୪ଟି ସନ୍ତାନଙ୍କ ମା ହେବା ପରେ ବି ରବିନା ଟଣ୍ଡନଙ୍କ ଅଛି ଏମିତି ସବୁ ଶୌକ

ଆଜି ଆମେ ଆପଣଙ୍କୁ ରବିନା ଟଣ୍ଡନଙ୍କ ବିଷୟରେ କିଛି ରୋଚକପୂର୍ଣ୍ଣ କଥା କହିବୁ । କହିବାକୁ ଗଲେ ରବିନା ଟଣ୍ଡନଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ସେ ୯୦ ଦଶକରେ ବଲୀଉଡର ସବୁଠୁ ହଟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ ।

ବର୍ତ୍ତମାନ ସମୟରେ ରବିନା ଟଣ୍ଡନ ୪ଟି ସନ୍ତାନଙ୍କ ମା ଅଟନ୍ତି ଓ ସେ ବର୍ତ୍ତମାନ ୪୫ ବର୍ଷର ହୋଇ ଯାଇଛନ୍ତି । କିନ୍ତୁ ତାଙ୍କ ବୟସର କୌଣସି ପ୍ରଭାବ ତାଙ୍କର ଚେହରା ଓ ଷ୍ଟାଇଲରୁ ଜଣା ପଡେ ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ରବିନା ଟଣ୍ଡନଙ୍କ ଜୀବନର କିଛି ରହସ୍ୟ ବିଷୟରେ କହିବାକୁ ଯାଉଛୁ ।

୯୦ ଦଶକର ସବୁଠୁ ହଟ ଅଭିନେତ୍ରୀ ରବିନା ଟଣ୍ଡନ ଗୋଟିଏ ସମୟରେ ଅଜୟ ଦେବଗନଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ । ସେ ତାଙ୍କ ପ୍ରେମରେ ପଡି ଆତ୍ମହତ୍ୟା ପାଇଁ ବି ଉଦ୍ୟମ କରିଥିଲେ । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ଅଜୟ ଦେବଗନ ଓ ରବିନା ଟଣ୍ଡନ ମିଡିଆରେ ଛାଇ ରହିଥିଲେ । ଏହା ସେହି ସମୟର କଥା ଅଟେ ଯେତେବେଳେ ରବିନା ଟଣ୍ଡନ ଅଜୟ ଦେବଗନଙ୍କ ସହ ‘ଦିଲବାଲେ’ ଫିଲ୍ମ କରୁଥିଲେ ।

ଆପଣଙ୍କୁ କହିଦେଉଛୁ କି ରବିନା ଟଣ୍ଡନଙ୍କ ନାଁ ତାଙ୍କର ପିତା ନାଁ ରବି ଓ ମାଙ୍କ ନାମ ବିନାକୁ ମିଶାଇ ରଖା ଯାଇଛି । ରବିନା ଟଣ୍ଡନଙ୍କ ନିକ ନେମ ମୁନମୁନ ଅଟେ । ରବିନା ଟଣ୍ଡନ ନିଜର କ୍ୟାରିୟରର ଆରମ୍ଭ ୧୯୯୧ରେ ସଲମାନ ଖାନଙ୍କ ଫିଲ୍ମ ‘ପଥର କେ ଫୁଲ’ରୁ କରିଥିଲେ । କିନ୍ତୁ ତାଙ୍କର ଏହି ଫିଲ୍ମ ଫ୍ଲପ ପ୍ରମାଣିତ ହେଲା । କିନ୍ତୁ ଏହା ସତ୍ବେ ବି ତାଙ୍କୁ ବହୁତ ଫିଲ୍ମର ଅଫର ମିଳିବାକୁ ଲାଗିଲା । ସେ ନିଜର କ୍ୟାରିୟରରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି ।

ଫିଲ୍ମ ‘ମୋହରା’ ସମୟରେ ରବିନା ଟଣ୍ଡନଙ୍କ ଅକ୍ଷୟ କୁମାରଙ୍କ ସହ ପ୍ରେମ ହୋଇ ଯାଇ ଥିଲା । କଥା ବିବାହ ପର୍ଯ୍ୟନ୍ତ ବି ଚାଲି ଯାଇ ଥିଲା । କିନ୍ତୁ କିଛି ସମୟ ପରେ ରବିନା ଓ ଅକ୍ଷୟଙ୍କ ବ୍ରେଅକପ ହୋଇଗଲା । ଏହା ପରେ ୨୦୦୪ରେ ରବିନା ଟଣ୍ଡନ ଫିଲ୍ମ ମେକର ଅନିଲ ଥଡାନୀଙ୍କ ସହ ପ୍ରେମ କରିସାରିଛନ୍ତି । ଅନିଲଙ୍କ ଏହା ଦ୍ଵିତୀୟ ବିବାହ ଥିଲା । କିନ୍ତୁ ରବିନାଙ୍କ ଏହା ପ୍ରଥମ ବିବାହ ଥିଲା ।

ଆପଣଙ୍କୁ କହିଦେଉଛୁ କି ଦୁଇ ଜଣଙ୍କ ଦୁଇଟି ସନ୍ତାନ ଅଛି । ରବିନା ଟଣ୍ଡନ ବର୍ତ୍ତମାନ ସମୟରେ ୪ଟି ସନ୍ତାନଙ୍କ ମା ଅଟନ୍ତି । କାରଣ ସେ ବିବାହ ପୂର୍ବରୁ ନିଜର ଭଉଣୀଙ୍କ ଦୁଇଟି ସନ୍ତାନଙ୍କୁ ଗୋଦ ନେଇ ସାରି ଥିଲେ । ରବିନା ଟଣ୍ଡନ ନିଜର ଭଉଣୀଙ୍କ ଦୁଇ ଝିଅଙ୍କ ବିବାହ ବି କରିସାରିଛନ୍ତି । କହିବାକୁ ଗଲେ ବଲୀଉଡରେ ରବିନା ଟଣ୍ଡନଙ୍କ ନିଜର ଭଲ ଯୋଗଦାନ ଦେଇଛନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *