ଜୀବନରେ ଖୁସିରେ ରହିବା ପାଇଁ ଓ ସଫଳ ହେବା ପାଇଁ 8 ଟି କଥା ସବୁ ବେଳେ ଗୁପ୍ତ ରଖିବେ ଅନ୍ୟଥା ବହୁତ୍ କଷ୍ଟ ପାଇବେ (Motivational Speech)

ନମସ୍କାର ବନ୍ଧୁଗଣ , ଜାଗତିକ ସଂସାର ରେ ରହୁଥିବା ମଣିଷ କୁ କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ମଣିଷ ସବୁ ବେଳେ କେଉଁ ବିଷୟ  କୁ ଅନ୍ୟ ଆଗରେ କହିବା ଉଚିତ୍ , ତାହାକୁ ପ୍ରକାଶ କରିନଥାଏ ମାତ୍ର ଯେଉଁ ବିଷୟ କହିବା ଅନୁଚିତ୍ ହୋଇଥାଏ ତାହାକୁ କହିଥାଏ । ଯାହା ଫଳରେ ମଣିଷ କୁ ପଛରେ କହିବା କଥା ପ୍ରତି ଦୁଃଖିତ ହେବାକୁ ପଡିଥାଏ । ତେଣୁ ଆମ କୁ ଆଠ ଟି ବିଷୟ କୁ ସବୁବେଳେ ଗୁପ୍ତ ରଖିବା ଉଚିତ୍ ।

କାରଣ ଏହା କରିବା ଦ୍ଵାରା ଆମ ଜୀବନ ଖୁସି ରେ ରହିଥାଏ । ଆସନ୍ତୁ ଜାଣିବା ଏହି ଆଠ ଟି ବିଷୟ କଣ । 1 – ମଣିଷ କୁ ନିଜର ଆର୍ଥିକ ସ୍ଥିତି ବିଷୟରେ କାହାଋ ଆଗରେ କହିବା ଠିକ୍ ହୋଇନଥାଏ । କାରଣ ଲୋକମାନେ ଯେବେ ଆପଣଙ୍କ ଆର୍ଥିକସ୍ଥିତି ଜାଣିବେ ଆପଣଙ୍କ ଆଗରେ ସହାନୁଭୁତି ଦେଖାଇବେ ମାତ୍ର ପଛରେ ଏହି ବିଷୟ ନେଇ ସମସ୍ତଙ୍କ ଆଗରେ କହି ହସିବେ ।

ତେଣୁ କେବେ ବି କାହାକୁ ନିଜର ଆର୍ଥିକ ପାରିବାରିକ ସ୍ଥିତି ବିଷୟରେ କହିବେ ନାହିଁ । 2 – ଆପଣଙ୍କ ଆନ୍ତରିକ ବିଷୟ ଯଥା ଆପଣଙ୍କ ପ୍ରେମ ଭଲପାଇବା ବିଷୟରେ ଅନ୍ୟ କୁ କେବେ ହି କହିବେ ନାହିଁ । ଜଗତରେ ଥିବା ଲୋକମାନେ ଆପଣଙ୍କ ସାମନା ରେ ହସ ଖୁସି ରେ କଥା ହେବେ ମାତ୍ର ସମୟ ଆସିଲେ ଆପଣଙ୍କ ପ୍ରେମ ସମ୍ପର୍କ ରେ ସେହି ବାଧା ହେଇ ଛିଡା ହେଇଯିବେ । ତେଣୁ ଏହାକୁ ନ କହିବା ଉଚିତ୍ ।

3 – ଜୀବନରେ  ଆପଣ ଯାହା କହିବାକୁ ଚାହୁଛନ୍ତି ଯଥା ଆପଣଙ୍କ ଯୋଜନା ବିଷୟରେ ଅନ୍ୟ କୁ କହିବେ ନାହିଁ । ନଚେତ୍ ସେମାନେ ଆପଣଙ୍କ ଠାରୁ ଉତ୍ତମ ଯୋଜନା କରି ଜୀବନରେ ସଫଳତା ପାଇଥାନ୍ତି । 4 – ନିଜର ଦୁର୍ବଳତା  କୁ କେବେ ବି ଅନ୍ୟ ର ଆଗରେ ପ୍ରକାଶ କରିବେ ନାହିଁ । ଏହି ଦୁନିଆରେ ଥିବା ମଣିଷ ଭିତରେ ଭୁଲ ଠିକ ଉଭୟ ରହିଛି । କିଏ ବି ଠିକ ନୁହେଁ ତେଣୁ ନିଜର ଭୁଲ କୁ କେବେ ବି ଅନ୍ୟ ଆଗରେ କହି ନିଜକୁ କମ୍ କରିବେ ନାହିଁ ।

5-  ପାରିବାରିକ ସମସ୍ୟା ବିଷୟରେ ଅନ୍ୟ କାହାରି କୁ କହିବେ ନାହିଁ । କାରଣ ଆପଣ ବିଶ୍ବାସ ର ସହିତ କହିଥିବା ବ୍ୟକ୍ତି ତା ପାଖରେ ଏହାକୁ ନ ରଖି ସମସ୍ତ କୁ କହିଥାଏ , ଏହା ଦ୍ଵାରା ଆପଣଙ୍କ ପରିବାର ର କଥା ବାହାର କୁ ଯିବାର ଆପଣ ହିଁ ଦାୟୀ ହୋଇଥାନ୍ତି । 6-  ମଣିଷ କରିଥିବା ଦାନ କୁ ଅନ୍ୟ ଆଗରେ ନିଜର କର୍ମ ର ପ୍ରଶଂସା କରିବା କଥା ନୁହେ ।

ବ୍ୟକ୍ତି କରିଥିବା ଦାନ ଠାରୁ ଅଧିକ ନିଜର ପ୍ରଶଂସା ଆଶା କରିଥାଏ , ମାତ୍ର ଆମକୁ କରିଥିବା ଦାନ ଭୁଲିଯିବା ଉଚିତ୍ । ସମୟ ଆସିଲେ ଆପଣ କରିଥିବା ଭଲ ଆପଣଙ୍କ ପାଖ କୁ ଫେରି ଆସେ । 7 – ଯଦି ବ୍ୟକ୍ତି ଶରୀର ଅସୁସ୍ଥ ରହିଥାଏ ତେବେ ସେହି ରୋଗ ବିଷୟରେ ଅଧିକ ଆଲୋଚନା ଏବଂ ଅନ୍ୟମାନଙ୍କୁ କହିବା ଦ୍ଵାରା ରୋଗ ଶକ୍ତି ପାଇଥାଏ  ଏବଂ ଆପଣଙ୍କୁ ଛାଡି ଯାଇନଥାଏ ।

8-  ଆପଣଙ୍କ ଅପମାନ ଏବଂ ପ୍ରଶଂସା କୁ ଅନ୍ୟ ଆଗରେ କୁହନ୍ତି ନାହିଁ । କାରଣ କୁହାଯାଏ ଅନ୍ୟ ମୁଖ ଆପଣଙ୍କ ପ୍ରଶଂସା କରୁ ମାତ୍ର ନିଜ ମୁଖ ତାହା ନ କରୁ ।  ଏହି ଆଠ ବିଷୟ ସର୍ବଦା ଗୁପ୍ତ ରଖନ୍ତୁ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *