Vastu Tips- ଶୋଇବା ସମୟରେ ନିଜ ପାଖରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି 1 ଜିନିଷ, ନଚେତ ଭୋଗିବେ ଭୟଙ୍କର ପରିଣାମ

ବାସ୍ତୁ ଶାସ୍ତ୍ରରେ ଆମ ଶୟନ କକ୍ଷ ସହ ଜଡିତ କେତେକ ମହତ୍ବପୂର୍ଣ୍ଣ ନିୟମ ଗୁଡିକ କୁହାଯାଇଛି । ଆମେ ଶୟନ କରୁଥିବା ସ୍ଥାନରେ ଏପରି କୌଣସି ଜିନିଷ ରଖିବା ଉଚିତ ନୁହେଁ ଯାହା ଠାରୁ ନକରାତ୍ମକ ଊର୍ଜା ନିର୍ଗତ ହୋଇଥାଏ ।

ନଚେତ ଏହାର ପ୍ରଭାବ ଆପଣଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିପାରେ । ଏହା ସହ ଆପଣ ଯଦି ନିଜ ଚାରିପାଖେ ସକରାତ୍ମକତା ବୃଦ୍ଧି କରିବାକୁ ଚାହୁଁଛନ୍ତି ଓ ଘରେ ସୁଖ ସମୃଦ୍ଧି ଆଣିବାକୁ ଚାହୁଁଛନ୍ତି ତେବେ ଏପରି କିଛି ଜିନିଷ ମଧ୍ୟ ରହିଛି ଯାହା ଆପଣ ଶୟନ କରିବା ସମୟରେ ନିଜ ମୁଣ୍ଡ ପାଖରେ ଅବଶ୍ୟ ରଖନ୍ତୁ ।

କେଉଁ ଜିନିଷ ଶୟନ କଲାବେଳେ ପାଖରେ ରଖିବେ ?

କର୍ପୁର ସକାରାତ୍ମକ ଊର୍ଜାର ଏକ ବଡ ସ୍ରୋତ ଅଟେ । ଯଦି ଆପଣଙ୍କୁ ନିଦ ଆସିବାରେ ବହୁତ କଷ୍ଟ ହେଉଛି ତେବେ ଶୋଇବା ବେଳେ ଏକ କପଡାରେ କିଛି କର୍ପୁର ବାନ୍ଧି ନିଜ ପକ୍ଷେ ରାଖୀ ଦିଅନ୍ତୁ । ଦରକାର ହେଲେ ଏହାକୁ ଶୁଙ୍ଘନ୍ତୁ ମଧ୍ୟ । ଏହା ଦ୍ଵାରା ମସ୍ତିଷ୍କ ଶାନ୍ତ ହୋଇଯାଏ ଓ ଭଲ ନିଦ୍ରା ହୁଏ । ଆପଣଙ୍କୁ କୁସ୍ଵପ୍ନ ଆସୁଥିଲେ ହୋଇପାରେ ଆପଣଙ୍କ ଉପରେ କେଉଁ ନକରାତ୍ମକ ଊର୍ଜା କିମ୍ବା ମନ୍ଦ ନଜରର କୁପ୍ରଭାବ ପଡିଥାଇ ପାରେ ।

ଏଥିପାଇଁ ଏକ ଲାଲ କପଡାରେ ଗୋଟା ଚାଉଳ ବାନ୍ଧି ଶୋଇବା ସମୟରେ ତକିଆ ତଳେ ରାଖୀ ଦିଅନ୍ତୁ । ଏହା ଦ୍ଵାରା ନକରାତ୍ମକ ଊର୍ଜା ଆପଣଙ୍କ ପାଖକୁ ଆସିବା ନାହିଁ । ଶୟନ କକ୍ଷ ସ୍ବଚ୍ଛ ଓ ଶୁଦ୍ଧ ରହିବା ବିଶେଷ ଆବଶ୍ୟକ । ଏଥିପାଇଁ ଆପଣ କକ୍ଷରେ ମୟୂର ପଙ୍ଖ ଅବଶ୍ୟ ଲଗାନ୍ତୁ । ଏହା ଦ୍ଵାରା ସକାରାତ୍ମକ ଊର୍ଜାର ଆଗମନ ହେବ ଆରମ୍ଭ ହୋଇଯାଏ । ଏହାଦ୍ବାରା ନକରାତ୍ମକ ଊର୍ଜା ଓ ମନ୍ଦ ଶକ୍ତି ଆପଣଙ୍କ ପାଖ ମାଡିବା ନାହିଁ ।

ଶୟନ ବେଳେ କେଉଁ ଜିନିଷ ପାଖରେ ରଖିବେ ନାହିଁ ?

ଅନେକ ଲୋକ ରାତିରେ ବସ୍ତ୍ର ବଦଳିବା ପରେ ଅସନା ବସ୍ତ୍ର ନିଜ ଶୟନ କକ୍ଷ ବ ଖଟ ପାଖରେ ରଖି ଦିଅନ୍ତି । ମାତ୍ର ଆପଣ ଏପରି କରନ୍ତୁ ନାହିଁ । କାରଣ ଅସନା ବସ୍ତ୍ରରୁ ନକରାତ୍ମକ ଊର୍ଜା ନିର୍ଗତ ହୋଇଥାଏ । ଏହା ଛଡା ଆପଣ ଜୋତା, ଚପଲ, ମୌଜା, ବେଲ୍ଟ, ରୁମାଲ ଓ ମାସ୍କ ଆଦି ଜିନିଷ ମଧ୍ୟ ଦିନ ବେଳେ ବ୍ଯବହାର କରନ୍ତୁ । ମାତ୍ର ରାତିରେ ଶୋଇବା ବେଳେ ଏସବୁ ନିଜଠୁ ଓ ଖଟ ଠାରୁ ଦୂରେଇ ରଖନ୍ତୁ । ଏହି ସବୁ ଜିନିଷ ଦ୍ଵାରା ବାସ୍ତୁ ଦୋଷ ଲାଗିପାରେ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକରକ ଅଟେ ।

ଲୁଣ, ହଳଦୀ, ତେଲ, କୁମକୁମ ଓ ଶୁଖିଲା ତୁଳସୀ ପତ୍ର ପୂଜାରେ ବ୍ୟବହାର ସାମଗ୍ରୀ ହୋଇଥିଲେ ମଧ୍ୟ ଏସବୁକୁ ମୁଣ୍ଡ ପକ୍ଷେ ରଖି ଶୋଇଲେ ଆପଣଙ୍କ ଜୀବନରେ ଏହାର କୁପ୍ରଭାବ ପଡିପାରେ । କାରଣ ରାତ୍ରି ସମୟରେ ଏସବୁକୁ ବର୍ଜିତ ମାନାଯାଏ । ଶୋଇବା ସମୟରେ ବହି ଖାତା ଆଦି ମଧ୍ୟ ଖଟରେ ରଖି ଶୁଅନ୍ତୁ ନାହିଁ ।

ଏହା ଦ୍ଵାରା ବିଦ୍ୟାଦାତ୍ରୀ ମା ସରସ୍ଵତୀଙ୍କ ଅପମାନ ହୋଇଥାଏ । ଶୋଇବା ସମୟରେ ବିଦ୍ୟୁତ ଉପକରଣ ଗୁଡିକର କିରଣ ମଧ୍ୟ ତେଜ ହୋଇଯାଏ, ସେଥିପାଇଁ ମୋବାଇଲ, ଲ୍ୟାପଟପ ଆଦି ଉପକରଣ ରଖି ବିଲକୁଲ ମଧ୍ୟ ଶୁଅନ୍ତୁ ନାହିଁ । ସନ୍ଧ୍ଯା ସମୟରେ ତୁଳସୀ ପତ୍ର ମଧ୍ୟ ତୋଳିବା ଦ୍ଵାରା ମା ତୁଳସୀଙ୍କ ଅପମାନ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *