Health Tips- ଶିର ଫୁଲିଯିବା, ବିନ୍ଧିବା, ଶିର କମଜୋରି କିମ୍ବା ନର୍ଭ ବ୍ଲକେଜ ସମସ୍ଯା ଅଛି କି ? କ୍ଷୀର ସାହିର ଏହି 1 ଜିନିଷ ମିଶେଇ ପିଇ ନିଅନ୍ତୁ, ସବୁ କିଛି ଗାୟବ ହେଇଯିବ

ନମସ୍କାର ବନ୍ଧୁଗଣ । ଆଜିର ଦିନରେ ପ୍ରାୟତଃ ସମସ୍ତଙ୍କ ଠାରେ କିଛି ନା କିଛି ରୋଗ ସମସ୍ଯା ଆଦି ଦେଖିବାକୁ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ଆଜିକାଲିର ଖାଇବା ପିଇବା ଓ ଆଜିକାଲିର ଦୈନଦିନ ଜୀବନଶୈଳୀ । ଯାହା କାରଣରୁ ଆଜିର ସମୟରେ ମଣିଷ ଭିନ୍ନଭିନ୍ନ ରୋଗ ରେ ଗ୍ରସ୍ତ ହୋଇଅଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଘରୋଇ ଉପଚାର ବିଷୟ ଟିକୁ ନେଇ ଆସିଛୁ ଯାହା ସାହାର୍ଯ୍ୟ ରେ ଆପଣ ଙ୍କର କୌଣସି ହାଡ ଜନିତ ସମସ୍ଯା ରହିବ ନାହିଁ,

ତାହାସହ ଏହା ଆପଣଙ୍କ ଶରୀରର ଦୁର୍ବଳତା କୁ  ମଧ୍ୟ ଦୂର କରି ଦେଇଥାଏ । ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଆବଶ୍ଯକ ପଡିବ ଅଳସୀ । ବନ୍ଧୁଗଣ ଏହି ଅଳସୀ କୁ ଆଣି ଆପଣ ଏକ ତାୱା ବା କଢାଇ ରେ ଏହାକୁ କିଛି ସମୟ ପାଇଁ ହାଲ୍କା ଡ୍ରାଏ ରୋଷ୍ଟ କରି ନିଅନ୍ତୁ ।

ଏହା ଭଲ ରେ ଭାଜି ହୋଇଗଲା ପରେ ଏହାକୁ ଥଣ୍ଡା କରି ଏହାକୁ ଗ୍ରାଇଣ୍ଡର ରେ ଗୁଣ୍ଡ କରି ନିଅନ୍ତୁ । ଏହାପରେ ବନ୍ଧୁଗଣ ଦ୍ଵିତୀୟ ସାମଗ୍ରୀ ରେ ଆପଣ ବଜାର ରୁ ସୁଣ୍ଠି କିଣି ଆଣି ତାକୁ ଘରେ ଗୁଣ୍ଡ କରି ଦିଅନ୍ତୁ । ସୁଣ୍ଠି ରେ ଏପରି ଗୁଣ ମାନ ରହିଛି, ଯେ କି ଆପଣଙ୍କ ଶରୀରରେ ଥିବା କଫ ବାତ କୁ ଦୂର କରିବା ସହ ଶରୀର ର ଦୁର୍ବଳତା କୁ ମଧ୍ୟ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।

ବନ୍ଧୁଗଣ ତୃତୀୟ ରେ ଆପଣ ଡାଲଚିନି ଗୁଣ୍ଡ କରି ନିଅନ୍ତୁ । ବନ୍ଧୁଗଣ ଶେଷ ସାମଗ୍ରୀ ଟି ହେଉଛି ହଳଦୀ । ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଚାରି ଚାମଚ ଅଳସୀ ଗୁଣ୍ଡ, ଏକ ଚାମଚ ସୁଣ୍ଠି ଗୁଣ୍ଡ, ଏକ ଚାମଚ ର ଏକ ତୃତୀୟାଂଶ ଡାଲଚିନି ଗୁଣ୍ଡ ଓ ଅଧ ଚାମଚ ହଳଦୀ ଗୁଣ୍ଡ ଦେଇ ବହଳ ଭାବରେ ମିଶାଇ ଦିଅନ୍ତୁ ।

ବର୍ତ୍ତମାନ ଏହି ପାଉଡର ଟିର ବ୍ୟବହାର ପାଇଁ ଆପଣ ଏକ ଗ୍ଳାସ ଉଷୁମ କ୍ଷୀର ବା ଏକ ଗ୍ଳାସ ଉଷୁମ ପାଣି ରେ ଏହି ପ୍ରସ୍ତୁତ ମିଶ୍ରିତ ଗୁଣ୍ଡ ରୁ ଏକ ଚାମଚ ଗୋଳାଇ ଏହାକୁ ରାତିରେ ଶୋଇବାର ଥିଉକ ପୂର୍ବରୁ ସେବନ କରି ନିଅନ୍ତୁ । ଏହାକୁ ମାତ୍ର 20 ରୁ 25 ଦିନ ସେବନ କରିବା ଦ୍ଵାରା ହିଁ ଆପଣ ଦେଖି ପାରିବେ ଆପଣ ଙ୍କ ଶରୀରର ସମସ୍ତ ଦୁର୍ବଳତା ଦୂର ହୋଇଯିବ । ହାଡ ରେ ଶକ୍ତି ପୁନଃ ଫେରି ଆସିବ । ସିରା ଗୁଡିକ ରେ ମଧ୍ୟ କୌଣସି ସମସ୍ଯା ଦେଖା ଦେବ ନାହିଁ ।

ଏହାସହ ବନ୍ଧୁଗଣ ନିଜର ଖାଦ୍ୟ ଉପରେ ମଧ୍ୟ ଆପଣ ବିଶେଷ ଯତ୍ନ ନିଅନ୍ତୁ । ଆପଣ ଦେଖିବେ ଆପଣ ଖୁବ ଶୀଘ୍ର ଆରୋଗ୍ଯ ହୋଇ ଯିବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *