ସ୍ନାନ କରିବା ପରେ ଭୁଲରେ କରନ୍ତୁ ନାହିଁ ଏହି ସବୁ ଭୁଲ, ଜୀବନରେ ଦୁଃଖ ଦରିଦ୍ରତା ଆସିଥାଏ… Vastu Tips

ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ସକାଳୁ ଉଠି ନିଜର ନିତ୍ୟ କର୍ମ ଆଦି ସାରି ସ୍ନାନ କରିଥାନ୍ତି । ସ୍ନାନ କରିବା ଦ୍ଵାରା ଶରୀର ଓ ମନ ସ୍ବଚ୍ଛ ଓ ପ୍ରଫୁଲ୍ଲିତ ରହିଥାଏ । ହେଲେ ବନ୍ଧୁଗଣ ସ୍ନାନ କରି ସାରିବା ପରେ ଅନେକ ଲୋକ କିଛି ଏଭଳି ଭୁଲ କାର୍ଯ୍ୟ କରିଦେଇଥାନ୍ତି । ଯେଉଁ ଭୁଲ ଦ୍ଵାରା ଜୀବନରେ ଦୁଃଖ କଷ୍ଟ ଆସିବା ସହିତ ସେହି ଦିନଟି ଏତେ ଭଲରେ ମଧ୍ୟ ବିତିନଥାଏ । ତେବେ ସ୍ନାନ କରିସାରିବା ପରେ ପ୍ରତ୍ଯେକ ବ୍ୟକ୍ତି ମାନଙ୍କୁ କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ ଅନୁଚିତ ସେହି ସମ୍ପର୍କରେ ଆମେ ଆପଣଙ୍କୁ ଜଣାଇବୁ ।

1- ଦକ୍ଷିଣ ଦିଗକୁ ମୁଖ କରି ସ୍ନାନ କରନ୍ତୁ ନାହିଁ । କାରଣ ଏହି ଦିଗଟି ଯମରାଜାଙ୍କୁ ସମର୍ପିତ କରାଯାଇଛି । ପୂର୍ବ ଦିଗକୁ ମୁଖ କରି ସ୍ନାନ କରିବା ବା ଅନ୍ୟ କୌଣସି ଦିଗକୁ ମଧ୍ୟ ମୁଖ କରି ସ୍ନାନ କରିବା ଭଲ ଅଟେ । ସ୍ନାନ କରିସାରିବା ପରେ ସୂର୍ଯ୍ୟଙ୍କୁ ନିହାତି ଭାବେ ଜଳ ଅର୍ପଣ କରନ୍ତୁ ।

2-ସ୍ନାନ କରିସାରିବା ପରେ ଗାଧୁଆ ବାଲଟିରେ ଗାଧୁଆ ପାଣି ରଖନ୍ତୁ ନାହିଁ । ବାଲଟିକୁ ଧୋଇ ଭଲ ଜଳ ଭର୍ତ୍ତି କରି ଗାଧୁଆ ଘରେ ରଖନ୍ତୁ । କାରଣ ଅନେକ ଲୋକ ଗାଧୋଇ ସାରିବା ପରେ ବାଲଟି ଓଲଟା କରି ରଖିଦେଇଥାନ୍ତି । ଏଥିଦ୍ବାରା ସେମାନଙ୍କର ଆର୍ଥିକ ଅବସ୍ଥା ବହୁ ସମୟରେ ଖରାପ ରହିଥାଏ ।

3- ସ୍ନାନ କରିସାରିବା ପରେ ପାଲଟା ବା ଓଦା ଲୁଗାକୁ ବହୁ ସମୟ ପର୍ଯ୍ୟନ୍ତ ଗାଧୁଆ ଘରେ ପକାଇ ରଖନ୍ତୁ ନାହିଁ । ସ୍ନାନ କରି ସାରିସାରିବା ପରେ ଓଦା ଲୁଗାକୁ ଭଲ ଭାବେ ଶୁଖାଇ ଦିଅନ୍ତୁ । 4- ଗାଧୋଇବା ସମୟରେ ଚପଲ ମାଡି ସ୍ନାନ କରନ୍ତୁ ନାହିଁ । ଗାଧୋଇବା ବେଳେ ପ୍ରଥମେ ପାଦରୁ ପାଣି ପକାଇ ସ୍ନାନ କରନ୍ତୁ । ହେଲେ ଗାଧୋଇ ସାରିବା ପରେ ପାଦରେ ଢାଳିବା ଅନୁଚିତ ।

5- ସ୍ନାନ କରିବା ସମୟରେ ନୀରବ ହୋଇ ସ୍ନାନ କରିବା ଅପେକ୍ଷା କୌଣସି ମନ୍ତ୍ର ବା ସଙ୍ଗୀତ ବୋଲି ସ୍ନାନ କରିବା ଭଲ ହୋଇଥାଏ । କାରଣ ଏହା ଦ୍ଵାରା ମନ ପ୍ରଫୁଲ୍ଲିତ ରହିଥାଏ । 6- ସ୍ନାନ କରି ସାରି ନଖ, ଚୁଟି କି ଦାଢି କାଟିବା ଅନୁଚିତ । 7- ଗାଧୋଇ ସାରି ଓଦା ବସ୍ତ୍ରରେ ପୂଜା କରିବା ଅନୁଚିତ । 8- ସ୍ନାନ କରି ସାରି ପୂଜା କରନ୍ତୁ, ତାପରେ କିଛି ଖାଦ୍ୟ ଖାଇଲା ପରେ ସିନ୍ଦୁର ଲଗାଇ ସଜବାଜ ହୁଅନ୍ତୁ ।

9- ସ୍ନାନ କରିବାର ସଙ୍ଗେ ସଙ୍ଗେ ମୁଢି ଖାଇବା ଅନୁଚିତ । 10- ସ୍ନାନ କରି ସାରିବା ପରେ ସଙ୍ଗେ ସଙ୍ଗେ ରୋଷେଇ ନକରି ପାଟିରେ ଲୁଣ ମାରି ତାପରେ ଅଗ୍ନୀ ସ୍ପର୍ଶ କରନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *