ବ୍ୟାକ ପେନ ପାଇଁ ଉଠି ବସି ପାରୁ ନାହାଁନ୍ତି କି ? ଜାଣନ୍ତୁ Sciatica କ’ଣ ଓ କିପରି ପାଇବେ ଏଥିରୁ ମୁକ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀର ଅଛି ମାନେ ତାହା ଭିତରେ ଅନେକ ପ୍ରକାର ଶରୀର ସମ୍ବଦ୍ଧୀୟ ସମସ୍ଯା ମଧ୍ୟ ରହିଅଛି । ଆଜି ଆପଣ ଶରୀରର ସିୟାଟିକା ନାମକ ଏକ ସ୍ଵାସ୍ଥ ସମ୍ବଦ୍ଧୀୟ ସମସ୍ଯା ବିଷୟରେ ଜାଣିବାକୁ ପାଇବେ । ଏହା ଶରୀରର ପଛ ଭାଗର ତଳରୁ ଆରମ୍ଭ ହୋଇ ଗଣ୍ଠି ଓ ଗୋଡ ପର୍ଯ୍ୟନ୍ତ ଯନ୍ତ୍ରଣାକୁ ସିୟାଟିକା କୁହାଯାଇଥାଏ । ସେହି ସ୍ଵାସ୍ଥ ସମ୍ବଦ୍ଧୀୟ ସମସ୍ଯା ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ଶରୀରରେ ସିୟାଟିକ୍ ନାମରେ ଏକ ଶିରା ଥାଏ । ଯାହା ଅଣ୍ଟାରୁ ବାହାରିଥିବା ସବୁଠାରୁ ବଡ ଶିରା  ହୋଇଥାଏ । ଏହା ଦ୍ଵାରା ଜଙ୍ଘର ପଛ ଭାଗ ମାଂସପେଶୀ, ଗୋଡର ମାଂସପେଶୀ ଓ ଗୋଇଠିର ମାଂସପେଶୀକୁ ରକ୍ତ ଯୋଗାଇ ଥାଏ । ଯେତେବେଳେ ଏହି ଶିରା ଆମର ଅଣ୍ଟାରୁ ବାହାରି ଥାଏ। ସେତେବେଳେ ଏହା ଉପରେ ଅନେକ କାରଣରୁ ବହୁତ ପ୍ରେସର ପଡିଥାଏ । ପ୍ରେସର ପଡିବା କାରଣରୁ ଏହା ଆମକୁ ଯନ୍ତ୍ରଣା ଦେଇଥାଏ । ଯାହାକୁ ସିୟାଟିକା କୁହାଯାଇଥାଏ ।

ଏହି ଶିରା ଉପରେ କୌଣସି ପ୍ରକାର ପ୍ରେସର ଟ୍ଯୁମର କିମ୍ବା କୌଣସି ସଂକ୍ରମଣ କାରଣରୁ ପଡିଥାଏ ।  ସିୟାଟିକା ହେବାର ଲକ୍ଷଣ ହେଉଛି ଏଥିରୁ ହେଉଥିବା ଦରଜ ଅଣ୍ଟାରୁ ଆରମ୍ଭ ହୋଇ ଗୋଡ ପର୍ଯ୍ୟନ୍ତ ଆସିଥାଏ । ଏହି ଦରଜ ବେଳେବେଳେ ଇଲେକ୍ଟ୍ରିକ ଶକ୍ କିମ୍ବା ଜଳାପୋଡା ହେଲା ଭଳି ଅନୁଭବ ହୋଇଥାଏ । ଯଦି ଏଥିରେ ଅଧିକ ପ୍ରେସର ଆସିଥାଏ । ତେବେ ଏହା ଗୋଡର ମାଂସପେଶୀକୁ ଦୁର୍ବଳ କରିଦେଇଥାଏ ।

ବେଳେବେଳେ ଏହି ଅବସ୍ଥାରେ ଥିବା ବେଳେ ନିଜର ପରିସ୍ରାକୁ ନିୟନ୍ତ୍ରଣରେ ରଖିବା କଷ୍ଟଦାୟକ ହୋଇଯାଇଥାଏ । ଏହାର ଚିକିତ୍ସା ଏକ୍ସରେ ଓ ଏମ୍ଆରଆଇ ଡାଇଗ୍ନୋଂଷ୍ଟିକ ଦ୍ଵାରା କରାଯାଇଥାଏ । ଏହାର ଲକ୍ଷଣ ଦେଖିକରୀ ଏହାର ସଠିକ ଚିକିତ୍ସା କରାଯାଇଥାଏ । ସିୟାଟିକା ଭଳି ସମସ୍ଯା ହୋଇଥିଲେ ଡାକ୍ତର ଏଥିପାଇଁ କିଛି ମେଡ଼ିସିନ ଖାଇବାକୁ କହିଥାନ୍ତି । ଏହା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାଇ କିଛି ଯୋଗ ବ୍ୟାୟାମ କରିବା ପାଇଁ ମଧ୍ୟ କହିଥାନ୍ତି ।

ଯଦି ଏହା କରିବା ପରେ ମଧ୍ୟ ଏହାର ସମାଧାନ ହୋଇପାରିନଥାଏ । ତେବେ ଏହାର ଅପେରେସନ କରିବା ପାଇଁ ପଡିଥାଏ । ଏହି ସମସ୍ଯା ନହେବା ପାଇଁ ପ୍ରତିଦିନ ଯୋଗ ବ୍ୟାୟାମ କରିବା ଉଚିତ । କୌଣସି ଭାରି ଜିନିଷ ଉଠାଇବା ଉଚିତ ନୁହେଁ ଓ ଆଗକୁ ନଇଁ କରି ବେଶି ସମୟ ପର୍ଯ୍ୟନ୍ତ କାମ କରିବା ଠିକହୋଇନଥାଏ । ଚଉକିରେ ବସିବା ସମୟରେ ସଠିକ ଭାବରେ ବସନ୍ତୁ ।

ଯେପରି ଚଉକିର ପଛ ଭାଗ ତଥା ଆପଣଙ୍କ ଅଣ୍ଟା ପାଖରେ ଏକ ତକିଆ ଦେଇକରୀ ସିଧାରେ ବସନ୍ତୁ । କୌଣସି ଅଣ୍ଟା ଜନିତ ସମସ୍ଯାର ଅବହେଳା କରନ୍ତୁ ନାହିଁ । ଯଦି ଅଣ୍ଟାରେ କିଛି ସମସ୍ଯା ପରିଲକ୍ଷିତ ହେଉଥିବ । ତାହେଲେ ଡାକ୍ତରଙ୍କ ସହିତ ନିହାତି ଭାବରେ ପରାମର୍ଶ କରନ୍ତୁ । ଯଦି ଏହି ସିୟାଟିକାର ସଠିକ କାରଣ ଜଣାପଡିଯିବ । ତେବେ ଏହାର ସଠିକ ଚିକିତ୍ସା ସଠିକ ସମୟରେ କରିବା ଦ୍ଵାରା ଏହାକୁ ସଂପୂର୍ଣ୍ଣ ଭାବେ ଭଲ କରିହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ନିହାତି ଭାବେ ଲାଇକ୍, କମେଣ୍ଟ ଓ ଶେୟାର  କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *