Krishna Vani- ଜଣଙ୍କ ହୃଦୟ କେମିତି ଜିତିବେ ?

ବନ୍ଧୁଗଣ କୁହାଯାଏ ଜୀବନରେ ମେଳ ମେଳାପ ଅତ୍ୟନ୍ତ ଆବଶ୍ୟକ ଅଟେ । ପ୍ରତେକ ବ୍ୟକ୍ତିଙ୍କ ସହ ମିଳାମିଶା କରିବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଏଥିପାଇଁ ଆବଶ୍ୟକ ପଡିଥାଏ ନିଜର ବ୍ୟବହାର । ଏହା ସେହି ମୂହୁର୍ତ୍ତ ଅଟେ ଯେବେ ଏକ ସମ୍ପର୍କର ଆରମ୍ଭ ହୋଇଥାଏ । ମେଳ ମେଳାପରେ ସମ୍ପର୍କରେ ଆଧାର ମଜବୁତ ହୋଇଥାଏ । ବ୍ୟାପାରରେ ବୃଦ୍ଧି ହେବ । କିନ୍ତୁ ସବୁଠାରୁ ଅଧିକ ମହତ୍ଵ ପୂର୍ଣ୍ଣ ଅଟେ ବ୍ୟବହାର । ଏହା ଉପରେ ଆପଣ ବିଚାର କରନ୍ତୁ ।

ବ୍ୟବହାର ସେହି ତରିକା ଯେଉଁଥିରେ ମାନ ବା ସମ୍ମାନ ଉଭୟ ମିଳିଥାଏ । ଆପଣ ଶୁଣିଥିବେ ଅନ୍ୟର ବ୍ୟବହାର ବହୁତ ଭଲ ହୋଇଥିବ ସେ ବହୁତ ଭଲ କଥା କହିଥାଏ । ନିଜ ଲୋକଙ୍କ ହୃଦୟ ଜିଣିବା ପାଇଁ ଆପଣଙ୍କ ବ୍ୟବହାର ଭଲ ହେବା ବହୁତ ଜରୁରୀ ଅଟେ । ପ୍ରତେକ ବ୍ୟକ୍ତି ପ୍ରେମ ଠାରୁ ଅଧିକ ସମ୍ମାନ ଇଚ୍ଛା କରିଥାଏ । ଆପଣ କାହାକୁ ଭଲ ନ ପାଆନ୍ତୁ କିନ୍ତୁ ଯଦି ତାକୁ ସମ୍ମାନ ଦେଇଥାନ୍ତି ତେବେ ସେ ଆପଣଙ୍କୁ ସର୍ବଦା ମନେ ରଖିଥାଏ ।

ଯଦି ଆପଣ କାହାକୁ ଭଲ ପାଉଛନ୍ତି ଓ ତାଙ୍କ ପ୍ରେମ ପାଇବାକୁ ଚାହୁଁ ଛନ୍ତି ଏବେ ସର୍ବ ପ୍ରଥମର ଆପଣଙ୍କୁ ତାଙ୍କ ପାଇଁ ମୁଣ୍ଡ ନୂଆଁଇବାକୁ ପଦିବ । ଆପଣଙ୍କ ମନରେ ତାଙ୍କ ପାଇଁ ଅତୁଟ ପ୍ରେମ ହେବା ଆବଶ୍ୟକ ଅଟେ । ଆପଣଙ୍କ ମୁହଁ ରୁ ଆପଣଙ୍କ ପ୍ରେମ ଝଲକିବା ଉଚିତ । ପ୍ରତେକ ବ୍ୟକ୍ତି ଚାହିଁ ଥାଏ ଯେବେ ତାଙ୍କୁ କେହି ପ୍ରେମ କରନ୍ତି ତେବେ ସେ ନିସ୍ଵାର୍ଥପର ପ୍ରେମ କରୁ । ଆପଣ ନିଜ ଜୀବନରେ କାହାକୁ ଭଲ ପାଉଛନ୍ତି ତାହା ନିଶ୍ଚିନ୍ତ କରିଥାଏ ଆପଣଙ୍କ ହୃଦୟ ।

ଆପଣ ନିଜ ଲୋକଙ୍କ ମନରେ କେବେ ଯାଏଁ ରହିବ ତାହା ନିଶ୍ଚିନ୍ତ କରିଥାଏ ଆପଣଙ୍କ ବ୍ୟବହାର । ନିଜର ବସ୍ତ୍ର ବା ଭାଷା ରେ ପରିବର୍ତ୍ତନ ଆଣନ୍ତୁ । ଲୋକଙ୍କ ପ୍ରତି ନିଜର ବ୍ୟବହାର ମଜବୁତ କରନ୍ତୁ । ସର୍ବଦା ସତ୍ୟ କହିବାକୁ ଅଭ୍ୟାସ କରନ୍ତୁ । ତେବେ ଦେଖିବେ ଆପଣଙ୍କୁ ପ୍ରତେକ ମଣିଷ ଭଲ ପାଇବେ ।

ଆପଣ ନିଜର ବ୍ୟବହାର ଦ୍ଵାରା କାହାର ବି ହୃଦୟ ଜିଣି ପାରିବେ । ଏମିତି କି ଆପଣ ନିଜର ବ୍ୟବହାର ଦ୍ଵାରା ଅନ୍ୟ କାହାର ମନରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିବେ । ନିଜର ପ୍ରେମ ଓ  ବ୍ୟବହାର ଦ୍ଵାରା ଆପଣ ଅନ୍ୟ ମାନଙ୍କ ମନରେ ସର୍ବଦା ବଞ୍ଚି ରହିବେ । ବ୍ୟବହାର ଦ୍ଵାରା ଆପଣ କାହାକୁ ବି ନିଜର କରି ପାରିବେ ।

ଯଦି ଆପଣ ନିଜର ବ୍ୟବହାର ଠିକ ରଖିବେ ତେବେ ନିଶ୍ଚୟ ଆପଣଙ୍କୁ ପ୍ରତେକ ବ୍ୟକ୍ତି ପ୍ରେମ କରିବେ । ପ୍ରେମ କରିବା ଆଗରୁ ନିଜର ବ୍ୟବହାର ଓ ଅଭ୍ଯାସ କୁ ପରିବର୍ତ୍ତନ କରନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ଖାଲି ପ୍ରେମ ହିଁ ପ୍ରେମ ଆସିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *