ନମସ୍କାର ବନ୍ଧୁଗଣ । କ୍ୟାନ୍ସର ଏକ ମାରାତ୍ମକ ରୋଗ । ବିଶ୍ଵର ଅଧିକାଂଶ ଲୋକ ବର୍ତ୍ତମାନ ର ସମୟ ରେ କ୍ୟାନସର ରୋଗ ରେ ଆକ୍ରାନ୍ତ । ଆଜିକାଲି ସମର ଜୀବନ ଶୈଳୀ ହିଁ ବନ୍ଧୁଗଣ କ୍ୟାନ୍ସର ରୋଗ ର ମୂଳ କାରଣ । ଏହି ରୋଗ ପାଇଁ ଏବେ ଅଧିକାଂଶ ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି । ଚିକିତ୍ସା କ୍ଷେତରେ ଅନେକ ଉନ୍ନତି ହୋଇ ଥିଲେ ମଧ୍ୟ କ୍ୟାନ୍ସର ରୋଗ କୁ ମୂଳ ରୁ ଭଲ ଅକରିବା ପାଇଁ ଏବେ ପର୍ଯ୍ୟନ୍ତ କୌଣସି ପ୍ରକାରର କିଛି ଔଷଧ ବାହାରି ପାରି ନାହିଁ ।
ଯଦି ଆପଣ ଏହି ରୋଗ ର ପ୍ରରମ୍ଭ ରୁ ହିଁ ଏହାର ଲକ୍ଷଣ ଦେଖି ଚିକିତ୍ସା ଆରମ୍ଭ କରି ଦିଅନ୍ତି, ତେବେ ଆପଣ ଏହି ରୋଗ ରୁ ରକ୍ଷା ପାଇ ପାରିବେ । କିନ୍ତୁ ଅଧିକାଂଶ ଲୋକ ଏହାର ଲକ୍ଷଣ ଗୁଡିକ ନ ଜାଣି ପାରିବାରୁ ଶେଷ ପର୍ଯ୍ୟାୟ ରେ ଚିକିତ୍ସା ଆରମ୍ଭ କରିଥାନ୍ତି । ଯାହାଫଳରେ କି ଏହି ରୋଗ ରୁ ରକ୍ଷା ପାଇବା କଷ୍ଟକର ହୋଇ ଯାଇଥାଏ ।
ବନ୍ଧୁଗଣ କ୍ୟାନ୍ସର ରୋଗର ପ୍ରଥମ ଲକ୍ଷଣ ଟି ହେଉଛି ଅନ୍ତଃନଳୀ ରେ ସମସ୍ଯା ଦେଖା ଦେବା । ସାଧାରଣତଃ ଏହା ଏକ ସାଧାରଣ ସମସ୍ୟା ହେବାରୁ ଲୋକ ମାନେ ଏହାକୁ ଏତେ ମାତ୍ରା ରେ ଧ୍ୟାନ ଦେଇ ନଥା’ନ୍ତି । କିନ୍ତୁ ସବୁବେଳେ ଯଦି ଅନ୍ତଃନଳୀ ରେ ସମସ୍ଯା ଦେଖା ଦିଏ, ତେବେ ଏହା କ୍ୟାନ୍ସର ର ଲକ୍ଷଣ ହୋଇପାରେ । ଦ୍ବିତୀୟରେ ଯଦି କୌଣସି କ୍ଷତ ସ୍ଥାନ ରୁ ଅଧିକ ମାତ୍ରାରେ ରକ୍ତ ବାହାରିଥାଏ ଓ ତାହା ସହଜ ରେ ବନ୍ଦ ହୋଇ ନଥାଏ ।
ଏପରିକି ମଳ ତ୍ୟାଗ କରିବା ସମୟରେ ମଳ ରେ ସବୁବେଳେ ରକ୍ତ ପଡିବା ମଧ୍ୟ କର୍କଟ ରୋଗ ର ଏକ ଲକ୍ଷଣ ହୋଇ ପାରେ । ମାସିକ ଧର୍ମ ର ଶେଷ ହେବା ପରେ ମଧ୍ୟ ଯଦି ମହିଳା ମାନଙ୍କର ରକ୍ତ ସ୍ରାବ ବନ୍ଦ ହୋଇ ନଥାଏ, ତେବେ ଏହା ମଧ୍ୟ କ୍ୟାନ୍ସର ର ଏକ ଲକ୍ଷଣ ହୋଇପାରେ ।
ତୃତୀୟ ରେ ବନ୍ଧୁଗଣ ଯଦି ରାତିରେ ଶୋଇବା ସମୟରେ ଅଧିକ ମାତ୍ର ରେ ଶରୀର ରୁ ଝାଳ ନିର୍ଗତ ହେଉଛି, ତେବେ ଏହା କୌଣସି ଔଷଧ ର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ହୋଇପାରେ । କିନ୍ତୁ ଯଦି ଏପରି ଅଧିକ ଦିନ ଧରି ହେବାର ଆପଣ ଦେଖୁଛନ୍ତି, ତେବେ ଆପଣ ଏହା ପାଇଁ ଥରେ ଡାକ୍ତର ଙ୍କ ସହ ମଧ୍ୟ ଦେଖା କରି ନିଅନ୍ତୁ । କାରଣ ମଧ୍ୟ କ୍ୟାନ୍ସର ଭଳି ଭୟାନକ ରୋଗ ର ଏକ ଲକ୍ଷଣ ହୋଇଥାଏ । ଅଧିକ ଦିନ ଧରି ଅଣ୍ଟା ରେ ବା ପିଠିରେ ଯନ୍ତ୍ରଣା ଲାଗି ରହିବା ମଧ୍ୟ କ୍ୟାନ୍ସର ର ଏକ ଲକ୍ଷଣ ହୋଇଥାଏ ।
ତେଣୁ ଏପରି ହେବାର ଦେଖିଲେ ଯଥା ଶୀଘ୍ର ଯାଇ ଡାକ୍ତର ଙ୍କ ସହ ପରାମର୍ଶ କରି ନେବା ଉଚିତ । ହଟାତ ବିନା କାରଣ ରେ ଶରୀରର ଓଜନ କମିଯାଏ ବା ଖାଦ୍ୟ କିଛି ଖାଇବାକୁ ଇଛା ଣ ହୁଏ, ତେବେ ଏହା ମଧ୍ୟ କ୍ୟାନ୍ସର ର ପ୍ରାଥମିକ ଲକ୍ଷଣ ଭାବରେ ଦେଖାଯାଏ । ବିନା କାରଣ ରେ କାଶ ହେବା ଓ ନିଶ୍ଵାସ ନେବା ସମୟ ରେ କଷ୍ଟ ଅନୁଭବ ହେବା ଆଦି ସବୁ କ୍ୟାନ୍ସର ର ଏକ ପ୍ରାଥମିକ ଲକ୍ଷଣ ରୂପେ ଦେଖାଯାଇଥାଏ ।
ତେବେ ବନ୍ଧୁଗଣ ଯଦି ଆପଣ ଙ୍କୁ ଏହି ସବୁ ଲକ୍ଷଣ ମାନଙ୍କ ମଧ୍ୟ ନିଜ ଶରୀର ମଧ୍ୟ କୌଣସି ଲକ୍ଷଣ ପରି ଲକ୍ଷିତ ହେଉଛି ତେବେ ବିଳମ୍ବ ନ କରି ଯଥା ଶୀଘ୍ର ହିଁ ଡାକ୍ତର ଙ୍କ ସହ ପରାମର୍ଶ କରି ନିଅନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟର କରିବାକୁ ଭୁଲିବେନି । ଧନ୍ୟବାଦ