Vitamin D କାହିଁକି ଜରୁରୀ ? Vitamin D ଅଭାବରେ ଶରୀରରେ କେଉଁ ସବୁ ସମସ୍ଯା ଆସିଥାଏ ? ଏଥିରୁ କିପରି ପାଇବେ ମୁକ୍ତି ? (Dr Niroj Kumar Mishra)

ବନ୍ଧୁଗଣ, ଭିଟାମିନ- ଡି ଏକ ପ୍ରୋ ହରମୋନ ଅଟେ । ଯେତେବେଳେ ଆମ୍ଭ ସ୍କିନ ସୂର୍ଯ୍ୟ ଙ୍କ କିରଣ ସଂସ୍ପର୍ଶରେ ଆସେ ସେତେବେଳେ ଭିଟାମିନ-ଡି ୯୦ ପ୍ରତିଶତ ଆମ୍ଭ ଶରୀରରେ ପ୍ରସ୍ତୁତ ହୋଇଥାଏ । ଏହା ପ୍ରଥମେ ଲିଭର ଦ୍ଵାରା ଏବଂ ଏହାପରେ କିଡ୍ନି ପାଖକୁ ଗଲେ ଆକ୍ଟିଭ ଫର୍ମ ର ଭିଟାମିନ-ଡି 3 ପ୍ରସ୍ତୁତ ହୋଇଥାଏ । ଏହା ଆମ୍ଭ ଶରୀରରେ ଅତ୍ୟନ୍ତ ଆବଶ୍ୟକ । ସାଧାରଣତ ଏହା ହାଡ ଗୁଡିକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।

ଏହା ସୁଦୃଢ ହାଡ ଶରୀରରେ ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ମନୁଷ୍ୟ ନିମନ୍ତେ ବହୁତ ଜରୁରୀ ହୋଇଥାଏ ଭିଟାମିନ-ଡି । ସେଲ ର ଗ୍ରୋଥ ନିମନ୍ତେ ମଧ୍ୟ ଏହା କାର୍ଯ୍ୟ କରିଥାଏ । ସେଲ ମାନଙ୍କର ଫଙ୍ଗସନ ନିମନ୍ତେ ମଧ୍ୟ ଏହା କାର୍ଯ୍ୟ କରିଥାଏ । ଏହା ବ୍ଲଡ଼ ପ୍ରେସର ତଥା ଡାଇବେଟିସ ନିମନ୍ତେ କିଛି କାର୍ଯ୍ୟ କରିଥାଏ । ଏହା ସହିତ ଏହା କ୍ୟାନ୍ସର ବିପକ୍ଷରେ ମଧ୍ୟ ଲଢିଥାଏ ।

ଯେଉଁ ମାନଙ୍କ ର ଭିଟାମିନ-ଡି ପ୍ରଚୁର ପରିମାଣରେ ଅଛି ସେମାନଙ୍କୁ କ୍ୟାନ୍ସର ଭଳି ରୋଗ ସ୍ପର୍ଶ କରିନଥାଏ । ଏହାର ଅଧିକ ଆବଶ୍ୟକତା ଶରୀରରେ ରହିଅଛି । ଏହା ଅଧିକ ରୋଗ କୁ ପ୍ରିଭେଣ୍ଟ କରିଥାଏ । ସୂର୍ଯ୍ୟ କିରଣ ବ୍ୟତୀତ ଏହା ଶାଳମଣ୍ଡ, ତୁନା, ମାକ୍ରେଲ, ଏହି ସବୁମାଛ ରେ ପ୍ରଚୁର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଅଣ୍ଡା ର କେଶର ମଧ୍ୟ ବହୁତ ଭଲ ହୋଇଥାଏ ଭିଟାମିନ-ଡି ନିମନ୍ତେ ।

ନିରାମିଷ ଲୋକଙ୍କ ନିମନ୍ତେ ଭିଟାମିନ-ଡି କେବଳ ମସରୁମ ରେ ମିଳିଥାଏ । ଭିଟାମିନ-ଡି ଅଭାବ ହେଲେ ଆପଣଙ୍କୁ ହାଲିଆ ଲାଗିଥାଏ । ଏବଂ କେତେ ଜଣଙ୍କର ଅଳ୍ପ ଡିପ୍ରେସନ ମଧ୍ୟ ରହିଥାଏ । ଏହା ପରେ ହାଡ ମାନଙ୍କ ରେ ଯନ୍ତ୍ରଣା ହେବା । ଆଉ ଏକ ହେଉଛି ଚାଲିବାକୁ ଅସୁବିଧା ହେଉଥିବ, ଏବଂ ପଡିଯିବାର ସମ୍ଭାବନା ଅଧିକ ଲାଗୁଥିବ । ଏହା ସହିତ ମସଲ ମାନଙ୍କରେ ଯନ୍ତ୍ରଣା ହେବ ।

ଏହା ସହିତ ଅତ୍ୟଧିକ କେଶ ଝଡିବା । ଯଦି ଏହିଭଳି କିଛି ଦେଖୁଛନ୍ତି ତେବେ ଆପଣ ଡାକ୍ତର ଙ୍କ ସହିତ ପରାମର୍ଶ ନିଅନ୍ତୁ । ଏହାକୁ ଚିହ୍ନିବା ନିମନ୍ତେ ଏକ ଟେଷ୍ଟ ହୋଇଥାଏ । ଏହା ଯଦି ୩୦ ତଳକୁ ହେଲା ତେବେ ଆପଣ ଜାଣି ନିଅନ୍ତୁ ଯେ ଆପଣଙ୍କ ଶରୀରରେ ଭିଟାମିନ -ଡି ର ଅଭାବ ଅଛି ।

ଏହାକୁ ପୂରଣ କରିବା ନିମନ୍ତେ ଆପଣ ଡାଏଟ କୁ ନିୟମିତ ଫଲୋ କରନ୍ତୁ, ଏହା ସହିତ ଭିଟାମିନ-ଡି ସପଲିମେଣ୍ଟ ନିଶ୍ଚିତ ଭାବରେ ଖାଇ ପାରିବେ । ଫଳରେ ଆପଣଙ୍କ ଏହି ସମସ୍ୟା ଦୂର ହେବ ମାତ୍ର ଆପଣ ଧ୍ୟାନ ରଖିବେ ଯେ ଜଳଖିଆ ଖାଇବା ପରେ ଏହାକୁ ସେବନ କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *