ସପ୍ତାହରେ ମାତ୍ର ଗୋଟେ ଦିନ ଏହାକୁ ଲଗାନ୍ତୁ, ବାଳ ହେବ ମୂଳରୁ ମଝବୁତ, ଲାମ୍ବା ଆଉ ଘନ, ଆପଣ ନିଜେ ବି ବିଶ୍ବାସ କରି ପାରିବେନି (Hair Care Tips)

ବନ୍ଧୁଗଣ, ଆଜିର ଯୁଗରେ ସମସ୍ତେ ନିଜ କେଶ କୁ ନେଇ ବହୁତ ଚିନ୍ତିତ ରହିଥାନ୍ତି । କେତେ ଜଣଙ୍କ କେଶ ବହୁତ ଝଡିଥାଏ, ଏବଂ ଆଉ କେତେଜଣଙ୍କ କେଶ ବଢ଼େନାହିଁ । ସେମାନେ ଚନ୍ଦାପଣ ର ଶିକାର ମଧ୍ୟ ହୋଇଥାନ୍ତି । ଏହା ପୁଅ ଝିଅ ସମସ୍ତଙ୍କ କ୍ଷେତ୍ରରେ ହୋଇଥାଏ । ଆଜି ଆମେ ଆପଣମାନଙ୍କୁ ଘୋରଇ ଉପଚାର ବିଷୟରେ ଜଣାଇବୁ ଯାହାର ବ୍ୟବହାର ଦ୍ଵାରା ଆପଣ ନିଜ କେଶର ଝଡ଼ିବାକୁ ରୋକିପାରିବେ ।  ସବୁଦିନ ପାଇଁ ଚନ୍ଦାପଣ ରୁ ଦୂରେଇ ରହିବେ ।

୧:- ପ୍ରଥମ ଘୋରଇ ଉପଚାର ପାଇଁ ଆପଣଙ୍କୁ କିଛି ନିମ୍ବ ପତ୍ର ଦରକାର । ଗୋଟେ ଷ୍ଟିଲ ବାସନ ନେଇ ସେଥିରେ ଦେଢ଼ ଗିଲାସ ପାଣି ପକାଇ ଭଲ ଭାବେ ଫୁଟିଇବାକୁ ଦିଅନ୍ତୁ । ପାଣି ଭଲରେ ଫୁଟିଗଲା ପରେ ସେଥିରେ ଅଳ୍ପ ନିମ୍ବ ପତ୍ର ପକାଇ ୧୫ ରୁ ୨୦ ମିନିଟ ଫୁଟିବାକୁ ଛାଡ଼ି ଦିଅନ୍ତୁ । ୧୫ ରୁ ୨୦ ମିନିଟ ପରେ ପାଣିର ରଙ୍ଗ ବଦଳି ଯାଇଥିବ । ନିମ୍ବ ପତ୍ରର ସବୁ ଭଲ ଗୁଣ ପାଣିକୁ ପଳାଇ ଯାଇଛି ।

ଏବେ ଗ୍ୟାସ କୁ ବନ୍ଦ କରି ପାଣିକୁ ଥଣ୍ଡା କରିବା ପାଇଁ ଛାଡ଼ିଦେବେ । ପାଣି ଥଣ୍ଡା ହେବା ପରେ ଏହି ପାଣିକୁ ଏକ ସ୍ପ୍ରେ ବୋତଲକୁ ବାହାର କରିଦେବେ । ଏବେ ଆପଣ ଏହି ପାଣିକୁ ସ୍ପ୍ରେ ମାଧ୍ୟମରେ ନିଜ କେଶର ମୂଳ ରେ ଲଗାନ୍ତୁ । ଯଦି ଆପଣଙ୍କ ପାଖରେ ସ୍ପ୍ରେ ବୋତଲ ନାହିଁ ତେବେ ଆପଣ ଏହାକୁ ତୁଳା ସାହାଯ୍ୟ ରେ ଲଗାଇ ପାରିବେ । ନିମ୍ବ ଆମର ସ୍କିନ ଏବଂ କେଶ ପାଇଁ ବହୁତ ଭଲ ହୋଇଥାଏ ।

ନିମ୍ବ ପତ୍ର ଦ୍ଵାରା ଆପଣଙ୍କ କେଶର ସବୁ ସମସ୍ୟାର ସମାଧାନ ହୋଇଯିବ । ଯେମିତିକି କେଶ ଝଡ଼ିବା, ପତଳା ହେବା ଏବଂ ଡ୍ରାଏ ରହିବା । ଯଦି ଆପଣଙ୍କର ରୁପି ସମସ୍ୟା ଅଛି, ତେବେ ଏହା ରୁପିକୁ ଦୂର କରିବାରେ ବହୁତ ଭଲ କାମ କରିଥାଏ । ନିମ୍ବ ଆଣ୍ଟି ବ୍ୟାକ୍ଟେରିଆଲ ପରି କାମ କରିଥାଏ । ନିମ୍ବ ପାଣି କେଶର ସବୁ ସମସ୍ୟା କୁ ଦୂର କରି କେଶ କୁ ମଜବୁତ ଏବଂ ମୋଟା କରିଥାଏ ।

ଯଦି ଆପଣଙ୍କ ମୁଣ୍ଡ ବହୁତ କୁଣ୍ଡାଇ ହେଉଛି, ତେବେ ମଧ୍ୟ ନିମ୍ବ ଆପଣଙ୍କ ଏହି ସମସ୍ୟାକୁ ଦୂର କରିଥାଏ । ଆପଣ ଏହି ପାଣି କୁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ । ଏହି ପାଣିକୁ ଲଗାଇ ୩୦ ମିନିଟ ଛାଡ଼ି ଦିଅନ୍ତୁ । ତାହାପରେ କେଶ କୁ ସାମ୍ପୂ ସାହାଯ୍ୟରେ ଭଲ ଭାବରେ ଧୋଇଦିଅନ୍ତୁ ।

୨:- ଦ୍ଵିତୀୟ ଉପଚାର ପାଇଁ ଆପଣଙ୍କୁ ଏଲୋବେରା ଦରକାର । ଏଲୋବେରା ମଧ୍ୟ କେଶର ସବୁ ସମସ୍ୟାର ସମାଧାନ କରିଥାଏ । ଗୋଟେ ଏଲୋବେରା ଖଣ୍ଡ କୁ ନେଇ ନିଜ କେଶର ମୂଳରେ ଘଷନ୍ତୁ । ନଚେତ ଆପଣ ଏଲୋବେରା ରୁ ଜେଲ କାଢି ମଧ୍ୟ କେଶ ମୂଳରେ ଭଲ ଭାବରେ ଲଗାଇ ପାରିବେ । ଏଲୋବେରା ଆମ କେଶ କୁ ବଢ଼ିବାରେ ସାହାଯ୍ୟ କରିଥାଏ । ଏବଂ କେଶକୁ ସିଲ୍କ ଓ ସ୍ମୁଥ ମଧ୍ୟ କରିଥାଏ ।

ଏହି ଉପଚାରକୁ ଆପଣ ସପ୍ତାହରେ ଥରେ ମାତ୍ର କରନ୍ତୁ । ଏହି ଜେଲକୁ ଲଗାଇ ୩୦ ମିନିଟ ଛାଡ଼ି ଦିଅନ୍ତୁ । ୩୦ ମିନିଟ ପରେ କେଶ କୁ ଭଲ ଭାବେ ସାମ୍ପୁ କରି ପାଣିରେ ଧୋଇଦିଅନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *