ନମସ୍କାର ବନ୍ଧୁଗଣ, ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ପବିତ୍ର ସମ୍ପର୍କ ଅଟେ । ସ୍ବାମୀର ଅଧିକାର ରହିଛି ସ୍ତ୍ରୀ ପ୍ରତି । କିନ୍ତୁ ସବୁବେଳେ ଯଦି ସ୍ଵାମୀଙ୍କ ନଜର ସ୍ତ୍ରୀ ଉପରେ ଖରାପ ରହିବ ତେବେ ସ୍ତ୍ରୀ ସ୍ଵାମୀ ଠାରୁ ଧୀରେ ଧୀରେ ଦୂରେଇବାକୁ ଲାଗିବ । ଜୀବନରେ ଆଉ କୌଣସି ଲକ୍ଷ୍ୟ ନଥିବା ଭଳି ଲାଗିବ ଜୀବନର ଗୋଟିଏ ଲକ୍ଷ୍ୟ ସମ୍ବୋଗ ଲକ୍ଷ୍ୟ ଯଦି ଆପଣ ରଖିବେ ତେବେ ସମ୍ପର୍କ ଭାଙ୍ଗିଯିବ । ସ୍ତ୍ରୀଙ୍କୁ ଆପଣଙ୍କ ଏହି ଭୋକ ନର୍କ ସଦୃଶ ଲାଗିବ । ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ ଆସନ୍ତୁ ଜାଣିବା ।
ଅମରାପଲି ନାମକ ଜଣେ ନାରୀ ଥିଲା । ଯାହାର ନାମ ତାଙ୍କ ଅଞ୍ଚଳରେ ଖରାପ କାମ ପାଇଁ ଚର୍ଚ୍ଚିତ ଥିଲା । ସେ ନିଜର ସୁନ୍ଦର ଚେହେରାକୁ ଦେଖାଇ ସମସ୍ତଙ୍କ ମନ ମୋହୁଥିଲା ଆଉ ମଜା କରୁଥିଲା । ଦିନେ ସେ ତାଙ୍କ ଗ୍ରାମରେ ଜଣେ ଭିକ୍ଷା ମାଗିବାକୁ ଆସିଥିବା ବୁଦ୍ଧ ଯୁବକଙ୍କୁ ଦେଖିଲା । ସେ ବହୁତ ସୁନ୍ଦର ଥିଲେ । ତେଣୁ ଅମରାପଲି ନିଜର ନଜର ତାଙ୍କ ଉପରେ ପକାଇଲା ।
ଏହାପରେ ଅମରାପାଲି ଏବଂ ବୁଦ୍ଧ ଯୁବକଙ୍କ ନଜର ମିଶିଲା । ଅମରାପାଲି କହିଲା ମୁଁ ଚାହୁଁଛି ଆପଣ ମୋ ଘରେ ଖାଦ୍ୟ ଗ୍ରହଣ କରନ୍ତୁ ସେଇଆ ହିଁ ହେଲା । ଏହାପରେ ଅମରାପଲି କହିଲା ଏବେ ତ ବର୍ଷା ଋତୁ ଆସିବ ଆପଣ କୁଆଡେ ଭିକ୍ଷା ମାଗିବାକୁ ନ ଯାଇ ଏହିଠାରେ ରାହିଯାଅନ୍ତୁ ସୁବିଧା ହେବ ଆପଣଙ୍କୁ ।
ବୁଦ୍ଧ ଯୁବକ ଜଣଙ୍କ କହିଲେ ମୁଁ ମୋ ଗୁରୁଙ୍କୁ ପଚାରି କହିବି ତୁମକୁ । ଯୁବକ ଜଣଙ୍କ ସାଙ୍ଗମାନେ ଏଭଳି ଏକ ନାରୀ ଘରେ ଯାଇ ରହିବା ଦ୍ଵାରା ତାଙ୍କ ଧର୍ମ ନଷ୍ଟ ହୋଇଯିବ ବୋଲି ଗୁରୁଙ୍କୁ ଆଗୁଆ କହୁଥାନ୍ତି ଆପଣ ତାକୁ ମନା କରିଦେବେ ସେଠାରେ ରହିବା ପାଇଁ । କିନ୍ତୁ ଗୁରୁ ବୁଦ୍ଧ ଯୁବକକୁ ଅନୁମତି ଦେଲେ ସେଠାରେ ରହିବା ପାଇଁ । ଏହାପରେ ଗୁରୁ ଯୁବକଙ୍କ ସାଥି ମାନଙ୍କୁ କହିଲେ ସେ ଏତେ ଦିନ ହେବ କେଉଁ ଶିକ୍ଷା ଗ୍ରହଣ କରିଛି ତାହା ଆଜି ଜଣା ପଡିଯିବ ।
ସେ ତାର ସମସ୍ତ ଇନ୍ଦ୍ରିୟକୁ ନିଜ ନିୟନ୍ତ୍ରଣରେ ରଖିପାରୁଛି କି ନାହିଁ ତାହା ଜଣାପଡିଯିବ । ଯୁବକ ଜଣଙ୍କ ଚାରି ମାସ କାଳ ସେହି ଅମରାପାଲି ଘରେ ରହିଲେ । ପ୍ରତିଦିନ ନିଜର ନିତ୍ୟ କାମ କରିବାକୁ ଲାଗିଲେ କେବେ ମଧ୍ୟ ଅମରାପାଲି ଆଡକୁ ତାଙ୍କ ନଜର ଗଲା ନାହିଁ । ଶେଷରେ ଆମରାପାଲିର ଭାବନା ବଦଳିଗଲା ବୁଦ୍ଧ ଯୁବକଙ୍କ ସକାରାତ୍ମକ କାର୍ଯ୍ୟରେ ।
ଅମରାପଲିର ସୁନ୍ଦର ଆକର୍ଷଣ ଦେହ ପଛରେ ବୁଦ୍ଧ ନପଡି ଅମରାପାଲି ବୁଦ୍ଧଙ୍କ ସକାରାତ୍ମକ ଭାବନାରେ ମୁଗ୍ଧ ହେଲା ଆଉ ନିଜର ଖରାପ କର୍ମକୁ ତ୍ୟାଗ କଲା । ତେଣୁ ସବୁବେଳେ ନିଜର ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜର ସକାରାତ୍ମକ ଭାବନାରେ ନକରାତ୍ମକକୁ ସମ୍ପୂର୍ଣ ନଷ୍ଟ କରନ୍ତୁ । ଆଉ ଏହା ନିଶ୍ଚୟ ସମ୍ଭବ ଜାହ ଏହି କାହାଣୀ ପ୍ରମାଣ ସ୍ୱରୂପ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।