Vastu Tips- ଶୋଇବା ସମୟରେ ଏହି ୩ଟି ଭୁଲ କଲେ ଆସିଥାଏ ଦରିଦ୍ରତା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ପ୍ରତ୍ୟେକ ମନୁଷ୍ୟ ପାଇଁ ନିଦ୍ରା ଅତ୍ୟନ୍ତ ଆବଶ୍ୟକ । ସଠିକ ଭାବରେ ନ ଶୋଇବା ଦ୍ଵାରା ମନୁଷ୍ୟ ଅନେକ ରୋଗ ବ୍ୟାଧି ର ଶିକାର ହୋଇଥାଏ ଏବଂ ମନୁଷ୍ୟ ର ମାନସିକ ଦୁଶ୍ଚିନ୍ତା ମଧ୍ୟ ଆସିଥାଏ ।

ସଠିକ ଭାବରେ ନିଦ୍ରା ପୂରଣ ନ ହେବା ଦ୍ଵାରା ମନୁଷ୍ୟ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇଥାଏ । ସେହିପରି ଭାବରେ ଏଭଳି କିଛି କାର୍ଯ୍ୟ ରହିଛି ଯାହା ଶୋଇବା ସମୟରେ କରିବା ଆଦୋୖ ଉଚିତ । ନୁହେଁ ।

ଶୋଇବା ସମୟରେ ଏଭଳି କାର୍ଯ୍ୟ କରିବା ଦ୍ଵାରା ମନୁଷ୍ୟ ଉପରେ ଅନେକ ବିପଦ ଆସିଥାଏ ଏବଂ ଦାରିଦ୍ର୍ୟତା ମଧ୍ୟ ଦେଖା ଦେଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ କହିବୁ ଯାହା ଶୋଇବା ସମୟରେ ଆଦୋୖ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, କୌଣସି ବ୍ୟକ୍ତି କେବେବି ଭୁଲ ରେ ମଧ୍ୟ ଉତ୍ତର ଦିଗକୁ ମୁଣ୍ଡ ରଖି ଶୁଅନ୍ତୁ ନାହିଁ । ଏହାଦ୍ବାରା ବିଦ୍ୟା, ବୁଦ୍ଧି, ଧନ ଓ ଆୟୁ କ୍ଷୟ ହୋଇଥାଏ । ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ଉତ୍କଳ ଦିଗରେ ମୁଣ୍ଡ ରଖି ଶୁଅନ୍ତୁ ନାହିଁ । ଏହା ସହିତ ପଶ୍ଚିମ ଦିଗରେ ମଧ୍ୟ ମୁଣ୍ଡ ରଖି ଶୋଇବା ଉଚିତ ନୁହେଁ । ପଶ୍ଚିମ ଦିଗରେ ମୁଣ୍ଡ ରଖି ଶୋଇବା ଦ୍ୱାରା ଦୁଃସ୍ବପ୍ନ ଏବଂ ଦୁଃଶ୍ଚିନ୍ତା ଆସିଥାଏ । ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ । ଏହାଦ୍ବାରା ବିଦ୍ୟା ଓ ଆୟୁଷ ବୃଦ୍ଧି ହୋଇଥାଏ ।

କିନ୍ତୁ ସବୁ ଦୃଷ୍ଟି ରୁ ଦେଖିବାକୁ ଗଲେ ଶୋଇବା ନିମନ୍ତେ ଦକ୍ଷିଣ ଦିଗ ହେଉଛି ସର୍ବୋତ୍ତମ । ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ବାରା ବିଦ୍ୟା ଓ ଆୟୁ ବୃଦ୍ଧି ହେବା ସହିତ ଶାରୀରିକ ଓ ମାନସିକ ବଳ ର ବୃଦ୍ଧି ମଧ୍ୟ ହୋଇଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି କୁ ସର୍ବଦା ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବା ଉଚିତ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଶୋଇବା ସମୟରେ କେବେବି କୌଣସି ବ୍ୟକ୍ତି କୁ ନିଜ ସାମ୍ନା ରେ ଆଇନା ରଖି ଶୋଇବା ଉଚିତ ନୁହେଁ । ଏହା ବାସ୍ତୁ ଦୋଷ ଅଟେ । ଏପରି ଭୁଲ କରିବା ଦ୍ୱାରା ଆପଣଙ୍କ ମଧ୍ୟରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ । ତେଣୁ ଏହି ଭୁଲ ଆଦୋୖ କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣ ନିଜର ଦାମ୍ପତ୍ତ୍ୟ ଜୀବନ କୁ ସୁଖଦ ବନାଇବାକୁ ଚାହାନ୍ତି ତେବେ ସର୍ଵଦା ନିଜ ପତ୍ନୀ ଙ୍କୁ ନିଜର ବାମ ପାର୍ଶ୍ଵ ରେ ଶୋଇବାକୁ ଦିଅନ୍ତୁ । ଏହା ସହିତ ବାମ ପାର୍ଶ୍ଵରେ ମୁଣ୍ଡ କରି ଶୋଇବା ଦ୍ବାରା ସୁଖ ନିଦ୍ରା ପ୍ରାପ୍ତି ହୋଇଥାଏ ଓ ମାନସିକ ଚିନ୍ତା ରୁ ମୁକ୍ତି ମିଳିଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଆପଣ ଯଦି ନିରୋଗ ଜୀବନ ଯାପନ କରିବାକୁ ଚାହାନ୍ତି ତେବେ ଶୋଇବା ପୂର୍ବରୁ ନିଜ ଗୋଡ଼ ଓ ହାତ ଧୋଇକରି ଶୁଅନ୍ତୁ । ଏହାଦ୍ବାରା ଆପଣଙ୍କୁ କୌଣସି ରୋଗ ହେବ ନାହିଁ ଏବଂ ଏହା ସହିତ ଶୋଇବା ପୂର୍ବରୁ ୧୦ ରୁ ୧୫ ମିନିଟ ଦୀର୍ଘ ନିଶ୍ଵାସ ଛାଡ଼ନ୍ତୁ ଏବଂ ପରେ ଶୁଅନ୍ତୁ । ଏପରି କରିବା ଦ୍ୱାରା ଆପଣ କୌଣସି ଦୁଃସ୍ବପ୍ନ ଦେଖିବେ ନାହିଁ ଏବଂ ଆପଣଙ୍କୁ ସୁଖ ନିଦ୍ରା ର ପ୍ରାପ୍ତି ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *