Health Tips- ଶରୀରରେ Calcium ଅଭାବ ଦେଖା ଦେଲେ ନିଶ୍ଚୟ ଖାଆନ୍ତୁ ଏହି 10 ଟି ଖାଦ୍ଯ, ଆଣ୍ଠୁ ଗଣ୍ଠି ରୋଗ, ହାତ ଗୋଡ ବିନ୍ଧା କେବେ ବି ହେବ ନାହିଁ

ବନ୍ଧୁଗଣ ଏହା ଦେଖା ଯାଇଛି ଯେ, ଯେଉଁ ବ୍ୟକ୍ତି ଙ୍କ ଶରୀର ରେ କ୍ୟାଲସିୟମ ର ଅଭାବ ରହିଥିଲା ତାଙ୍କ ଶରୀର ରେ ଭିଟାମିନ D3 ଓ B12 ଏବଂ ହିମୋଗ୍ଲୋବିନ ର ମଧ୍ୟ ଅଭାବ ପରିଲକ୍ଷିତ ହୋଇଥାଏ।ମଜବୁତ ହାଡ଼ ଏବଂ ସୁସ୍ଥ ଦାନ୍ତ ପାଇଁ କ୍ୟାଲସିୟମ ଅତ୍ୟନ୍ତ ଜରୁରୀ ହୋଇଥାଏ।ଯଦି ଆମ ଶରୀର କୁ ଭୋଜନ ରୁ ସଠିକ ପରିମାଣ ରେ କ୍ୟାଲସିୟମ ମିଳି ନଥାଏ ତେବେ ଆମ ହାଡ଼ ଓ ଦାନ୍ତ କମଜୋର ହୋଇ ଯାଇଥାଏ ଏବଂ ଆମକୁ କ୍ୟାଲସିୟମ ଅଭାବ ଜନିତ ରୋଗ ହୋଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଖାଦ୍ୟ ପଦାର୍ଥ ସମ୍ବନ୍ଧରେ କହିବୁ ଯାହାକୁ ଖାଇବା ଦ୍ଵାରା ଆମ ଶରୀର କୁ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଲାଭ ହୋଇଥାଏ।ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଶରୀର ରେ କ୍ୟାଲସିୟମ ର ଅଭାବ ପୂର୍ଣ୍ଣ କରିବାରେ ସବୁଠାରୁ ଉତ୍ତମ ଖାଦ୍ୟ ହେଉଛି ଗାଈ କ୍ଷୀର।ଏହା ଆମ ଶରୀରକୁ ଉପଯୁକ୍ତ କ୍ୟାଲସିୟମ ଯୋଗାଇଥାଏ।ଏହା ବ୍ୟତୀତ କ୍ଷୀର ରୁ ତିଆରି ସମସ୍ତ ପ୍ରକାର ଖାଦ୍ୟ ଯଥା, ଦହି ଓ ପନିର ଆଦି ରେ ବି ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ।ତେଣୁ ଆପଣ ଯଦି ନିଜ ଶରୀର ରେ କ୍ୟାଲସିୟମ ର ଅଭାବ କୁ ଦୂର କରିବାକୁ ଚାହାନ୍ତି ତେବେ କ୍ଷୀର ଏବଂ ପନିର, ଛେନା, ଦହି ଆଦି ସେବନ କରନ୍ତୁ।


୨. ପନିପରିବା ମଧ୍ୟରେ ପାଳଙ୍ଗ ଶାଗ, ବ୍ରୋକଲି, ମୂଳା, ଭେଣ୍ଡି ଆଦି ରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ।ତେଣୁ ଯଦି ଆପଣଙ୍କ ଶରୀର ରେ କ୍ୟାଲସିୟମ ର ଅଭାବ ରହିଛି ତେବେ ଏହି ସମସ୍ତ ପନିପରିବା କୁ ପ୍ରଚୁର ମାତ୍ରାରେ ସେବନ କରନ୍ତୁ।

୩. ଅଁଳା କ୍ୟାଲସିୟମ ର ଉତ୍ସ ଅଟେ।ଏହାକୁ ସେବନ କରିବା ଦ୍ୱାରା କ୍ୟାଲସିୟମ ର ଅଭାବ ଦୂର ହୋଇଥାଏ।ଏହା ବ୍ୟତୀତ ଟମାଟୋ ରେ ମଧ୍ୟ ପ୍ରଚୁର କ୍ୟାଲସିୟମ ରହିଥାଏ।ଏହା ହାଡ଼ କୁ ମଜବୁତ କରିବାରେ ସକ୍ଷମ ହୋଇଥାଏ।


୪. ଫଳ ମଧ୍ୟରୁ କମଳା, ପିଜୁଳି, ଅମୃତଭଣ୍ଡା, ଆତ ଇତ୍ୟାଦି ରେ କ୍ୟାଲସିୟମ ର ପରିମାଣ ଅଧିକ ରହିଥାଏ।ତେଣୁ ଶରୀର ରେ କ୍ୟାଲସିୟମ ର ସନ୍ତୁଳନ କୁ ବଜାୟ ରଖିବା ନିମନ୍ତେ ଏହି ସବୁ ଫଳ ଗୁଡ଼ିକ ନିଶ୍ଚିତ ଭାବରେ ସେବନ କରନ୍ତୁ।


୫. ଡ୍ରାଏ ଫ୍ରୁଟ୍ସ ରେ ବହୁତ ପରିମାଣ ରେ କ୍ୟାଲସିୟମ ରହିଥାଏ।ତେଣୁ ବାଦାମ, କାଜୁ, ଅଞ୍ଜିର ଭଳି ଡ୍ରାଏ ଫ୍ରୁଟ୍ସ ଗୁଡ଼ିକୁ ନିହାତି ସେବନ କରନ୍ତୁ।ଏହା ସହିତ ରାଜମା, କାବୁଲି ଚଣା, ଖସା, ସୋୟାବୀନ ଆଦି ରେ କ୍ୟାଲସିୟମ ଭରପୁର ମାତ୍ରାରେ ରହିଥାଏ।ତେଣୁ ଆପଣ ଏହି ସମସ୍ତ ପ୍ରକାର ଖାଦ୍ୟ କୁ ନିଜ ଭୋଜନ ରେ ସାମିଲ କରନ୍ତୁ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *