ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ? କଣ କୁହନ୍ତି ଭଗବାନ ଶ୍ରୀ କୃଷ୍ଣ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମରେ ସାପକୁ ପୂଜନୀୟ ବୋଲି ମାନି ନିଆ ଯାଇଥାଏ ଏବଂ ହିନ୍ଦୁ ଧର୍ମ ଗ୍ରନ୍ଥ ରେ ସାପ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି। ରାମାୟଣ, ମହାଭାରତ ଏବଂ ହିନ୍ଦୁ ପୁରାଣ ରେ ମଧ୍ୟ ସାପ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି।

କେତେକ ସ୍ଥାନରେ ସାପକୁ ଦେବତା ର ସ୍ୱରୂପ ବୋଲି ମାନନ୍ତି ଏବଂ କେତେକ ସ୍ଥାନରେ ସାପ ମୃତ୍ୟ ର ପ୍ରତୀକ ହୋଇଯାଏ। ସାପ ଆମ ଜୀବନ ସହିତ ଜଡ଼ିତ ଥାଏ। ଯେବେ ରାତ୍ରି ରେ ଶୋଇବା ସମୟରେ କେବେ ସାପ ଆପଣଙ୍କ ସ୍ବପ୍ନ ରେ ଦେଖା ଦେଇଥାଏ ତେବେ ଆପଣ ନିଶ୍ଚିତ ଭାବରେ ଚମକି ପଡ଼ନ୍ତି ଏବଂ ଡରି ଯାଇଥାନ୍ତି।

ଆପଣ ମାନେ ଜାଣିବା ପାଇଁ ମଧ୍ୟ ଇଚ୍ଛା କରିଥାନ୍ତି। ମନରେ ଜିଜ୍ଞାସା ହୋଇଥାଏ ଯେ, ଏହା କୌଣସି ଅମଙ୍ଗଳ ର ସୂଚନା ଅଥବା ଅନ୍ୟ କିଛି। ସାପକୁ ସ୍ବପ୍ନ ରେ ଦେଖିବା ର ଭିନ୍ନ ଭିନ୍ନ ଅର୍ଥ ରହିଛି। କେବେ ଏହାକୁ ଶୁଭ ବୋଲି ମାନନ୍ତି ଏବଂ କେବେ ଏହାକୁ ଅଶୁଭ ବୋଲି ମାନି ନେଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ସ୍ୱପ୍ନ ଶାସ୍ତ୍ର ଅନୁସାରେ କହିବୁ ସାପକୁ ସ୍ବପ୍ନ ରେ ଦେଖିବା ଦ୍ୱାରା ଆମକୁ କଣ ସଙ୍କେତ ମିଳିଥାଏ। ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଯଦି ଆପଣ ନିଜ ସ୍ବପ୍ନ ରେ ସାପକୁ ଧରିବାର ଦେଖୁଛନ୍ତି ତେବେ ଏହାକୁ ଶୁଭ ବୋଲି ମାନି ନିଆ ଯାଇଥାଏ। ଏହିଭଳି ସ୍ବପ୍ନ ଦେଖିବାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ପ୍ରଚୁର ଧନ ସମ୍ପତ୍ତି ପ୍ରାପ୍ତ ହେବ ଏବଂ ଜୀବନ ର ସମସ୍ତ ସମସ୍ୟା ଦୂର ହେବ।

୨. ଯଦି ଆପଣ ସ୍ବପ୍ନ ରେ ସାପକୁ ମାରିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ମୃତ୍ୟ ର ସଙ୍କଟ ଦୁର ହେବ ଏବଂ ଆପଣ ଏହି ସଂକଟରୁ ରକ୍ଷା ପାଇବେ। ଏହାର ଅନ୍ୟ ଏକ ଅର୍ଥ ହେଉଛି ଆପଣ ନିଜ ଶତ୍ରୁକୁ ମଧ୍ୟ ମାତ୍ ଦେବେ।


୩. ଯଦି ଆପଣ ନିଜ ସ୍ବପ୍ନ ରେ ସାପ ଏବଂ ନେଉଳ ର ଲଢେ଼ଇ ଦେଖୁଛନ୍ତି ତେବେ ଏହାର ଅର୍ଥ ଭବିଷ୍ୟତ ରେ ଆପଣଂକୁ କୌଣସି ସରକାରୀ ବିଭାଗ ରୁ ନୋଟିସ ଆସିବାର ସମ୍ଭାବନା ରହିଛି ଏବଂ ଆପଣଂକୁ ଥାନା ଏବଂ କୋର୍ଟ କଚେରୀ ରେ କେଶ ଲଢ଼ିବା ନିମନ୍ତେ ଯିବାକୁ ପଡିପାରେ।

୪. ଯଦି ଆପଣ ସ୍ବପ୍ନ ରେ ସାପ ର ଦାନ୍ତ କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କ କୌଣସି ବିଶ୍ୱସ୍ତ ବ୍ୟକ୍ତି ଆପଣଙ୍କ ସହ ବିଶ୍ୱାସ ଘାତକତା କରିବେ। ଏଥିପ୍ରତି ସାବଧାନ ରୁହନ୍ତୁ।


୫. ଯଦି ଆପଣ ନିଜ ସ୍ବପ୍ନ ରେ ଆପଣଙ୍କୁ ସାପ କାମୁଡ଼ିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଭବିଷ୍ୟତ ରେ ଆପଣଙ୍କ ଉପରେ ଆସୁଥିବା କୌଣସି ସଙ୍କଟ ର ପ୍ରତୀକ ଅଟେ। ତେଣୁ ଆପଣ ସତର୍କ ରୁହନ୍ତୁ।

୬. ଯଦି ଆପଣଙ୍କ ସ୍ବପ୍ନ ରେ ଆପଣ ସାପ କୁ ବିଲ ଆଡ଼େ ଯିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ଅପାର ଧନ ପ୍ରାପ୍ତି ହେବାକୁ ଯାଉଛି। ଏହି ଧନ ଏଭଳି କ୍ଷେତ୍ରରେ ପ୍ରାପ୍ତି ହେବ ଯାହା କେବେବି ଜୀବନ ରେ ସମ୍ଭବ ହୋଇନଥାଏ।


୭. ଯଦି ଆପଣ ନିଜ ସ୍ବପ୍ନ ରେ ସାପକୁ ନିଜ ଆଡ଼କୁ ଆସୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ମୃତ୍ୟ ହେବାକୁ ଯାଉଛି। ଆପଣଙ୍କ ମୃତ୍ୟ ନିକଟ ରେ ଅଛି।

୮. ଯଦି ଆପଣ ନିଜ ସ୍ବପ୍ନ ରେ ଶିବଲିଙ୍ଗ ଉପରେ ସାପ କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ କୌଣସି ମନୋକାମନା ପୂର୍ଣ ହେବାକୁ ଯାଉଛି ଏବଂ ଆପଣଂକୁ ଭଗବାନ ଶିବ ଙ୍କ ଆଶୀର୍ବାଦ ପ୍ରାପ୍ତ ହେବାକୁ ଯାଉଛି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *