ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ବହୁତ ଲୋକଙ୍କର କେଶ ସମସ୍ଯା ଦେଖା ଯାଉଛି । ଯେମିତିକି କେଶ ଝଡିବା, କେଶ ଦୁଇ ମୁହାଁ ହେବା, ଡ୍ରାନଡ୍ରଫ ଏଭଳି ଅନେକ କେଶ ସମସ୍ଯା ଲୋକମାନଙ୍କ ପାଖରେ ଦେଖାଯାଉଛି । କେଶ ଝଡିବାର ଅନେକ କାରଣ ମଧ୍ୟ ରହିଛି । ଯେପରି ସ୍ଟ୍ରେସ, ପରିବେଶ, ଡ୍ରାଣ୍ଡ୍ରଫ୍ଫ, ପାଣି, ପୁଷ୍ଟି ହୀନତା ଏପରି କୌଣସି କାରଣ ପାଇଁ କେଶ ସମସ୍ଯା ଦେଖା ଯାଇଥାଏ ।
ଉଭୟ ପୁରୁଷ କିମ୍ବା ମହିଳାଙ୍କ କ୍ଷେତ୍ରରେ ଏହି କେଶ ସମସ୍ଯା ଦେଖା ଯାଇଥାଏ । ଯେଉଁଥି ପାଇଁ ସେମାନେ ନିଜର କେଶ ପାଇଁ ବହୁତ ଚିନ୍ତିତ ରହିଥିବାର ଦେଖା ଯାଇଥାଏ । ଯଦି ଆପଣଙ୍କ ଖାଦ୍ୟ ରୁଟିନରେ ଆପଣ ଅଣ୍ଡା, ବାଦାମ, ଜିଙ୍କ, ଭିଟାମିନ-ସି ଆଡ୍ କରନ୍ତୁ । ଏପରି ପୋଷକ ନିଜ ଖାଇବାରେ ଆଡ୍ କରି ଖାଉଛନ୍ତି । ତେବେ ବହୁ ପରିମାଣରେ ଆପଣଙ୍କ କେଶ ଝଡିବା କମିଯିବ ।
ଅଣ୍ଡାରେ ପ୍ରୋଟିନ ଓ ବାୱୋଟିନ ରହୁଛି, ସେହି କାରଣରୁ ଏହା ଆପଣଙ୍କ ଚୁଟିକୁ ଷ୍ଟ୍ରଙ୍ଗ ଏବଂ ହେଲଦି ରଖିବ । ପ୍ରତିଦିନ ଯଦି ଖାଇବାରେ ନଟ୍ସ ଆଡ୍ କରି ଖାଉଛନ୍ତି । ଏଥିରୁ ଆପଣଙ୍କୁ ଭିଟାମିନ ଜିଙ୍କ ମିଳିଯିବ । ଯାହାକି କେଶ ପାଇଁ ବହୁତ ଭଲ ହୋଇଥାଏ । ପାଳଙ୍ଗ ଶାଗ ଖାଇବା ଦ୍ଵାରା ଆପଣଙ୍କ କେଶ ଝଡିବା କମିବା ସହ ହେୟାର ହେଲଦି ରହିଥାଏ । ସଜନା ଶାଗ, କାପସିକମ ଏହା ଖାଇବା ଦ୍ଵାରା ଆପଣଙ୍କୁ ଭିଟାମିନ-ସି ମିଳିଯାଇଥାଏ ।
ଏହି ଭିଟାମିନ-ସି କେଶ ପାଇଁ ବହୁତ ଭଲ ହୋଇଥାଏ । ସପ୍ତାହକୁ ଦୁଇ ଥର ଭଲ ଭାବରେ ସାମ୍ପୁରେ ହେୟାର ୱାଶ କରିବା ଉଚିତ । ଭଲ ଭାବରେ ଚୁଟିରେ ତେଲ ଲଗାଇ ପ୍ରତିଦିନ ଚୁଟିର ଯତ୍ନ ନେବା ଉଚିତ । ନିଜର ଖାଇବାରେ ଅତ୍ୟଧିକ ଫାଟ ଯୁକ୍ତ ଖାଦ୍ଯ କିମ୍ବା ବେଶି ମିଠା ଖାଇବା ଭଲ ନୁହେଁ । ସବୁ ଖାଦ୍ୟରୁ କିଛି କିଛି ପରିମାଣର ସ୍ଵାସ୍ଥ ଉପଯୋଗୀ ଖାଦ୍ଯ ଖାଆନ୍ତୁ । ଯାହାକି ଏହା ଆପଣଙ୍କ ସମଗ୍ର ଶରୀର ତଥା କେଶ ଉପରେ ବହୁତ ଭଲ ପ୍ରଭାବ ପକାଇଥାଏ ।
କାନସର ରୋଗୀ ମାନଙ୍କ କ୍ଷେତ୍ରରେ ଚୁଟି ଝଡିବା ଏକ ସାଧାରଣ ସମସ୍ଯା ଅଟେ । ଯେହେତୁ ସେମାନେ କ୍ୟାନ୍ସର ଟ୍ରିଟମେଣ୍ଟରେ ଥାନ୍ତି । ବହୁତ ପ୍ରକାର ପାୱାର ଫୁଲ୍ଲ ମେଡିସିନ ଖାଇଥାନ୍ତି । ସେହି ଯୋଗୁ ତାଙ୍କର ବହୁତ ଚୁଟି ଝଡି ଥାଏ । ସେମାନେ ବ୍ୟସ୍ତ ନ ହେଇକି ନିଜ କେଶ ପାଇଁ ଉପଯୋଗୀ ହେଲଦି ଖାଦ୍ୟ ଖାନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜର ଟ୍ରିଟମେଣ୍ଟ କରନ୍ତୁ ।
ସବୁବେଳେ କେଶ ଝଡିବା କାରଣରୁ ଚିନ୍ତିତ ନ ହୋଇକି ଇଆଡୁ ସିଆଡୁ ମେଡ଼ିସିନ ନ ଖାଇକି ନିଜର ଖାଦ୍ଯ ଉପରେ ଧ୍ୟାନ ଦିଅନ୍ତୁ । ଚୂନା ମାଛ, ପାଳଙ୍ଗ ଶାଗ, ନଟ୍ସ, ଏଗ୍ ଏପରି ହେଲଦି ଖାଦ୍ୟ ଖାନ୍ତୁ । ଏହା ଆପଣଙ୍କ ସ୍ଵାସ୍ଥ ଓ କେଶ ଉଭୟ ପାଇଁ ସ୍ଵାସ୍ଥକର ହୋଇଥାଏ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ