ନମସ୍କାର ବନ୍ଧୁଗଣ, ଜୀବନରେ ପ୍ରକୃତରେ ସତ ବାଟରେ ଏବଂ ସତ ହୃଦୟ ନେଇ ଚାଲୁଥିବା ମଣିଷ ବହୁତ କମ ଅଛନ୍ତି । ଯେଉଁ ବ୍ୟକ୍ତି ସର୍ବଦା ସତ କହିଥାନ୍ତି ଏବଂ ଭଗବାନଙ୍କ ପାଇଁ ନ୍ଵେଶ୍ଚାବର ଥାନ୍ତି ସେମାନଙ୍କ କଥାକୁ ଭଗବାନ କେବେ ମଧ୍ୟ କାଟିପାରନ୍ତି ନାହିଁ ଏବଂ ବିଧିର ନିୟମକୁ ମଧ୍ୟ ଭଗବାନ ନିଜ ଭକ୍ତର କଥା ରକ୍ଷା ପାଇଁ ବଦଳାଇ ଦେଇଥାନ୍ତି । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଏଭଳି ଏକ କାହାଣୀ
ଯେଉଁଥିରୁ ଆପଣ ଜାଣିବା ପାଇଁ ପାଇବେ ସତ ମାର୍ଗରେ ଏବଂ ଭଗବାନଙ୍କ ନିଷ୍ଠାରେ ଥିବା ବ୍ୟକ୍ତି କିଭଳି ଭଗବାନଙ୍କ ସଦୃଶ ହୋଇଥାନ୍ତି । ଗୋଟିଏ ଦେଶରେ ଜଣେ ଦୟାବାନ ଏବଂ ଧାର୍ମିକ ରାଜା ଥିଲେ ତାଙ୍କ ପତ୍ନୀ ମଧ୍ୟ ତାଙ୍କ ଭଳି ଦୟାବାନ ଏବଂ ଧାର୍ମିକ ଥିଲେ । କିନ୍ତୁ ତାଙ୍କର କୌଣସି ବି ସନ୍ତାନ ଜାତ ହେଉ ନଥିଲେ ସେ ନିସନ୍ତାନ ଥିଲେ ।
ଯେତେ ଦାନ ଧର୍ମ ପୂଜା ବିଧି କଲେ ମଧ୍ୟ ସନ୍ତାନ ପ୍ରାପ୍ତି ହେଉନଥିଲା । ଶେଷରେ ସେମାନେ ସନ୍ତାନ ଆଶା ଛାଡି ରାଜ୍ୟର ପ୍ରଜା ମାନଙ୍କୁ ନିଜର ସନ୍ତାନ ଭାବି ନେଇଥିଲେ ଏବଂ ତାଙ୍କର ସେବା ଯତ୍ନ କରୁଥିଲେ । ଦିନେ ତାଙ୍କ ରାଜ ମହଲକୁ ନାରଦ ଆସିଲେ । ରାଜା ରାଣୀ ନାରଦଙ୍କ ପାଦ ପୂଜା କରି ତାଙ୍କର ଅନେକ ସେବା ଯତ୍ନ ନେଲେ । ରାଜା ତାଙ୍କୁ ନିଜର ସନ୍ତାନ ନଥିବା କଥା କହିଲେ ।
ନାରଦ ଏହା ଶୁଣି କହିଲେ ମୁଁ ନାରାୟଣଙ୍କୁ ପଚାରି ଆସି କହିବି ଆପଣଙ୍କର କେବେ ସନ୍ତାନ ହେବ । ରାଜା କହିଲେ ହଉ ଠିକ ଅଛି । ନାରଦ ଯାଇ ନାରାୟଣଙ୍କୁ ଏହି କଥା କହିବାରୁ ନାରାୟଣ କହିଲେ ତାଙ୍କର ସାତ ଜନ୍ମ ପର୍ଯ୍ୟନ୍ତ ସନ୍ତାନ ହେବ ନାହିଁ । ନାରଦ ଆସି ରାଜାଙ୍କୁ ସେହି କଥା କହିଲେ ରାଜା ରାଣୀ ମନ ଦୁଃଖ କଲେ ପୁଣି ନିଜକୁ ସମ୍ଭାଳି ପ୍ରଜାଙ୍କୁ ସନ୍ତାନ ଭାବି ସମୟ ବିତାଇଲେ ।
ଏହି ଘଟଣାର କିଛି ଦିନ ଯିବା ପରେ ଜଣେ ଅତି ଦୁର୍ବଳ ଦେଖା ଯାଉଥିବା ସାଧୁ ଆସି ତାଙ୍କ ମହଲ ସାମ୍ନାରେ ପହଞ୍ଚି ରାଜାଙ୍କୁ ଦାନ ଭିକ୍ଷା କଲେ । ରାଜା ସେହି ସାଧୁ ଜଣଙ୍କୁ ମହଲ ଭିତରକୁ ଡାକି ବସାଇ ତାଙ୍କ ସେବା କରିବାକୁ ଲାଗିଲେ । ଏହି ସମୟରେ ସାଧୁ କହିଲେ କଣ ଏତେ ବଡ ରାଜା ଉଆସରେ କାହାର ମଧ୍ୟ ସୋର ଶବଦ ନାହିଁ ଛୁଆଙ୍କ କୋଳାହଳ ମଧ୍ୟ ନାହିଁ । ରାଜା କହିଲେ ଆଞା ମୁଁ ସନ୍ତାନ ଅଟେ ।
ସାଧୁ ଏହାଶୁଣି କହିଲେ ହଉ ମନ ଦୁଃଖ କରନି ତୁମର ଗୋଟିଏ ପୁତ୍ର ସନ୍ତାନ ହେବ । ରାଜା କହିଲେ ନାରାୟଣ ତ ମନା କରିଥିଲେ ସାଧୁ ଏହି କଥା ନଶୁଣି କହିଲେ ଯାଅ ତମର 7ଟା ପୁତ୍ର ସନ୍ତାନ ହେବ । ଏହା ହିଁ ସତ୍ୟ ହେଲା ସାଧୁଙ୍କ କଥା ରହିଲା ରାଜାଙ୍କର 7 ବର୍ଷରେ 7ଟି ସନ୍ତାନ ହେଲା । ନାରଦ 10 ବର୍ଷ ପରେ ରାଜା କିଭଳି ଅଛନ୍ତି ଦେଖିବା ପାଇଁ ଆସିଲେ ଏବଂ ଦେଖିଲା ବେଳକୁ ତାଙ୍କର 7ଟି ଛୁଆ ।
ନାରଦ ଲଜ୍ଜିତ ହୋଇ ନାରାୟଣଙ୍କ ପାଖକୁ ରାଗ ରାଗ ତମ ତମ ହୋଇଗଲେ ଏବଂ ପଚାରିଲେ ଆପଣ ମତେ କାହିଁକି ମିଥ୍ୟା ପ୍ରମାଣିତ କଲେ । ଆପଣ ତ କହିଥିଲେ ତାଙ୍କର ସନ୍ତାନ ହେବ ନାହିଁ । ଏହାପରେ ନାରାୟଣ କହିଲେ ଯାଅ ଜଣେ ସାଧୁଙ୍କୁ କହିବ ସେ ତାଙ୍କ ହୃଦୟ କାଢି ମତେ ଦେବେ କାରଣ ମୋ ଦେହ ଭଲ ନାହିଁ ଆଉ ଜଣକ ହୃଦୟ ମତେ ମିଳିଲେ ହିଁ ମୁଁ ବଞ୍ଚିବି । ନାରଦ ସବୁ ସାଧୁଙ୍କୁ ପଚାରିଲେ ସମସ୍ତେ ତାଙ୍କ ପାଗଳ କହି ଘଉଡାଇ ଦେଉଥିଲେ ।
ଶେଷରେ ନାରଦ ରାଜାଙ୍କୁ ସାତ ପୁତ୍ରର ଆଶ୍ରିବାଦ ଦେଇଥିବା ସାଧୁଙ୍କୁ ଏହି କାଥା କହିଲେ । ସାଧୁ ଏହି କଥା ଶୁଣି ସଙ୍ଗେ ସଙ୍ଗେ ତାଙ୍କ ହୃଦୟକୁ ଦେବାକୁ ବାହାରିବା ବେଳକୁ ନାରାୟଣ ଆସି ପ୍ରକଟ ହେଲେ । ନାରାୟଣ ଯେଉଁ ସାଧୁ ଭକ୍ତ ନିଜ ଜୀବନ ମୋ ପାଇଁ ଦେବାକୁ ତିଳେ ମାତ୍ର ପଛାଉ ନାହିଁ ସେହି ସାଧୁ କହିଥିବା କଥାକୁ ମୁଁ ବା କିଭଳି ରକ୍ଷା କରିନଥାନ୍ତି । ସେଥିପାଇଁ ମୁଁ ରାଜାଙ୍କୁ ସାତ ପୁତ୍ର ପ୍ରଦାନ କଲି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।