Vastu Shastra- ଶୋଇବା ସମୟରେ ଭୁଲରେ ବି ପାଖରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ, ଘରକୁ ଆସିଥାଏ ଦରିଦ୍ରତା

ନମସ୍କାର ବନ୍ଧୁଗଣ । ସକାଳେ ଉଠିବା ପାଇଁ ଶାସ୍ତ୍ର ଓ ବିଜ୍ଞାନ ଉଭୟ ଙ୍କ ମତରେ ସକାଳେ ବ୍ରହ୍ମ ମୂହୁର୍ତ୍ତ କୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ । ଯେଉଁ ମଣିଷ ନିଜ ଜୀବନରେ ପ୍ରତ୍ଯେକ ଦିନ ବ୍ରହ୍ମ ମୂହୁର୍ତ୍ତ ରେ ଉଠି ଥାଏ, ସେହି ମଣିଷ ନିଜ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ କରିଥାଏ । ଏପରିକି ଏହି ସମୟରେ ଉଠୁଥିବା ବ୍ୟକ୍ତି ର ହାତରେ ଜୀବନରେ କେବେ ମଧ୍ୟ ନିରାଶା ହାତ ରେ ଲାଗି ନଥାଏ । ତାହାଛଡା ଏହି ମଣିଷ ଙ୍କ ଉପରେ ସବୁବେଳେ ଭଗବାନ ଙ୍କର କୃପା ଲାଗି ରହିଥାଏ ।

ବନ୍ଧୁଗଣ ଆମ ଶାସ୍ତ୍ର ରେ ରାତି ରେ ଶୋଇବା ଠାରୁ ନେଇ କରି ସକାଳେ ଉଠିବା ପର୍ଯ୍ୟନ୍ତ ସମସ୍ତ କ୍ରିୟା ମାନଙ୍କର ବିଷୟରେ ସଂପୂର୍ଣ୍ଣ ଜ୍ଞାନ ଦିଆଯାଇଛି । ଯାହାକୁ ଆଜିର ବିଜ୍ଞାନ ମଧ୍ୟ ଲାଭକାରୀ ଭାବିଥାଏ । ବନ୍ଧୁଗଣ ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ମନୁଷ୍ୟ କୁ ରାତିରେ ଶୋଇବା ସମୟରେ ନିଜ ପାଖରେ କିଛି ଜିନିଷ କୁ ରଖି ଶୋଇବା ଉଚିତ ହୋଇ ନଥାଏ ।

କାରଣ ଏହାଦ୍ବାରା ଜୀବନରେ ନକରାତ୍ମକତା ଶକ୍ତି ପ୍ରବେଶ ହୋଇଥାଏ । ଜୀବନରେ ଦୁର୍ଭାଗ୍ୟ ପ୍ରବେଶ ହୋଇଥାଏ । ଭଲ ସମୟ ମଧ୍ୟ ଖରାପ ସମୟ ରେ ପରିଣତ ହୋଇ ଯାଇଥାଏ ।ବନ୍ଧୁଗଣ ପ୍ରଥମେ ବାସ୍ତୁଶାସ୍ତ୍ର ଅନୁସାରେ ଯଦି କେହି ଶୋଇବା ସମୟରେ ନିଜର ଗୋଡ କୁ ସବୁବେଳେ ଉତ୍ତର ଓ ପଶ୍ଚିମ ଦିଗ କରି ହିଁ ରଖିବା ଉଚିତ । ଏପରି କରିବା ଦ୍ଵାରା ଜୀବନରେ ସକରାତ୍ମକତା ଶକ୍ତି ପ୍ରବେଶ କରିଥାଏ ।

ଦ୍ବିତୀୟରେ ମଣିଷ କୁ କେବେ ମଧ୍ୟ ଶୋଇବା ସମୟରେ ମୁଣ୍ଡ ପାଖରେ ଜଳ ରଖି ଶୋଇବା ଠିକ ହୋଇ ନଥାଏ । ଏପରି କରିବା ଦ୍ଵାର ବ୍ୟକ୍ତି ର ମାନସିକ ଚିନ୍ତା ବଢିଥାଏ । ତୃତୀୟ ରେ ବ୍ୟକ୍ତି କୁ କେବେ ମଧ୍ୟ ନିଜ ଖଟ ତଳେ ଜୋତା ଚପଲ ଆଦି ରଖି ଶୋଇବା ଉଚିତ ହୋଇ ନଥାଏ । ଏପରି କରିବା ଦ୍ଵାରା ଜୀବନରେ ନକରାତ୍ମକତା ଶକ୍ତି ପ୍ରବେଶ ହୋଇଥାଏ ।

ଚତୁର୍ଥ ରେ ଶୋଇବା ସ୍ଥାନ ନିକଟରେ ଆଇନା କେବେ ରଖିବା ଉଚିତ ହୋଇ ନଥାଏ । କାରଣ ଶୋଇବା ସମୟରେ ବା ନିଦ ରୁ ଉଠିବା ପରେ ବ୍ୟକ୍ତି ଯଦି ଆଇନା ରେ ନିଜ ମୁହଁ ଦେଖେ ତେବେ ଏହା ଦ୍ଵାରା ଦୁର୍ଭାଗ୍ୟ ଆକର୍ଷିତ ହୋଇ ଆସିଥାଏ ।

ପଞ୍ଚମରେ ବନ୍ଧୁଗଣ ବାସ୍ତୁ ଅନୁସାରେ ଶୋଇବା ସମୟରେ ନିଜ ପାଖରେ ବହି କିମ୍ବା କୌଣସି ସୁଗନ୍ଧିତ ତେଲ ଆଦି ରଖି ଶୋଇବା ଅନୁଚିତ ହୋଇଥାଏ । ଏହାଛଡା କେବେ ମଧ୍ୟ ଶୋଇବା ସମୟରେ ନିଜ ପାଖରେ ଟଙ୍କା ପଇସା ଧନ ରତ୍ନ ନେଇ ଶୋଇବା ଉଚିତ ହୋଇ ନଥାଏ ।

ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର ଅପମାନ ହୋଇଥାଏ ତେଣୁ ଏହାକୁ ସବୁବେଳେ ଉଚିତ ସ୍ଥାନରେ ହିଁ ରଖି ଶୋଇବା ଉଚିତ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *