ସ୍ଵାମୀଙ୍କ ବସ୍ତ୍ର ଧୋଉଥିବା ସ୍ତ୍ରୀ ଓ ମା’ମାନେ ନିଶ୍ଚୟ ଦେଖନ୍ତୁ !

ନମସ୍କାସର ବନ୍ଧୁଗଣ ,ଏହି ବିଶ୍ଵର ସବୁଠାରୁ ପବିତ୍ର ସମ୍ପର୍କ ହେଉଛ ସ୍ଵାମୀ ଓ ସ୍ତ୍ରୀ ଙ୍କର   ।  ଏହି ସମ୍ପକ ପ୍ରେମ ଏବ ବିଶ୍ଵାସ ଦ୍ୱାରା ଗଠିତ ହୋଇଥାଏ । ଶାସ୍ତ୍ର କୁହେ ଯେ ସ୍ଵାମୀର ସେବା କରିବା ହେଉଛି ସ୍ତ୍ରୀ ର ଧର୍ମ । ସ୍ଵାମୀ ଯାହା ଵି କହୁ ସ୍ତ୍ରୀ ତାହାକୁ କରିଥାଏ ,ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କରେ କ’ଣ କେବଳ ସ୍ତ୍ରୀ ସେବା କରିବା ଉଚିତ । ଗୃହିଣୀ ଭୋର ସକାଳୁ ଉଠି ତାର ସ୍ଵାମୀ ଓ ପିଲାମାନକ ପାଇଁ ଖାଦ୍ୟ ଓ ଜଳପାନ ର ବ୍ୟବସ୍ଥା କରିଥାଏ ।

ଯେତେବେଳେ ସ୍ଵାମୀ  ଚାକିରୀ କ୍ଷେତ୍ରକୁ ବାହାରିଥାଏ ତେବେ ସ୍ତ୍ରୀ ବସ୍ତ୍ର ସଫା କରି ପ୍ରସ୍ତୁତ୍ର କରି ରଖିଥାଏ । ଦିନର  ଚବିଶ ଘଣ୍ଟା  ଅବିଶ୍ରାମ କାମ କରିଥାଏ । ପିଲାମାନକର ସହ ଶାଶୁ ଶଶୁରଙ୍କ ଦ୍ଵାୟିତ୍ଵ ନେଇଥାଏ । ଅନେକ ଥର ଘରେ ଲୋକ ନିଜର କାମ ସରିଲା ପରେ ମଧ୍ୟ ସ୍ମାର୍ଟ ଫୋନ ମାଧମରେ ସମୟ ଅତିବାହିତ କରିଥାନ୍ତି ।

ଗାଧୋଇବା ପାଇ ଯାଇଥିବା ଲୋକେ ବସ୍ତ୍ର ଛାଡି ଆସିଯାନ୍ତି । ସ୍ତ୍ରୀ ଦିନାସାରା ଏହି ସବୁ କାମ କରି ଥକି ଯାଏ ।ମାତ୍ର ସ୍ତ୍ରୀ ର ପରିଶ୍ରମକୁ କାର୍ଯ୍ୟରେ ପରିଗଣିତ କରାଯାଏ ନାହି । କିନ୍ତୁ ଯଦି ସ୍ଵାମୀ ଦିନ ସାରା କାର୍ଯ୍ୟ କରି ଆସିଥାଏ ଘରେ ସମସ୍ତେ ଏହା ପ୍ରତି ଗୁରୁତ୍ଵ ଦେଇଥାହାନ୍ତି । ସ୍ଵାମୀ ଘରକୁ ଆସିଲା ବେଳେକୁ ସ୍ତ୍ରୀ ଯେ କୋଣସି କାମ ରେ ଥିଲେ ମଧ୍ୟ ତାହାକୁ ଛାଡି ସ୍ଵାମୀ ର ସେବା ରେ ଲାଗି ଯାଏ ଜଳପାନ ଠାରୁ ଆରମ୍ଭ କରି ଖାଦ୍ୟ ବ୍ୟବସ୍ଥା କରିଥାନ୍ତି ।

ଏହା ନ ସରୁ ପିଲାମାନେ ବିଦ୍ୟାୟଳୟରୁ ଆସିଥାନ୍ତି ମା ‘ସ୍ଵାମୀ ସହ ପିଲାମାନକ କାମକୁ ମଧ୍ୟ କରିଥାନ୍ତି । ଜଣେ ମା ‘ ଏବଂ ସ୍ତ୍ରୀ ଭାବେ ସେ ଦିନ ସାରା କାମ କରି ଏକ ଦୁନିଆ ଗଠନ କରି ତାଙ୍କ ପାଇ  ହି ତାର ଚବିଶ ଘଣ୍ଟା ଭାବି ଥାଏ।

ସ୍ଵାମୀ ଓ ପିଲାମାନେ ମଧ୍ୟ ସ୍ତ୍ରୀ ବିଷୟରେ ଚିନ୍ତା କରିବା ଦରକାର । ଯେତେବେଳେ ଘରେ କାମ ଅଧିକା ଥାଏ ତେବେ ସ୍ଵାମୀ ଏବଂ ପିଲା ଦୁହେ ମା’ ଙ୍କର ରୋଷାଇ ଘର କାମ ବା ଭୋଜନ ନିଜେ ବାଢିନେବା ଇତ୍ୟାଦି କାମ ନିଜେ କରିବା ଦ୍ୱାରା ସ୍ତ୍ରୀ କାମ କମିଥାଏ । ସ୍ନାନ ପାଇଁ ଯାଇଥିବା ଘରର ସଦସ୍ୟ ଅଣ୍ଟାରୁ ନିମ୍ନ ଅଙ୍ଗ ବସ୍ତ୍ର କୁ ନିଜେ ସଫା କରିବା ଉଚିତ ।

ସ୍ତ୍ରୀ ମଧ୍ୟ ଘରର କିଛି ଭାର ସମସ୍ତକୁ ଦେବା ଦରକାର । ସମସ୍ତେ ମିଳିମିଶି କାର୍ଯ୍ୟ ଆଦାନ ପ୍ରଦାନ କରିବା ଦ୍ୱାରା ପରିବାର ସୁଖ ଶାନ୍ତି ଓ ହସ ଖୁସିରେ ଅତିବାହିତ ହୋଇଥାଏ । ଏକ ସୁଖଦାୟକ ପରିବାର  ନିମନ୍ତେ  ଏହା ଏକ ସୁନ୍ଦର ଶୋଳୀ ଅଟେ ।

Leave a Reply

Your email address will not be published. Required fields are marked *