Sadhuvani- ସଫଳତା ପାଇବା ପାଇଁ ସବୁବେଳେ ମିଛ କୁହନ୍ତୁ…

ନମସ୍କାର ବନ୍ଧୁଗଣ, ସଂସାର ମିଛ ସତର ନିକିଟି ପଲା ଭଳି ଅଟେ । ଯେଉଁଟି ଅଧିକ ହେବ ସେଇଟା ତଳକୁ ଯିବ । ଅଧିକ ସତ କହିବେ ତ ଫସିବେ ଅଧିକ ମିଛ କହିବେ ତ ଫସିବେ । ତେଣୁ ସତ ମିଛର ଭାରକୁ ସମାନ ରଖି ଚାଲିବା ଆବଶ୍ୟକ । କେଉଁ ଜାଗାରେ ସତ କହିବେ ଆଉ କେଉଁ ଜାଗାରେ ମିଛ କହି ସଫଳ ହେବେ ସତ ଉପାୟରେ ଏହା ସମ୍ପର୍କରେ ଜାଣିବା ଜରୁରୀ । ତେବେ ଏକ କାହାଣୀ ମାଧ୍ୟମରେ ଆସନ୍ତୁ ଜାଣିବା ମିଛ କହି ଆପଣ କିଭଳି ସଫଳ ହେବେ ।

ଗୋଟିଏ ଯୁବକ କୌଣସି କାମ କରୁନଥିଲା । ବସି ରହି ଖାଇବା କଥା ଭାବୁଥିଲା । ତେଣୁ ସେ ଏକ ସହଜ ଉପାୟ ଖୋଜିନେଲା । ମନ୍ଦିରରେ ସବୁଦିନ ଯାଇ ଭକ୍ତ ଭଳି ଧ୍ୟାନ କରି ବସିବାର ନାଟକ କରିଚାଲିଲା । ଯିଏ ଦେଖିଲା ସିଏ ଭବିଲା ଏହି ଯୁବକ ଜଣଙ୍କ ଭଗବାନଙ୍କର ପ୍ରକୃତ ଭକ୍ତ ବୋଧେ । କିନ୍ତୁ ଏହା ପଛର ପ୍ରକୃତ ସତ ହେଉଛି ସେହି ଯୁବକ ଜଣଙ୍କ ମାଗଣାରେ ମନ୍ଦିର ପ୍ରସାଦ ଖାଇବା ପାଇଁ ଦିନସାରା ଭକ୍ତ ହେବାର ନାଟକ କରୁଥିଲା ।

ଆଉ ଭାବୁଥିଲା ଏମିତି ମିଛ ଡ୍ରାମା କରି ଭକ୍ତ ଭାବରେ ସମ୍ମାନ ପାଇବା ସସହ ମାଗଣାରେ ଖାଇବା ମଧ୍ୟ ମିଳିବ । ହେଲେ ସେହି ମନ୍ଦିରରେ ପୂଜା କରୁଥିବା ପୂଜାରୀଙ୍କୁ ଯୁବକଟିର ଅନବରତ ବସି ରହିବା କାରଣରୁ ମନ୍ଦିର ପୂଜା କରିବା ପାଇଁ ଆଳତି ପାଇଁ ପହଡ ପାଇଁ ବହୁତ ଅସୁବିଧା ହେଉଥିଲା । ଆଉ ପୂଜାରୀ ଜଣଙ୍କ ଏହି ଯୁବକଟିର ମିଛ ଭକ୍ତ ହେବାର ଡ୍ରାମାକୁ ମଧ୍ୟ ବୁଝିସାରିଥିଲେ ।

ସିଧାସଳଖ ତ ତାକୁ ମନ୍ଦିର ଆସିବା ପାଇଁ ପାଇଁ ପୂଜାରୀ ମନ କରିପାରିବେ ନାହିଁ । କାରଣ ସେ ଅନ୍ୟ ଗ୍ରାମର ପୂଜାରୀ ଥିଲେ ତ ସେହି ଗ୍ରାମର ମନ୍ଦିରରେ ବସି ରହିଥିବା ସେହି ଗ୍ରାମର ଯୁବକକୁ ବା କିଭଳି ମନା କରିପାରିବେ । ତେଣୁ ସେ ଭଗବାନଙ୍କୁ କହିଲେ ପ୍ରଭୁ ଆପଣ ତ ଜାଣିଛନ୍ତି ସେ କେଉଁ ଆଶାରେ ଏଠାରେ ବସି ମିଛ ଭକ୍ତ ହେବାର ଡ୍ରାମା କରୁଛି ।

ତେଣୁ ଏଥିପାଇଁ ମତ ଏକ ମିଛର ସାହାରା ନେବାକୁ ପଡୁଛି । ଏହାପରଦିନ ପୂଜାରୀ ଜଣଙ୍କ ଠାକୁରଙ୍କ ପଛରେ ଲୁଚିଗଲେ । ଆଉ ଯେତେବେଳେ ସେହି ଯୁବକଟି ଆସିଲା ତାକୁ ଠାକୁରଙ୍କ ସ୍ଵରରେ ପୂଜାରୀ କହିଲେ ମୁଁ ତମ ନିଷ୍ଠା ଏବଂ ଭକ୍ତିରେ ସନ୍ତୁଷ୍ଟ ତେଣୁ ମୁଁ ଚାହେଁନି ମୋର ଭକ୍ତ ଏହି ନର୍କ ସଂସାରରେ ରହି କଷ୍ଟ ପାଉ ।

ତେଣୁ ତୁମେ ମୋ ପାଖକୁ ଆସ ଆଉ ମୋ ସହ ଲୀନ ହୋଇଯାଅ । ପ୍ରକୃତ ଭକ୍ତ ତ ଯୁବକ ଜଣଙ୍କ ନଥିଲା ତେଣୁ ନିଜ ଜୀବନ ଲୋଭରେ ଡିଆଁ ମାରିଲା ମନ୍ଦିର ବାହାରକୁ । ଏହାପରେ ପୂଜାରୀ ଯେତେ ଡାକିଲେ ଆସା ପ୍ରସାଦ ଖାଇ ଯିବ କହିଲା ନା ନା ଆଉ ଆସିବିନି ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *