କରୋନା କାରଣରୁ ଶରୀରରେ ହେଉଥିବା ଦୁର୍ବଳତାକୁ ସବୁଦିନ ପାଇଁ ସବୁ ଦିନ ପାଇଁ ଦୂର କରନ୍ତୁ, କରନ୍ତୁ ଏହି ଦେଶୀ ଉପାୟ- Health Tips

ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନେ କୋରନା ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଶରୀର ରେ ଅଧିକ ଦୁର୍ବଳତା ଦେଖା ଯାଉଛି । ଶରୀର ରେ ଏଭଳି ଦୁର୍ବଳତା କାରଣରୁ କୌଣସି କାର୍ଯ୍ୟ କରିବାକୁ ମଧ୍ୟ ଇଚ୍ଛା ହେଉନାହିଁ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଶରୀର ରେ ହେଉଥିବା ଦୁର୍ବଳତା ଧୀରେ ଧୀରେ କମିବ ଏବଂ ପୁଣିଥରେ ଶରୀର ରେ ଏନର୍ଜୀ ତିଆରି ହେବ । ଏହି ଘରୋଇ ଉପଚାର ଟି ବହୁତ ସରଳ ଓ ସହଜ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ପ୍ରଥମେ ଏକ ପାତ୍ର ରେ ଦୁଇ କପ୍ ପାଣି ପକାନ୍ତୁ ଏବଂ ସେଥିରେ ଏକ ଛୋଟ ଖଣ୍ଡ ଗିଲୋଏ ପକାନ୍ତୁ । ଯାହାକୁ ଓଡ଼ିଆ ରେ ଗୁଲୁଚି ବା ଗୁଡୁଚି ବୋଲି କୁହାଯାଏ । ଏହାପରେ ଏଥିରେ ଚାମଚ ରେ ଚାରି ଭାଗ ରୁ ଏକ ଭାଗ ଜିରା ପକାନ୍ତୁ । ଏହାପରେ ଏଥିରେ ଚିମୁଟାଏ ହଳଦୀ ଗୁଣ୍ଡ ପକାନ୍ତୁ ।

ଏହି ୩ ଟି ଜିନିଷ ପକାଇବା ପରେ ଆଉ ୪ ଟି ଜିନିଷ କୁ ଆପଣଙ୍କୁ ଗୁଣ୍ଡ କରି ପକାଇବାକୁ ହେବ । ସେଥିପାଇଁ ଆପଣ ଚାରୋଟି ଗୋଲମରିଚ, ଦୁଇଟି ଲବଙ୍ଗ, ଦୁଇଟି ଛୋଟ ଗୁଜୁରାତି ଏବଂ ଗୋଟିଏ ବଡ଼ ଅଳେଇଚ ନିଅନ୍ତୁ । ଏହାକୁ ଭଲ ଭାବରେ କୁଟି ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ସେହି ଗୁଣ୍ଡ କୁ ଆପଣ ସେହି ପାଣି ରେ ପକାନ୍ତୁ ।

ବର୍ତ୍ତମାନ ପାଣି କୁ ଭଲ ଭାବରେ ଫୁଟାନ୍ତୁ । ଦୁଇ କପ୍ ପାଣି ଯେ ପର୍ଯ୍ୟନ୍ତ ଏକ କପ୍ ହୋଇନାହିଁ ସେତେ ସମୟ ପର୍ଯ୍ୟନ୍ତ ସେହି ପାଣି କୁ ଫୁଟାନ୍ତୁ । ଏହାପରେ ପାଣିକୁ ଭଲ ଭାବରେ ଛାଣି ଏକ ଗ୍ଲାସ ରେ ଅଲଗା ରଖନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଗଲା । ଆପଣଙ୍କ ଏହି ଉପଚାର ଟି କାଢ଼ା ରୂପରେ ପ୍ରସ୍ତୁତ ହୋଇଗଲା ।

ଆପଣ ଏହି କାଢ଼ା କୁ ସକାଳେ ଓ ସନ୍ଧ୍ୟା ରେ ସେବନ କରନ୍ତୁ । ଆପଣ ଦେଖିବେ ଯେ ଏହି କାଢ଼ା କୁ ପିଇବା ପରେ ଆପଣଙ୍କ ଶରୀର ରେ ଦୁର୍ବଳତା ରହିବ ନାହିଁ ଏବଂ ଏନେର୍ଜି ରେ ଭରପୁର ହୋଇଯିବ । ତେଣୁ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *