Brain Booster- ଯଦି ଆପଣଙ୍କ କିଛି ମନେ ରହୁନାହିଁ, ଯେତେ ପଢିଲେ ବି ସବୁ ଭୁଲି ଯାଉଛନ୍ତି ତ ନିଶ୍ଚୟ କରନ୍ତୁ ଏହି ଜିନିଷର ସେବନ

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ପାଠ ପଢିବା ନିହାତି ଆବଶ୍ୟକ । କାରଣ ଏହି ପାଠ ବଳରେ ହିଁ ମଣିଷ ସମ୍ମାନୀତ ବ୍ୟକ୍ତିର ପରିଚୟ ପାଇଥାଏ । ତେବେ ପାଠ ପଢିବା ପାଇଁ ସ୍ମରଣ ଶକ୍ତି ରହିବା ଦରକାର । ଯଦି ଆପଣଙ୍କ ସ୍ମରଣ ଶକ୍ତି କମ ଥିବ ଆପଣଙ୍କର କୌଣସି କଥା ମନେ ରହୁନଥିବା ତାହାଲେ ଆପଣ କେବେ ମଧ୍ୟ ଭଲ ପାଠ ପଢି ପାରିବେ ନାହିଁ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ  ଆପଣ କିଭଳି  ଗୋଟିଏ ଜିନିଷର ସେବନ କରି ନିଜର ସ୍ମରଣ ଶକ୍ତିକୁ ବୃଦ୍ଧି କରାଇ ପାରିବେ ।

ଆକ୍ରୋଡ: ଯଦି ଆପଣ ନିଜର ସ୍ମରଣ ଶକ୍ତି ବଢାଇବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟକ ଦିନ  ଆପଣ ଆକ୍ରୋଡର ଖାଇବା ଉଚିତ । ଏହା ଖାଇବା ଦ୍ଵାରା ଆପଣଙ୍କ ଭିତରେ ପୋଷାକ ତତ୍ଵର ଅଭାବ ରହିବ ନାହିଁ । ଆକ୍ରୋଡରେ ଓମେଗା3, ଫ୍ୟାଟି ଏସିଡ, ପ୍ରୋଟିନ, ଫାଇବର ଇତ୍ୟାଦି ଅଧିକ ମାତ୍ରାରେ ରହିଥାଏ । ବିଲାତି: ଆପଣ ବିଲାତି ଖାଇବା ଦ୍ଵାରା ଆପଣଙ୍କ ସ୍ମରଣ ଶକ୍ତି ବଢିଥାଏ । ତେଣୁ ଆପଣ ନିହାତି ନିୟମିତ ବିଲାତି ଖାଇବା ଜରୁରୀ ଅଟେ ।

ଦହି: ଏଥିରେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଫ୍ୟାଟ ଏବଂ ଫସଫରସ ପ୍ରଚୁର ମାତ୍ରାରେ ରହିଥାଏ । ଦହିର ନିୟମିତ ସେବନ ଆପଣଙ୍କ ଆପଣଙ୍କ ଶରୀରରେ ଅନେକ ଫାଇଦା ଆଣିଥାଏ । ଦହିରେ ରହିଥିବା ଏମିନୋ ଏସିଡ ମାନସିକ ରୋଗ ଦୂର କରିଥାଏ । ଏବଂ ଏହା ଆମର ସ୍ମରଣ ଶକ୍ତିକୁ ବଡାଇବାରେ ସାହାର୍ଯ୍ୟ କରିଥାଏ ।

ଜାଇଫଳ: ଏହିଫଳ ନିଜର ସ୍ଵାଦ ଏବଂ ସୁଗନ୍ଧ କାରଣରୁ ଜଣା ଯାଇଥାଏ । ଏଥିରେ ରହିଥିବା ତତ୍ଵ ଆମ ଶରୀରକୁ ସୁସ୍ଥ ରଖିଥାଏ । ଯାହାଫଳରେ ଏହାକୁ ଖାଇବା ଦ୍ଵାରା ଆମ ସ୍ମରଣ ଶକ୍ତିରେ ବୃଦ୍ଧି ହୋଇଥାଏ । ତୁଲସୀ: ଏହି ବୃକ୍ଷ ସମସ୍ତଙ୍କ ଘର ଅଗଣାରେ ରହିଥାଏ । ତୁଳସୀ ଏକ ଔଷଧୀୟ ବୃକ୍ଷ ଅଟେ । ତେଣୁ ଏହାର ସେବନ ଦ୍ଵାର ଅନେକ କିଛି ରୋଗର ଉପଚାର ମଧ୍ୟ ହୋଇଥାଏ । ସବୁଦିନ 2 ରୁ 3ଟି ତୁଳସୀ ପତ୍ର ଖାଇବା ଦ୍ଵାରା ସ୍ମରଣ ଶକ୍ତି ବଢିଥାଏ ।

କେଶର: ଆପଣ କେଶର ଖାଇବା ଦ୍ଵାରା ଆପଣଙ୍କ ଅନିଦ୍ରା ଦୂର ହୋଇଥାଏ । କେଶର ଖାଇବା ଦ୍ଵାରା ମସ୍ତିସ୍କ ସର୍ବଦା ଊର୍ଜାବାନ ରହିଥାଏ । ଗ୍ରୀନ ଟି: ଏହା ଆପଣଙ୍କ ମସ୍ତିସ୍କକୁ ଶାନ୍ତି ଦେଇଥାଏ । ଦିନରେ ଦୁଇଥର ଗ୍ରୀନ ଟି ପିଇବା ଉଚିତ । କାରଣ ଏହାଦ୍ଵାରା ସ୍ମରଣ ଶକ୍ତି ବଢିଥାଏ ।

ହଳଦୀ: ଏହା ଖାଇବା ଦ୍ଵାରା ଆମ ମସ୍ତିସ୍କ ସୁସ୍ତ ରହିଥାଏ । ହଳଦୀ ସେବନ ମସ୍ତିସ୍କରେ ନଷ୍ଟ ହୋଇଯାଇଥିବା କୋଷ ବଦଳରେ ନ୍ଯୁତନ କୋଷ ସୃଷ୍ଟି କରିବାରେ ସାହାର୍ଯ୍ୟ କରେ । ଯାହାଫଳରେ ଆମର ସ୍ମରଣ ଶକ୍ତି ବଢିବାକୁ ଲାଗିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

ବ୍ରାହ୍ମୀ- ବ୍ରାହ୍ମୀକୁ ଆୟୁର୍ବେଦ ରେ ବ୍ରେନ ବୁଷ୍ଟର ଔଷଧ ବୋଲି କୁହାଯାଇଥାଏ । ଏହି ପତ୍ର ଆପଣ ଚୋବାଇ ଖାଇଲେ ଅନେକ ପ୍ରକାରର ରୋଗ ଦୂର ହୋଇଯାଇଥାଏ । ଏହା ମନକୁ ସତେଜ ରଖିବା ସହିତ ଭୌତିକ ବିକାଶ ରେ ମଧ୍ୟ ସାହାର୍ଯ୍ୟ କରିଥାଏ । ମସ୍ତିଷ୍କ ର କୋଷିକା ଗୁଡିକୁ ଜାଗୃତ କରି ଅନେକ ପ୍ରକାରର ଚିନ୍ତା ମାନସିକ ଚିନ୍ତା, ଭୟ, ଭ୍ରମ ଆଦୀରୁ ମୁକ୍ତି ମଧ୍ୟ ଦେଇଥାଏ । ବ୍ରାହ୍ମୀ ପତ୍ର ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ସହିତ ଏକାଗ୍ରତା ବଢିଥାଏ ।

Leave a Reply

Your email address will not be published. Required fields are marked *