ନମସ୍କାର ବନ୍ଧୁଗଣ । ଅଧିକାଂଶ ସମସ୍ତଙ୍କର ମନରେ ପ୍ରଶ୍ନ ଥାଏ କି ଦିନକୁ କେତେ ପାଣି ପିଇବା ଆବଶ୍ୟକ । ବନ୍ଧୁଗଣ ଆପଣ ତ ନିଶ୍ଚୟ ଶୁଣିଥିବେ, ଜଳ ବିହୁନେ ଜୀବ ନାସ ଓ ଜଳ ବିପୁଳେ ମଧ୍ୟ ଜୀବ ନାସ । ମଣିଷକୁ ବଞ୍ଚି ରହିବା ପାଇଁ ଜଳର ନିତ୍ୟାନ୍ତ ଆବଶ୍ୟକ ରହିଛି । କିନ୍ତୁ ଅତ୍ଯାଧିକ ଜଳ ମଧ୍ୟ ଏକ ବହୁତ ବଡ ସମସ୍ଯାର କାରଣ ହୋଇପାରେ । ସମସ୍ତଙ୍କୁ ସୁସ୍ଥ ରହିବାକୁ ହେଲେ ନିହାତି ପ୍ରତିଦିନ ଶରୀରର ଆବଶ୍ୟକ ମୁତବକ ଜଳ ପିଇବା ଉଚିତ୍ ।
ବନ୍ଧୁଗଣ ଆପଣ ଜାଣନ୍ତି କି, ଅତ୍ଯାଧିକ ଜଳ ପିଇବା ଦ୍ଵାରା କିଡନି ଉପରେ କୁପ୍ରଭାବ ପଡିଥାଏ । ବନ୍ଧୁଗଣ କିଛି ଲୋକଙ୍କର ଚିନ୍ତା ଧାରା ରହିଥାଏ କି, ଯଦି ଆମେ ଅଧିକ ପାଣି ପିଇବା ତେବେ ଆମେ ସମସ୍ତ ରୋଗ ଜନିତ ସମସ୍ୟାରୁ ଦୂରରେ ରହିବା । କିନ୍ତୁ ଏହା ବାସ୍ତବରେ ଏକ ଭୁଲ ଧାରଣା ଅଟେ ।
କାରଣ ବନ୍ଧୁଗଣ ସବୁ ଜିନିଷର ଏକ ସୀମା ରହିଛି । ସେହିପରି ପାଣି ପିଇବାର ମଧ୍ୟ ଏକ ସୀମା ଅଛି । କେଉଁ ବୟସର ମଣିଷ କେତେ ମାତ୍ରରେ ପାଣି ପିଇବା ଉଚିତ୍ । ଯଦି ସେ ସେହି ସୀମାରୁ ଅଧିକ ବା କମ ମାତ୍ରାରେ ପାଣି ପିଆଯାଏ, ତେବେ ତାହା ଏକ ଚିନ୍ତାର ବିଷୟ ହୋଇପାରେ ।
ଯେପରିକି ଏକ ସାଧାରଣ ମଣିଷକୁ ଏକ ଦିନରେ ୩ ରୁ ୪ ଲିଟର ପାଣି ପିଇବାର ଆବଶ୍ୟକ । ଯଦି ସେ ତାହାଠାରୁ କମ କିମ୍ବା ଅଧିକ ପାଣି ପିଉଅଛି, ତେବେ ସେ ଭିନ୍ନ ଭିନ୍ନ ରୋଗର ସମ୍ମୁଖୀନ ହୋଇପାରେ । ବିଜ୍ଞାନ କହେ କି ଏକ ସାଧାରଣ ବ୍ୟକ୍ତି ଦିନକୁ ୨ ରୁ ଅଢେଇ ଲିଟର ପାଣି ପିଇବା ଉଚିତ । ଅର୍ଥାତ ୭ ରୁ ୮ ଗ୍ଲାସ ।
ତାହା ଛଡା ଆପଣ କେତେ ପାଣି ପିଇବେ ଏହା ଆପଣଙ୍କର କାମ ଉପରେ ନିର୍ଭର କରେ କି, ଆପଣ ଗୋଟେ ଦିନରେ କି କି କାମ କରୁଛନ୍ତି । ଅର୍ଥାତ ଯଦି ଆପଣ କ୍ଷେତରେ କାମ କରିଥାନ୍ତି , କିମ୍ବା ଦୈନିକ କୌଣସି ଜିମ ଯାଉଥାଆନ୍ତି ଏବ॰ ଆପଣଙ୍କ ଶରୀରରୁ ଅଧିକ ମାତ୍ରାରେ ସବୁବେଳେ ଝାଳ ବୋହୁଅଛି । ତେବେ ଆପଣ ୩ ରୁ ୪ ଲିଟର ପାଣି ପିଇ ପାରିବେ ।
କିନ୍ତୁ ଯଦି ଆପଣ ଘରେ ରହି କାମ କରୁଥାନ୍ତି, ତେବେ ଆପଣଙ୍କ ପାଇଁ ୨ ରୁ ୨.୫ ଲିଟର ପାଣି ଯଥେଷ୍ଟ ହୋଇଥାଏ । ବନ୍ଧୁଗଣ କିନ୍ତୁ ଖାଇବା ସମୟରେ ସଙ୍ଗେ ସଙ୍ଗେ ପାଣି କଦାପି ପିଇବା ଉଚିତ ହୋଇନଥାଏ । ସବୁବେଳେ ଖାଇବା ର କିଛି ସମୟ ପୂର୍ବରୁ ଓ ଖାଇବାର କିଛି ସମୟ ପରେ ପାଣି ପିଇବା ଉଚିତ୍ ।
ବନ୍ଧୁଗଣ ତାହାଛଡା ରାତିରେ ନିଦରୁ ଉଠି ଅଧିକ ପାଣି ପିଇବା ଅନୁଚିତ । ଏବ॰ ନିତ୍ୟାନ୍ତ ଆପଣ ବ୍ୟାୟାମ ମଧ୍ୟ କରନ୍ତୁ ଯାହାଦ୍ବାରା ଆପଣ ବିଭିନ୍ନ ରୋଗ ରୁ ମୁକ୍ତ ହୋଇ ପାରିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ଆମ ପେଜ ଟିକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ