ଶୀଘ୍ର ଧନୀ ହେବାକୁ ଚାହୁଁଛନ୍ତି ତ ଘରୁ ତୁରନ୍ତ ହଟେଇ ଦିଅନ୍ତୁ ଏହି ଜିନିଷ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ତାଙ୍କ ଗ୍ରନ୍ଥ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି । ଆଚାର୍ଯ୍ୟ ଚାଣକ୍ୟ ନିଜ ଜ୍ଞାନ ଏବଂ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇ ଥିଲେ ।

ତାଙ୍କ ଗ୍ରନ୍ଥ ର ମୁଖ୍ୟ ଉଦେଶ୍ୟ ହେଉଛି ମାନବ ସମାଜ କୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ତେବେ ବନ୍ଧୁଗଣ ଏହି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ଏଭଳି କିଛି କାର୍ଯ୍ୟ ସମ୍ବନ୍ଧରେ କୁହା ଯାଇଛି ଯାହା କରିବା ଅନୁଚିତ ଅଟେ ।

ଏହି କାର୍ଯ୍ୟ କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ସୃଷ୍ଟି ହୋଇଥାଏ । ତେଣୁ ଯଦି ଆପଣ ଶୀଘ୍ର ଧନୀ ହେବାକୁ ଚାହୁଁଛନ୍ତି ତେବେ ଭୁଲ ରେ ମଧ୍ୟ ଏହି କାର୍ଯ୍ୟ କରନ୍ତୁ ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ଚାଣକ୍ୟ ନୀତି ଅନୁସାରେ କୌଣସି ବ୍ୟକ୍ତି କୁ କେବେବି ମିଛ କହିବା ଆଦୋୖ ଉଚିତ ନୁହେଁ । ଯେଉଁ ବ୍ୟକ୍ତି ମିଛ ର ସାହାରା ନେଇଥାଏ ସେହି ବ୍ୟକ୍ତି ସର୍ଵଦା ଗରିବ ହୋଇ ରହିଥାଏ ଏବଂ ଦାରିଦ୍ର୍ୟତା ରେ ହିଁ ନିଜର ଜୀବନ କୁ ଅତିବାହିତ କରିଥାଏ । ତେଣୁ କୌଣସି ବ୍ୟକ୍ତି କୁ କେବେବି ମିଛ କହିବା ଆଦୋୖ ନୁହେଁ । ମିଥ୍ୟା ଠାରୁ ସର୍ବଦା ଦୂରରେ ରହିବା ଉଚିତ ।

୨. ବନ୍ଧୁଗଣ ଦ୍ବିତୀୟତଃ, ସର୍ବଦା ବ୍ୟକ୍ତି କୁ ସଫା ସୁତୁରା ପୋଷାକ ପରିଧାନ କରିବା ଉଚିତ । ଯେଉଁ ବ୍ୟକ୍ତି ସଫା ଏବଂ ସ୍ୱଚ୍ଛ ପୋଷାକ ପରିଧାନ କରି ନଥାଏ ସେହି ବ୍ୟକ୍ତି କେବେବି ଜୀବନ ରେ ଧନୀ ହୋଇପାରେ ନାହିଁ । କାରଣ ସ୍ୱଚ୍ଛ ଶରୀର ରେ ହିଁ ମାତାଲକ୍ଷ୍ମୀ ଙ୍କ ବାସ ରହିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି କୁ ସର୍ଵଦା ସ୍ୱଚ୍ଛ ଏବଂ ସଫା ସୁତୁରା ପୋଷାକ ପରିଧାନ କରିବା ଉଚିତ ।

୩. ବନ୍ଧୁଗଣ ତୃତୀୟତଃ, କିଛି ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ପେଟ ପୁରିବା ପରେ ମଧ୍ୟ ଭୋଜନ କରିଥାନ୍ତି । ଏଭଳି ବ୍ୟକ୍ତି ସର୍ବଦା ଦାରିଦ୍ର୍ୟତା ରେ ହିଁ ନିଜର ଜୀବନ କୁ ବିତାଇ ଥାଆନ୍ତି । କାରଣ ଏଭଳି ବ୍ୟକ୍ତି ଙ୍କ ଘରେ ଧନ ଦୀର୍ଘ ଦିନ ଧରି ରହି ନଥାଏ । ଯାହାଦ୍ୱାରା ଏହି ବ୍ୟକ୍ତି କେବେବି ଧନୀ ହୋଇ ପାରନ୍ତି ନାହିଁ । ତେଣୁ ପ୍ରତ୍ୟେକ ବ୍ୟକ୍ତି କୁ ଆବଶ୍ୟକ ଅନୁସାରେ ହିଁ ଭୋଜନ କରିବା ଉଚିତ । ଏହା ସହିତ ଯେଉଁ ବ୍ୟକ୍ତି ସୂର୍ଯୋଦୟ ପରେ ମଧ୍ୟ ଉଠି ନଥାଏ ସେହି ବ୍ୟକ୍ତି କୁ କେବେବି ମାତାଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ଲାଭ ହୋଇ ନଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ବ୍ୟକ୍ତି ନାରୀ ର ସମ୍ମାନ କରି ନଥାଏ ସେହି ବ୍ୟକ୍ତି ଉପରେ ମାତାଲକ୍ଷ୍ମୀ କେବେବି ନିଜର କୃପାଦୃଷ୍ଟି ପକାଇ ନଥାନ୍ତି । ଏଭଳି ବ୍ୟକ୍ତି କେବେବି ଧନୀ ହୋଇ ପାରନ୍ତି ନାହିଁ । କାରଣ ନାରୀ ହେଉଛନ୍ତି ଦେବୀ ଙ୍କ ସ୍ବରୂପ ଏବଂ ନାରୀ ଙ୍କ ଅପମାନ ମାତଲକ୍ଷ୍ମୀ ଙ୍କ ଅପମାନ ଅଟେ । ଏଭଳି ବ୍ୟକ୍ତି ସର୍ବଦା ଗରିବ ରୁହନ୍ତି । ତେଣୁ ସର୍ବଦା ପ୍ରତ୍ୟେକ ବ୍ୟକ୍ତି କୁ ନାରୀ ଙ୍କ ସମ୍ମାନ କରିବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *