ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କୌଣସି ଘଟଣା ଘଟିବା ପୂର୍ବରୁ ଆମକୁ କୌଣସି ପ୍ରକାର ସୂଚନା କୌଣସି ନା କୌଣସି ମାଧ୍ୟମରେ ମିଳିଯାଇଥାଏ । ସବୁଠାରୁ ବଡ କଥା ହେଉଛି ଆମ ସ୍ଵାସ୍ଥ ଜନିତ କୌଣସି ସମସ୍ଯା ଆସିବା ପୂର୍ବରୁ ଆମ ଶରୀର ଆମକୁ ଆଗୁଆ ସୂଚନା ଦେଇଦେଇଥାଏ । ସେଥିପାଇଁ ଆପଣ ମାନେ ନିଜ ଶରୀର ପ୍ରତି ଅଧିକ ଯତ୍ନଶୀଳ ଓ ସଚେତନ ରହିବା ଅବଶ୍ୟକ । ଯେପରି ହୃଦଘାତ ଏକ ଏଭଳି ଗମ୍ଭୀର ସମସ୍ଯା ଯଦି ଆମେ ଠିକ ସମୟରେ ତାକୁ ଚିକିତ୍ସା ଦେଇପାରିବା ନାହିଁ ।
ତେବେ ତାହା ପ୍ରାଣଘାତୀ ମଧ୍ୟ ହୋଇପାରେ । ପ୍ରଥମ ଲକ୍ଷଣ ହେଉଛି ଯଦି କୌଣସି କାର୍ଯ୍ୟ ନକରି ମଧ୍ୟ ଶରୀରରୁ ଗମ୍ ଗମ୍ ହୋଇ ଝାଳ ବାହାରିବା । କୌଣସି ରୋଗ ବେମାରୀ ନଥାଇ ଓ ଖିଆପିଆ ଠିକ କରି ମଧ୍ୟ ଆଗ ସମୟ ଅପେକ୍ଷା ବର୍ତ୍ତମାନ ସମୟରେ ଶରୀରରେ ଅଧିକ ମାତ୍ରାରେ ଥକାପଣ ଓ ଦୁର୍ବଳ ଅନୁଭବ କରିବା । ତେବେ ଏଥିପ୍ରତି ଅଣଦେଖା ନକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
ଦିତୀୟରେ ଯଦି କୌଣସି ଶ୍ଵାସ ସମସ୍ଯା ନଥାଇ ମଧ୍ୟ ପ୍ରାୟ ସମୟ ଧରି ଜଣେ ବ୍ୟକ୍ତିର ଅଳ୍ପ କାର୍ଯ୍ୟ କରି ମଧ୍ୟ ଅଧିକ ଧଇଁସଇଁ ହୋଇଯିବା । ଯଦି ଆପଣ କିଛି ସମୟ ବସିଗଲା ପରେ ପୁଣି ଆପଣଙ୍କ ନିଶ୍ଵାସ ପ୍ରଶ୍ଵାସ ସାଧାରଣ ଅବସ୍ତାକୁ ଚାଲିଆସିଥାଏ । ତେବେ ଏହା ହାର୍ଟ ଠିକ ଭାବରେ କାମ ନକରିବାର ସୂଚନା ଦେଇଥାଏ ।
ତୃତୀୟରେ ଆପଣଙ୍କ ହାତ ଗୋଡ ହଟାତ ଫୁଲିଯାଇ ଦରଜ ହୋଇଯିବା । ଯଦି ସେହି ଫୁଲାରେ ଆପଣ ହାତରେ ପ୍ରେସ କରିବେ । ସେହି ଜାଗାରେ ଗର୍ତ୍ତ ସୃଷ୍ଟି ହୋଇଯାଇଥାଏ । ଏହି ସମସ୍ଯା ଅନ୍ୟ କାରଣରୁ ମଧ୍ୟ ହୋଇବା ସହ ହାର୍ଟ ଫେଲ୍ ହେବା ପୂର୍ବରୁ ମଧ୍ୟ ଏଭଳି ହୋଇଥାଏ । ଚତୁର୍ଥରେ ଡାଇଜେସନ ପାୱାର ଖରାପ ହୋଇଯିବା ।
ଏହା ସହିତ ପେଟରେ କିଛି ନା କିଛି ସମସ୍ଯା ବହୁ ସମୟ ଧରି ଲାଗିରହିବା । ସକାଳୁ ସକାଳୁ ଏପରି ପେଟ ଲକ୍ଷଣ ଅନୁଭବ ହୋଇଥାଏ । ବ୍ୟକ୍ତିର ଅଧିକ ଝାଳ ବୋହି ମନ ଅସ୍ଥିର ସେହି ସମୟରେ ହୋଇଯାଇଥାଏ । ପଞ୍ଚମ ଲକ୍ଷଣ ହେଉଛି ଛାତିରେ ସମୟ ସମୟରେ ଯନ୍ତ୍ରଣା କିଛି ଦିନରୁ ଅନୁଭବ କରିବା ।
ଛାତିରେ ଜୋରସେ ଯନ୍ତ୍ରଣା ହେବା ଓ କିଛି ସମୟ ରିଲାକ୍ଷ ହୋଇଗଲା ପରେ ପୁଣି ଠିକ ହୋଇଯିବା । ଏପରି ଲକ୍ଷଣକୁ ଅଣଦେଖା କରିବା ଜମାରୁ ଠିକ ହୋଇନଥାଏ । ଯଦି ଏହି ୫ ଲକ୍ଷଣ ଶରୀରରେ ଦେଖିବାକୁ ମିଳିଥାଏ । ତେବେ ନିହାତି ଭାବେ ଡାକ୍ତରଙ୍କ ସହ ପରାମର୍ଶ କରି ନେବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ