Vastu Tips- ସ୍ତ୍ରୀ ଯଦି ଏହି ୫ ଟି କାମ କରେ ସ୍ୱାମୀ ଓ ପରିବାର ଉପରକୁ ଆସିଥାଏ ଭୟଙ୍କର ସଙ୍କଟ, ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଘରର ବୋହୁ ବା ଝିଅ ଙ୍କୁ ଘରର ଲକ୍ଷ୍ମୀ କୁହାଯାଏ । ଘରର ସ୍ତ୍ରୀ ମାନଙ୍କ ଉପରେ ପୁରୁଷର ସମୃଦ୍ଧି ନିର୍ଭର କରିଥାଏ । ଯେଉଁ ନାରୀ ଘରର ସମସ୍ତ କାର୍ଯ୍ୟ ଅତି ନିଖୁଣ ଭାବେ ସମ୍ପୂର୍ଣ୍ଣ କରିଥାନ୍ତି ସେ ଘରର ବହୁତ ସମୃଦ୍ଧି ହୋଇଥାଏ ।

କିନ୍ତୁ କିଛି ଏପରି କାର୍ଯ୍ୟ ଅଛି ଯାହାକୁ ମହିଳା ମାନେ ଆଦୋୖ କରିବା ଉଚିତ ନୁହେଁ ଏହାକୁ କରିବା ଦ୍ୱାରା ଘରକୁ ଲକ୍ଷ୍ମୀ ଆସି ନ ଥାନ୍ତି ଲକ୍ଷ୍ମୀ ଗୃହ ତ୍ୟାଗ କରିଥାନ୍ତି । ପ୍ରାଚୀନ କାଳ ରୁ ଘରର ବୋହୁ ଏବଂ ଝିଅଙ୍କୁ ଘରର ଲକ୍ଷ୍ମୀ ଭାବେ ଗ୍ରହଣ କରାଯାଇଛି । ଘରେ ଲକ୍ଷ୍ମୀ ଙ୍କ ବାସ କରିବା ମଧ୍ୟ ଘରର ବୋହୁ ଓ ଝିଅଙ୍କ ଉପରେ ନିର୍ଭର କରିଥାଏ । ଜଣେ ନାରୀ ଚାହିଁଲେ ଘରକୁ ସ୍ୱର୍ଗ ବନେଇଦେଇ ପାରେ ଏବଂ ସେହି ନାରୀ ଚାହିଁଲେ ଘରକୁ ନର୍କ ମଧ୍ୟ କରି ପାରେ ।

ଶାସ୍ତ୍ର ଅନୁସାରେ ଏପରି କିଛି କାର୍ଯ୍ୟ ଅଛି ଯାହାକୁ ଘରର ବୋହୁ କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ଆସିବ ସାଙ୍ଗରେ ଅଶାନ୍ତିକର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ କଥା ଟି ହେଉଛି, ଯେଉଁ ଘରର ନାରୀ ଖାଦ୍ୟ ଖାଇବା ସମୟ ରେ ଗୋଡ଼ ହଲାଇ ଥାଆନ୍ତି ତେବେ ଏହାଦ୍ବାରା ମାତାଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଏପରି କରିବା ଦ୍ୱାରା ପରିବାର ସଦସ୍ୟ ରୋଗଗ୍ରସ୍ତ ହୋଇ ପାରନ୍ତି ଏବଂ କୌଣସି ସଦସ୍ୟ ଙ୍କ ଚାକିରୀ ମଧ୍ୟ ଯାଇପାରେ । ତେଣୁ ଏପରି ଭୁଲ କରନ୍ତୁ ନାହିଁ ।

୨. ବନ୍ଧୁଗଣ ଦ୍ଵିତୀୟ କଥାଟି ହେଉଛି, ଝାଡୁରେ ନାରୀ ମାନେ ପାଦ ଦେବା ଉଚିତ ନୁହେଁ । ଝାଡୁ ରେ ପାଦ ପକାଇବା ଦ୍ୱାରା ଘରେ ଦରିଦ୍ରତା ଦେଖାଯାଇଥାଏ ଏବଂ ଅଶାନ୍ତି ମଧ୍ୟ ଦେଖା ଯାଇଥାଏ । କୁହାଯାଏ କି ଝାଡୁରେ ସ୍ୱୟଂ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ତେଣୁ ଝାଡୁରେ ପାଦ ପକାଇବା ଦ୍ଵାରା ଘରୁ ଲକ୍ଷ୍ମୀ ଛାଡି ଯାଇଥାନ୍ତି । ତେଣୁ ଝାଡୁରେ ପାଦ ଦେବା ଉଚିତ ନୁହେଁ ।

୩. ବନ୍ଧୁଗଣ ତୃତୀୟ ରେ ହେଉଛି ଅଇଁଠା ବାସନ କୁ ଚୁଲି ଉପରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଲକ୍ଷ୍ମୀ ଗୃହ ତ୍ୟାଗ କରିଥାନ୍ତି । କିଛି ନାରୀ ଥାନ୍ତି ଯେଉଁମାନେ ରାତିରେ ଅଇଁଠା ବାସନ କୁ ଚୁଲି ଉପରେ ରଖି ସୋଇ ପଡ଼ିଥାନ୍ତି । ଶାସ୍ତ୍ର ଅନୁସାରେ ଏହା ଦ୍ଵାରା ଘରୁ ଲକ୍ଷ୍ମୀ ଛାଡି ଯାଇଥାନ୍ତି ଓ ଘରେ ଦାରିଦ୍ର୍ୟତା ଆସିଥାଏ । ତେଣୁ ଏପରି କରନ୍ତୁ ନାହିଁ ।

୪. ବନ୍ଧୁଗଣ ଚତୁର୍ଥ କଥା ହେଉଛି ଯଦି କୌଣସି ନାରୀ ଘରର ଦ୍ଵାର ସମ୍ମୁଖରେ ବସିକି ଖାଦ୍ୟ ଗ୍ରହଣ କରିଥାନ୍ତି । ତେବେ ସେ ଘରକୁ ଲକ୍ଷ୍ମୀ ଆସି ନଥାନ୍ତି ଏବଂ ଘରୁ ଲକ୍ଷ୍ମୀ ଛାଡି ଯାଇଥାନ୍ତି । ତେଣୁ ଘରର ଦ୍ଵାର ସମ୍ମୁଖରେ ବସି ଖାଦ୍ୟ ଗ୍ରହଣ କରିବା ଆଦୋୖ ଉଚିତ ନୁହେଁ ।

୫. ବନ୍ଧୁଗଣ ପଞ୍ଚମ କଥା ହେଉଛି ଅପରାହ୍ନରେ ଘର ଝାଡୁ କରିବା । ଯଦି କୌଣସି ନାରୀ ପ୍ରାତଃ ସମୟରେ ଝାଡୁ କରିବା ବଦଳରେ ଅପରାହ୍ନ କିମ୍ବା ରାତି ରେ ଝାଡୁ କରିଥାନ୍ତି ତେବେ ସେହି ଘରୁ ମଧ୍ୟ ଲକ୍ଷ୍ମୀ ଛାଡିଯାଇଥାନ୍ତି । ତେଣୁ ସବୁ ଦିନ ସକାଳୁ ଘର ଝାଡୁ କରିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *