ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଲିଭର ଆମ ଶରୀରର ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ହୋଇଥାଏ । ଏହା ଶରୀରର ପ୍ରାୟତଃ କାର୍ଯ୍ୟ କରିବାରେ ଭୂମିକା ଗ୍ରହଣ କରିଥାଏ । ଏହା ସହିତ ଶରୀରରୁ ବିଷାକ୍ତ ପଦାର୍ଥ କାଢିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଲିଭର ବିଷାକ୍ତ ହୋଇ ଡାମେଜ ହେବାକୁ ଲାଗିଲେ । ଏହାର କାର୍ଯ୍ୟ କରିବାର ଦକ୍ଷତା କମିଯାଇଥାଏ । ତେଣୁ ଲିଭରକୁ ପରିଷ୍କାର କରି ସବୁ ଦିନ ପାଇଁ ସୁସ୍ଥ ରଖିବା ପାଇଁ ନିଶ୍ଚୟ ଏହି ଉପାୟ କରନ୍ତୁ ।
ଆପଣଙ୍କୁ ଏହି ଉପଚାର କରିବା ପାଇଁ ପ୍ରଥମେ ଲାଉର ଆବଶ୍ୟକତା ପଡିବ । ଆପଣ ଲାଉକୁ ଆଣି ତାହାକୁ ଛେଳି ତାକୁ ଟିକି ଟିକି ଖଣ୍ଡ କରି କାଟିଦିଅନ୍ତୁ । ତାପରେ ସେହି କଟାଯାଇଥିବା ଲାଉ ସାଥିରେ କିଛି ଧନିଆ ପତ୍ର ଧୋଇ ତାକୁ ଟିକି ଟିକି କରି କିଛି ପାଣି ମିଶାଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଗ୍ରାଇଣ୍ଡିଙ୍ଗ କରିସାରିବା ପରେ ତାହାକୁ ଏକ ପାତ୍ରରେ ଛାଣିଲା ବେଳେ ସେଥିରେ ଅଧା ଲେମ୍ବୁକୁ ଚିପୁଡି ତାପରେ ଛାଣି ଦିଅନ୍ତୁ ।
ସେହି ଛଣା ଯାଇଥିବା ଲାଉ ରସରେ ଛୋଟ ଚାମଚରେ ଅଧା ହଳଦୀ ପକାନ୍ତୁ । ତାପରେ ରସର ସ୍ଵାଦ ବଢାଇବା ପାଇଁ ସେଥିରେ କଳା ଲୁଣ ମଧ୍ୟ ମିଶାଇ ପାରିବେ । ଲିଭରକୁ ବିଷାକ୍ତମୁକ୍ତ କରିବା ପାଇଁ ଲେମ୍ବୁର ଆବଶ୍ୟକତା ରହିଛି । ତେଣୁ ସେଥିରେ ଆମେ ଲେମ୍ବୁର ପ୍ରୟୋଗ ମଧ୍ୟ କଲୁ । ଏହି ଲାଉ ରସ ପ୍ରସ୍ତୁତ କରିବା ସହିତ ଆପଣ ଅନ୍ୟ ଏକ ରସ ମଧ୍ୟ ପ୍ରସ୍ତୁତ କରନ୍ତୁ ।
ଏକ ମୁଠା କଳା ଖିସମିସ ଆଣି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ଗ୍ଯାସରେ ପାଣି ଗରମ କରି ଖିସମିସକୁ ସେଥିରେ ପକାନ୍ତୁ । ୧୦ ମିନିଟ ପର୍ଯ୍ୟନ୍ତ ପାଣି ଫୁଟିସାରିଲା ପରେ ପାଣିକୁ ୪ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା କରି ଏକ ପାତ୍ରରେ ଛାଣି ଦିଅନ୍ତୁ । ପ୍ରଥମେ ଯେଉଁ ଲାଉ ରସ ପ୍ରସ୍ତୁତ କରିଥିଲେ । ତାକୁ ଆପଣ ସକାଳୁ ଖାଲି ପେଟରେ ସେବନ କରନ୍ତୁ ।
ଏହା ସହିତ ଯେଉଁ ଖିସମିସରୁ ରସ ପ୍ରସ୍ତୁତ କରିଥିଲେ । ତାହାକୁ ଆପଣ ଦିପହର ଖାଇବାର ଏକ ଘଣ୍ଟା ପରେ ପିଇବେ । ଖିସମିସରୁ ପ୍ରସ୍ତୁତ କରିଥିବା ରସକୁ ୨ ରୁ ୩ ଥର ପିଅନ୍ତୁ । ଯେତେବେଳେ ଏହି ରସ ସେବନ କରିବେ ତାହାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଦ୍ୟ ସେବନ କରିବେ ନାହିଁ ।
ଏହି ୨ ଟି ରସର ଏକ ସପ୍ତାହ ପର୍ଯ୍ୟନ୍ତ ସେବନ ଦ୍ଵାରା ଆପଣଙ୍କ ଲିଭର ଜନିତ ସମସ୍ଯା ଦୂର ହୋଇବ । ଲିଭର ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ