Vastu Tips- ଠାକୁର ଘରେ ପୂଜା ସମୟରେ କଣ ଘଟିଲେ ମିଳିଥାଏ ଧନ ବୃଦ୍ଧିର ସଂକେତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଙ୍କ ଘରେ ଦେବୀ ଦେବତା ଙ୍କ ପାଇଁ ପୂଜା ର ଆବାସ ରହିଥାଏ । ଯାହାକୁ ଆମେ ଠାକୁର ଙ୍କ ଘର କହିଥାଉ । ତେବେ ପ୍ରତ୍ୟେକ ଦିନ ଦେବୀ ଦେବତା ଙ୍କ ପୂଜାର୍ଚ୍ଚନା କରାଯାଇଥାଏ ।

ସମସ୍ତେ ନିଜର ଘରର ସୁଖ ସମୃଦ୍ଧି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥାନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଶାସ୍ତ୍ର ରେ ଏଭଳି କିଛି ସଂକେତ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ଯାହା ଠାକୁର ଘରେ ପୂଜା କରୁଥିବା ସମୟରେ ଯଦି ମିଳିଥାଏ ।

ତେବେ ତାହା କୌଣସି ଶୁଭ ଅଥବା ଅଶୁଭ ଘଟଣା ର ସୂଚନା ପ୍ରଦାନ କରିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡ଼ିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧.ବନ୍ଧୁଗଣ ପ୍ରଥମତଃ, ଯଦି ଆପଣ ପୂଜା କରୁଥିବା ସମୟରେ ଆପଣଙ୍କ ଘରେ ଥିବା ଛୋଟ ଛୁଆ ଟି କାନ୍ଦିଥାଏ । ତେବେ ଏହା ଅଶୁଭ ସଂକେତ ପ୍ରଦାନ କରିଥାଏ । ସକାଳେ ହେଉ ଅଥବା ସନ୍ଧ୍ୟା ସମୟରେ ପୂଜା କରିବା ବେଳେ ଛୋଟ ଛୁଆ କାନ୍ଦିବା ର ଅର୍ଥ ଆପଣଙ୍କ ଘରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିସାରିଛି ।

୨. ବନ୍ଧୁଗଣ ଦ୍ବିତୀୟତଃ, ଆପଣ ପୂଜା କରୁଥିବା ସମୟରେ କୌଣସି ଅତିଥି ଆପଣଙ୍କ ଘରକୁ ଆସିଥାନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ପୂଜା କରୁଥିବା ସମୟରେ ଘରକୁ ଅତିଥି ଆସିବା ଶୁଭ ସଂକେତ ବୋଲି ବିବେଚନା କରାଯାଏ ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣ ସନ୍ଧ୍ୟା ସମୟରେ ପୂଜା କରୁଥିବା ସମୟରେ କୌଣସି ବିବାହିତା ମହିଳା ଆପଣଙ୍କ ଘରକୁ ଆସିଥାନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏହାର ଅର୍ଥ ସାକ୍ଷାତ ମାତାଲକ୍ଷ୍ମୀ ଆପଣ ଘରକୁ ପ୍ରବେଶ କରିଛନ୍ତି । ଏଭଳି ଘଟଣା ଶୁଭ ସଂକେତ ରୂପରେ ବିଚାର କାରାଯାଇଥାଏ ।

ବନ୍ଧୁଗଣ ସର୍ଵଦା ଗୋଟିଏ କଥା ର ଆପଣ ଧ୍ୟାନ ରଖିବା ଉଚିତ, ଯେତେବେଳେ ଆପଣ ପୂଜା କରୁଥିବା ସମୟରେ କୌଣସି ଅତିଥି ଆପଣଙ୍କ ଘରକୁ ଆସିଥାନ୍ତି ତାଙ୍କୁ କେବେବି ଖାଲି ଯିବାକୁ ଦେବେ ନାହିଁ । କିଛି ନହେଲେ ମଧ୍ୟ ଆପଣ ତାଙ୍କୁ ପାଣି ପିଇବାକୁ ମଧ୍ୟ ଦେବେ । ଏପରି କରିବା ଦ୍ୱାରା ଆପଣ କୋଟି ପୁଣ୍ୟ ର ଅଧିକାରୀ ହୋଇଥାନ୍ତି ଏବଂ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ମାତାଲକ୍ଷ୍ମୀ ଙ୍କ କୃପା ରୁ ଆପଣଙ୍କ ଘରେ ଧନ ର ବୃଦ୍ଧି ହେବ ଏବଂ ଆପଣଙ୍କ ଜୀବନ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯିବ । ତେଣୁ କେବେବି କୌଣସି ଅତିଥି ଙ୍କୁ ଖାଲି ରେ ଯିବାକୁ ଆଦୋୖ ଦିଅନ୍ତୁ ନାହିଁ । ନିଶ୍ଚିତ ଭାବରେ ଅତିଥି ଚର୍ଚ୍ଚା କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *