ବନ୍ଧୁଗୁଣ ନମସ୍କାର, ବନ୍ଧୁଗଣ ଦୁନିଆ ରେ ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହିଁଥାଏ । ଧନୀ ହେବା ପାଇଁ ବ୍ୟକ୍ତି ରୋଜଗାର କରିଥାଏ । କିଛି ବ୍ୟକ୍ତି ଙ୍କୁ ରୋଜଗାର କରିବାର ପନ୍ଥା ମିଳିନଥାଏ ଏବଂ କିଛି ବ୍ୟକ୍ତି ରୋଜଗାର କରିଲେ ମଧ୍ୟ ତାହା ତାଙ୍କୁ ଅଣ୍ଟି ନଥାଏ ।
ଜ୍ୟୋତିଷ ଶାସ୍ତ୍ର ରେ ଏଭଳି ଅନେକ ଗୁଡ଼ିଏ ଉପାୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଯେଉଁ ଉପାୟ ଗୁଡ଼ିକୁ ଅବଲମ୍ବନ କରିବା ଦ୍ୱାରା ମନୁଷ୍ୟ ଧନବାନ ହୋଇଥାଏ । ସେହିପରି ପବିତ୍ର ଶ୍ରାବଣ ମାସରେ ମଧ୍ୟ କିଛି ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହେବ । ଏହି ଶ୍ରାବଣ ମାସ ଭୋଳାନାଥ ଙ୍କୁ ସମର୍ପିତ ଅଟେ । ଆଜି ଆମେ ଆପଣଙ୍କୁ ଧନ ପ୍ରାପ୍ତି ନିମନ୍ତେ ହଳଦୀ ଦ୍ଵାରା କିଛି ଉପାୟ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମତଃ, ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜର ଇଚ୍ଛା ପୂର୍ଣ୍ଣ ହେବା ନିମନ୍ତେ ବିଭିନ୍ନ ଉପାୟ ର ପ୍ରୟୋଗ କରିଥାନ୍ତି । କିନ୍ତୁ ତାଙ୍କୁ କୌଣସି ଲାଭ ମିଳି ନଥାଏ । ତେଣୁ ନିଜର ଇଚ୍ଛା ପୂର୍ତ୍ତି ନିମନ୍ତେ ଆପଣ ଗୋଟିଏ କଦଳୀ ଗଛ ରେ ଦୁଇଟି ହଳଦୀ ଖଣ୍ଡ କୁ ନେଇ ରଖି ଦିଅନ୍ତୁ । ଏହା ଗୁରୁବାର ଦିନ କରନ୍ତୁ । ୭ ଦିନ ରଖିବା ପରେ ଆପଣ ସେହି ହଳଦୀ ଖଣ୍ଡ କୁ ଆସନ୍ତା ଗୁରୁବାର ଦିନ କଦଳୀ ଗଛ ମୂଳ ରୁ କାଢ଼ି ଆଣନ୍ତୁ ଏବଂ ତାକୁ ନିଜ ଘରେ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ମନରେ ଥିବା ସମସ୍ତ ଇଚ୍ଛା ପୂର୍ଣ୍ଣ ହେବ ଏବଂ ଆପଣଙ୍କ ଘରେ ଧନର ଆଗମନ ମଧ୍ୟ ହେବ ।
୨. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣଙ୍କୁ ପ୍ରାୟ ସମୟ ଧରି ରୋଗ ଲାଗି ରହୁଛି ଓ ଆପଣ ସ୍ଵସ୍ଥ ହେଉ ନାହାନ୍ତି ଏବଂ ଯଦି ଆପଣ ଏହା ଅନୁଭବ କରୁଛନ୍ତି ଯେ, ଆପଣଙ୍କ ଚାରିପାଖରେ ନକରାତ୍ମକ ଶକ୍ତି ଘୁରି ବୁଲୁଛି, ତେବେ ଆପଣ ଏଥିରୁ ମୁକ୍ତି ପାଇବା ନିମନ୍ତେ ଦୁଇଟି ହଳଦୀ ଖଣ୍ଡ କୁ ନେଇ ତୁଳସୀ ଗଛ ମୂଳ ରେ ପୋତି ଦିଅନ୍ତୁ ।
ଏହି ଉପାୟ ରବିବାର ବ୍ୟତୀତ ଅନ୍ୟ କୌଣସି ଦିନ ରେ କରନ୍ତୁ । ଏହାପରେ ୭ ଦିନ ପରେ ସେହି ହଳଦୀ କୁ ତୁଳସୀ ଗଛ ମୂଳ ରୁ କାଢ଼ି ଏକ ତାବିଜ ରେ ଭର୍ତ୍ତି କରି ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀର ରେ ଥିବା ରୋଗ ସମ୍ପୂର୍ଣ୍ଣ ରୂପରେ ଦୂର ହୋଇଯିବ ଏବଂ ସକରାତ୍ମକ ଉର୍ଜା ର ସୃଷ୍ଟି ହେବ ।
୩. ବନ୍ଧୁଗଣ ତୃତୀୟତଃ, ଧନ ପ୍ରାପ୍ତି ନିମନ୍ତେ ଆପଣ ଗୁରୁବାର କିମ୍ବା ଶୁକ୍ରବାର ଦିନ ଏକ ଅଁଳା ଗଛ ମୂଳ ରେ ଦୁଇଟି ହଳଦୀ ଖଣ୍ଡ କୁ ନେଇ ପୋତି ଦିଅନ୍ତୁ । ଏହାର ୭ ଦିନ ପରେ ଆପଣ ସେହି ହଳଦୀ କୁ କାଢ଼ି ଆପଣଙ୍କ ଘରେ ଥିବା ସନ୍ଦୂକ ରେ ରଖି ଦିଅନ୍ତୁ ।
ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନ ରେ ଧନର ଆଗମନ ହେବ ତଥା ଟଙ୍କା ର ବର୍ଷା ହେବ କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ । ତେଣୁ ଆପଣ ମାନେ ଏହି ଉପାୟ କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।