝିପାରିନଥାଉ ।
ହିନ୍ଦୁଧର୍ମରେ ମାତା ଲକ୍ଷ୍ମୀ ଙ୍କୁ ଧନର ଲକ୍ଷ୍ମୀ ବୋଲି ମାନ୍ୟତା ଦିଆଯାଇଅଛି । ଯେଉଁ ବ୍ୟକ୍ତି ନିଜ ହୃଦୟର ସହିତ ମାତା ଲକ୍ଷ୍ମୀ ଙ୍କ ପୂଜା କରେ ତାଙ୍କ ଉପରେ ମାତା ଲକ୍ଷ୍ମୀ ନିଶ୍ଚିତ ଭାବରେ ପ୍ରସନ୍ନ ହୋଇଥାନ୍ତି । ବିଷ୍ଣୁ ପୁରାଣ ଅନୁଯାୟୀ ମାତା ଲକ୍ଷ୍ମୀ ସେହି ଘରେ ବାସ କରିବା ପୂର୍ବରୁ ସେହି ଘରେ କିଛି ସଙ୍କେତମାନ ଦେଇଥାନ୍ତି । ଆସନ୍ତୁ ଜାଣିବା ସେହି ସଙ୍କେତ ସମ୍ବନ୍ଧରେ ।
୧- ପେଚ୍ଚା ମାତା ଲକ୍ଷ୍ମୀ ଙ୍କର ବାହାନ ଅଟେ । ଯଦି ଆପଣଙ୍କୁ କେଉଁଠାରେ ପେଚ୍ଚା ଦେଖାଯାଏ ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଅଛି ବୋଲି ଜାଣି ନିଅନ୍ତୁ । ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ଜାଣି ନିଅନ୍ତୁ । ଆପଣଙ୍କୁ ମାତା ଲକ୍ଷ୍ମୀ ଙ୍କ ପୂଜା କରିବା ଉଚିତ ।
୨- ସବୁଜ ପନିପରିବା;- ଯଦି ଆପଣଙ୍କୁ ସବୁଜ ପନିପରିବାର ଆଭାସ ହୁଏ ଅଥବା ଆପଣ ସ୍ଵୋପ୍ନ ରେ ସବୁଜ ପଣି ପାରିବା ଦେଖନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ପ୍ରବେଶ ହେବାକୁ ଯାଉଅଛି ।
୩- ଝାଡୁ;- ଝାଡୁ ମାତା ଲକ୍ଷ୍ମୀ ଙ୍କ ପ୍ରତିବିମ୍ବ ସ୍ୱରୂପ ବୋଲି କୁହାଯାଇଅଛି । କାରଣ ମାତା ଲକ୍ଷ୍ମୀ ଙ୍କୁ ସଫାସୁତରା ରହିବାକୁ ଭଲ ଲାଗିଥାଏ । ଆପଣ ସକାଳେ ଅଥବା ସନ୍ଧ୍ୟାରେ ବାହାରକୁ ବାହାରୁଥିବା ସମୟରେ ଯଦି କେହି ଝାଡୁ ମାରୁଥିବାର ଦେଖନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରି ସାରିଛନ୍ତି ବୋଲି ଜାଣନ୍ତୁ ।
୪- ଶଙ୍ଖ;- ଯଦି ସଖାଳୁ ଉଠିବା ମାତ୍ରେ ହିଁ ଶଙ୍ଖ ର ଧ୍ୱନି ଅଥବା ଶଙ୍ଖ ର ଆବାଜ ଶୁଣିବାକୁ ମିଳେ, ତେବେ ଏହାର ଅର୍ଥ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଅଛି ।
୫- ଆଖୁ;- ଆପଣ ଆଖୁ କୁ ସିଦ୍ଧି ବିନାୟକ ଙ୍କୁ ଅର୍ପଣ କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏଠି ନିମନ୍ତେ ସଖାଳୁ ଉଠିବା ମାତ୍ରେ ଯଦି ଆପଣ ଆଖୁ ଦେଖୁଛନ୍ତି ତେବେ ଆପଣଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିବା ପାଇଁ ଯାଉଛନ୍ତି । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।