ସପ୍ତାହକୁ 2 ଥର ଏହି ପାଣିକୁ ବାଳରେ ଲଗାଇ ଦିଅନ୍ତୁ, ବାଳ ହେବ ମୂଳରୁ ମଝବୁତ, କଳା ଓ ଗହବା, ଆପବ ବି ଦେଖି ହେବେ ଆଶ୍ଚର୍ଯ୍ୟ ! (Hair Care Tips)

ବନ୍ଧୁଗଣ, ଆଜିର ଆଧୁନିକ ଯୁଗରେ ପୁଅ ହେଉ କିମ୍ୱା ଝିଅ ଉଭୟଙ୍କ କ୍ଷେତ୍ରରେ କେଶ ଝଡ଼ିବା ଏକ ବଡ ସମସ୍ୟା ହୋଇଗଲାଣି । ଏହି ପ୍ରୋବଲେମ କୁ ଦୂର କରିବା ପାଇଁ ଆମେ କେତେ କଣ ଟ୍ରାଏ କରିଥାଉ । ଭଲ ଭଲ ସାମ୍ପୋ ଏବଂ କଣ୍ଡିସିନର ମଧ୍ୟ ବ୍ୟବହାର କରିଥାଉ । କିନ୍ତୁ ଏହାଦ୍ଵାରା କିଛି ପରିବର୍ତ୍ତନ ମଧ୍ୟ ମିଳିନଥାଏ । କେଶକୁ ସଠିକ ଭାବରେ ପୋଷୋଣ ନ ମିଳିବା ଦ୍ଵାରା କେଶ ଦୁର୍ବଳ ହୋଇଯାଇଥାଏ । ତେଣୁ ଆପଣଙ୍କୁ କିଛି ନାଚୁରାଲ ହେୟାର ମାସ୍କ ଲଗାଇବା ଦରକାର ।

ଏହି ହେୟର ମାସ୍କ ଆପଣଙ୍କ କେଶର ସବୁ ପ୍ରୋବଲେମ କୁ ଦୂର କରିଦେବ । ଯେମିତିକି ଆପଣଙ୍କ କେଶ ଝଡ଼ିବା କୁ ଦୂର କରି କେଶ କୁ ଦୁଇ ଗୁଣ ବଢାଇବ । ଏବଂ ସିଲ୍କି ଓ ସାଇନି ମଧ୍ୟ କରିବ । ତେବେ ଚାଲନ୍ତୁ ସେହି ହେୟାର ମାସ୍କ ବିଷୟରେ ବିସ୍ତାର ଭାବରେ ଜାଣିବା । ଏହି ରେମେଡି ବନାଇବା ପାଇଁ ଆପଣଙ୍କୁ ଦରକାର ପିଆଜ । ଆପଣମାନେ ତ ଜାଣିଥିବେ ପିଆଜ ଆମ ହେୟାର ପାଇଁ କେତେ ଉପକାରୀ ହୋଇଥାଏ ।

ଏହା ଆମ କେଶ ଝଡ଼ିବା କୁ କମାଇ ଥାଏ । ଏହି ହେୟାର ମାସ୍କ କୁ ବନାଇବା ପାଇଁ ଆପଣଙ୍କୁ ପିଆଜ ରସ ଦରକାର । ପ୍ରଥମେ ପିଆଜ କୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ ଓ ତାକୁ ଗ୍ରାଇଣ୍ଡର ଜାର ରେ ଭର୍ତି କରି ଭଲ ଭାବେ ପେଶି ଦିଅନ୍ତୁ । ପିଆଜରେ ସଲଫର ର ମାତ୍ରା ଅଧିକ ଥାଏ । ଯାହା କେଶ ର ଡ୍ରାଏନେସକୁ ଦୂର କରୁଥାଏ ଏବଂ ଏହା ଆପଣଙ୍କ କେଶର ଇନ୍ଫେକ୍ସନ କୁ ମଧ୍ୟ ଦୂର କରିଥାଏ । ଯାହାଦ୍ଵାରା ଆପଣଙ୍କ ଚୁଟି ରେ କେବେବି ରୁପି ହୁଏନାହିଁ ।

ପିଆଜ କୁ ଗ୍ରାଇଣ୍ଡ କରି ସରିଲା ପରେ ଏହାକୁ ଗୋଟେ ବାଉଲ ରେ ଭଲ ଭାବରେ ଛାଣି ପିଆଜ ରସ କାଢ଼ିନେବେ । ଆପଣଙ୍କ ଚୁଟିକୁ ଯେତିକି ପିଆଜ ରସ ଦରକାର ଆପଣ ସେତିକି ପିଆଜ ରସ ନେଇପାରିବେ । ଦ୍ଵିତୀୟ ଜିନିଷ ଆପଣଙ୍କୁ ଦରକାର ନଡ଼ିଆ ତେଲ । ଆପଣ ଯେତିକି ପିଆଜ ରସ ନେବେ ସେତିକି ମାତ୍ରାରେ ନଡ଼ିଆ ତେଲ ମଧ୍ୟ ନେବେ । ଏହି ଦୁଇଟି କୁ ଭଲ ଭାବେ ମିକ୍ସ କରିଦେବେ ।

ନଡ଼ିଆ ତେଲ ଆପଣଙ୍କ ଚୁଟି କୁ ଲମ୍ବା ଏବଂ ମଜବୁତ କରିଥାଏ । ଏହା ଆପଣଙ୍କ ରୁପିର ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏବେ ଏହି ମିଶ୍ରଣ କୁ ଆପଣ ନିଜ କେଶର ମୂଳରେ ଭଲ ଭାବରେ ମାଲିସ କରନ୍ତୁ । କେଶ ମୂଳରେ ୫ ମିନିଟ ଭଲ ଭାବେ ମାଲିସ କରନ୍ତୁ । ତାହାପରେ ପୁରା ଚୁଟିରେ ଲଗାଇ ଦିଅନ୍ତୁ । ଏହି ଦୁଇ ଜିନିଷ ଆପଣଙ୍କ ଚୁଟିର କେଶ ଝଡ଼ିବା କୁ ରୋକିଥାଏ । ଏହି ମାସ୍କ ଆପଣଙ୍କ ପାଇଁ ଏକ ବରଦାନ ରୁ କମ ନୁହେଁ ।

ପିଆଜ ରେ ଭିଟାମିନ A ଓ C ଥାଏ ଯାହା ଆପଣଙ୍କ କେଶ କୁ ମଜବୁତ କରିଥାଏ । କେଶ ଝଡ଼ିବା ପୁରା କଣ୍ଟ୍ରୋଲ କୁ ଆସିଥାଏ । ମୁଣ୍ଡ ଧୋଇବାର ଦୁଇ ଘଣ୍ଟା ଆଗରୁ ଏହାକୁ ଲଗାନ୍ତୁ ଏବଂ ଦୁଇ ଘଣ୍ଟା ପରେ କେଶ କୁ ସାମ୍ପୋ କରି ଧୋଇ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *