ସାପ କାମୁଡିଲେ କ’ଣ କରିବେ ? ତୁରନ୍ତ କରନ୍ତୁ ଏହି କାମ, ବଞ୍ଚିଯିବ ଜୀବନ (Dr NB Singh)

ପ୍ରତିବର୍ଷ ଆମ ଦେଶରେ ସାପ କାମୁଡା ଖବର ଅନେକ ସ୍ଥାନ ରୁ ମିଳିଥାଏ । ଯାହା ମଧ୍ୟରୁ କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ । ଶେଷ ୨ବର୍ଷ ମଧ୍ୟରେ ପାଖାପାଖି ୫୮,୦୦୦ ଲୋକଙ୍କ ମୃତ୍ୟୁ ସାପ କାମୁଡିବା ଦ୍ଵାରା ହୋଇଛି ବୋଲି ଜଣାପଡେ । ବର୍ଷା ଋତୁ ରେ ପ୍ରାୟତଃ ଜାଗା ଜାଗା ରେ ସାପ ଦେଖା ଯାଏ । ତେଣୁ ଆମ କୁ ସାବଧାନ ରହିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ । ତେବେ ଆସନ୍ତୁ ସିନିୟର ମେଡ଼ିସିନ ସ୍ପେଶ୍ୟାଲିଷ୍ଟ, ଡାଃ. NB Singh ଙ୍କ ଠାରୁ ଜାଣିବା ସାପ କାମୁଡିଲେ କ’ଣ କରିବା ଉଚିତ୍ ।

ଯଦି ଆମେ ଲକ୍ଷଣ ମାନଙ୍କ ବିଷୟକୁ ଦେଖିବା ତେବେ ପ୍ରଥମେ ଯେଉଁ ସ୍ଥାନରେ ସାପ କାମୁଡିଥାଏ, ସେହି ସ୍ଥାନରେ ୨ଟି କାମୁଡା ଚିହ୍ନ ଦେଖିବାକୁ ମିଳେ ତାହା ସହ କିଛି ଅଳ୍ପ ମାତ୍ର ରେ ରକ୍ତ ମଧ୍ୟ ବାହାରିବା ଦେଖାଯାଇଥାଏ । ସାପ କାମୁଡିଛି ନା ନାହିଁ ଏହା ତ ଦେଖିବା ମାତ୍ରେ ହିଁ ଜଣା ପଡିଥାଏ, କିନ୍ତୁ ସାପଟି ବିଷାକ୍ତ ଅଟେ ନା ନାହିଁ ଏହା ଜାଣିବା ପାଇଁ ସାପ କାମୁଡିଥିବା ବ୍ୟକ୍ତି ର ରକ୍ତ ପରୀକ୍ଷା କରାଇବାକୁ ପଡିଥାଏ । ଯାହାଦ୍ୱାରା ଜଣା ପଡି ଯାଇଥାଏ କି ସାପ ଟି ବିଷକ୍ତ ନା ନାହିଁ ।

ଏହାଛଡା ସାପ କାମୁଡିଥିବା ସ୍ଥାନଟି ଶକ୍ତ ହୋଇ ଯାଇଥାଏ । ଏବ॰ ବ୍ୟକ୍ତି କୁ ଥକା ଅନୁଭବ ହେବା ସହ ବ୍ଯକ୍ତି ଚେତା ହରାଇଲା ଭଳି ଅନୁଭବ କରେ । ଯଦି ଏହିପରି ଲକ୍ଷଣ ମାନ ଦେଖା ଦିଏ ତେବେ ଏହାର ଅର୍ଥ କାମୁଡିଥିବା ସାପ ଟି ବିଷାକ୍ତ ଅଟେ । ସାପ ଯେଉଁ ସ୍ଥାନ ରେ କାମୁଡେ ସେହି ସ୍ଥାନ ର କିଛି ଉପର ସ୍ଥାନରେ ଏକ ଦଉଡି କିମ୍ବା କପଡା ଦ୍ଵାରା ବାନ୍ଧିଦେବା ଉଚିତ । ତାହା ସହ ନିକଟସ୍ଥ ଚିକିତ୍ସାଳୟ କୁ ନେଇ ଜୀବ ଉଚିତ୍ । ଯାହା ଦ୍ଵାର ବ୍ୟକ୍ତି ର ରକ୍ତ ଯାଞ୍ଚ କରି ଶୀଘ୍ର ଚିକିତ୍ସା ଆରମ୍ଭ କରାଯାଇଥାଏ । 

ସାପ କାମୁଡିଲେ ବ୍ୟକ୍ତି କୁ  ହଟାତ୍ ନ ଡରି ସହାସ ର ସହ କାମ କରିବା ଉଚିତ । କୌଣସି ଝଡା, ଫୁଙ୍କା, କିମ୍ବା ଗୁଣିଆ ବାବା ପାଖକୁ ନା ଯାଇ ଯଥା ଶୀଘ୍ର ନିକଟସ୍ଥ ଚିକିତ୍ସାଳୟ କୁ ଯାଇ ଦେଖାଇବା ଉଚିତ୍ । ସମସ୍ତ ସରକାରୀ ଚିକିତ୍ସାଳୟ ରେ ସାପ କାମୁଡା ବ୍ୟକ୍ତି ର ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ହୋଇଥାଏ । ତେଣୁ କୌଣସି ତନ୍ତ୍ର ମନ୍ତ୍ର ବାବା ପାଖକୁ ଯାଇ ଅନ୍ଧବିଶ୍ଵାସରେ ପଡି ସମୟ ନଷ୍ଟ କରିବା ଉଚିତ୍ ନୁହେଁ ।

ଯଦି ସାପ କାମୁଡୁଛି ତେବେ ନ ଡରି, କୌଣସି ଅନ୍ଧବିଶ୍ଵାସର ଶିକାର ନ ହୋଇ ପ୍ରଥମେ ସାପ କାମୁଡିଥିବା ସ୍ଥାନ ର କିଛି ଉପରକୁ ଅର୍ଥାତ କ୍ଷତ ର ପାଖାପାଖି ୬ ଇଞ୍ଚ ଉପରକୁ ଏକ କପଡା କିମ୍ବା ଦଉଡି ଦ୍ଵାରା ଭଲ ଭାବରେ ବାନ୍ଧି ଦେବା ଉଚିତ । ଏବ॰ ଯଥା ଶୀଘ୍ର ନିକଟସ୍ଥ ଚିକିତ୍ସାଳୟ କୁ ନେଇ ଯିବା ଉଚିତ୍ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *