ଋଷି କପୁର ଚାହୁଁଥିଲେ, ରଣବିର କପୁର ଙ୍କ ବିବାହ ଆଲିଆ ଙ୍କ ସହିତ ନୁହେଁ ବରଂ ୟାଙ୍କ ସହିତ

ଆପଣ ସମସ୍ତେ ଜାଣିଥିବେ କି ଗତ ଏପ୍ରିଲ ୩୦ ତାରିଖରେ ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ଋଷି କପୁରଙ୍କର ଦେହାନ୍ତ ହୋଇଛି । ଗତ ଦୁଇ ବର୍ଷ ହେବ ଋଷି କପୁର କ୍ୟାନ୍ସର ସହିତ ଲଢେଇ କରୁଥିଲେ । ଯେଉଁଥି ପାଇଁ ସାରା ବଲିଉଡ ଜଗତରେ ଦୁଃଖର ଛାୟା ଖେଳି ଯାଇଛି ।

ଋଷି କପୁର ଙ୍କ ପୁଅ ରଣବୀର କପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟ ଦୁଇଜଣ ଗତ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଛନ୍ତି । ତାଙ୍କ ବିବାହ ୨୦୨୦ ମସିହା ଏପ୍ରିଲ ମାସରେ ହୋଇଥାନ୍ତା କିନ୍ତୁ ଲକଡାଉନ ପାଇଁ ତାଙ୍କ ବିବାହକୁ ଡିସେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଋଷି କପୁରଙ୍କ ମୃତ୍ୟୁ ହେବା ପରେ ଏହି ବିବାହ ହେବ କି ନାହିଁ ଏହା ବିଷୟରେ କିଛି ସୂଚନା ମିଳିନି ।

କପୁର ଏକ ସାକ୍ଷାତକାର ରେ କହିଥିଲେ କି ସେ ନିଜ ଆଖିରେ ରଣବୀର ଙ୍କ ବିବାହ ଦେଖିବା ପାଇଁ ଚାହୁଁଛନ୍ତି । ସେ କହିଥିଲେ କି ମୁଁ ୨୭ ବର୍ଷରେ ବିବାହ କରିଥିଲି, ବର୍ତ୍ତମାନ ରଣବୀର କୁ ୩୫ ବର୍ଷ ହୋଇଗଲାଣି ସେଥିପାଇଁ ମୁଁ ଚାହୁଁଛି ତାର ବିବାହ ବହୁତ ଶୀଘ୍ର କରିଦେବା ପାଇଁ ।

ସେ ଏହା ମଧ୍ୟ କହିଥିଲେ କି ସେ ବିବାହ ପାଇଁ ରଣବୀର ଙ୍କ ଉପରେ କୌଣସି ପ୍ରଭାବ ପକାଇବେ ନାହିଁ । ରଣବୀର ଏବଂ ଆଲିୟାଙ୍କର ସମ୍ପର୍କ ଅଛି ଏହା ସମସ୍ତେ ଜାଣିଛନ୍ତି ବୋଲି ଋଷି କପୁର କହିଥିଲେ ଏବଂ ସେ ଚାହୁଁଥିଲେ କି ଖୁବ ଶୀଘ୍ର ସେମାନଙ୍କର ବିବାହ କରିବା ପାଇଁ ।

ଋଷି କପୁର ଗୋଟେ ଥର ନିଜର ସୋସିଆଲ ମିଡିଆରେ ଏକ ପୋସ୍ଟ କରିଥିଲେ ଯେଉଁଥିରେ ସେ ରଣବୀର ଓ ଦୀପିକାଙ୍କ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ସେ ଲେଖିଥିଲେ କି ଏହି ଦୁଇ ଜଣ ଯେତେ ଅନ୍ତରଙ୍ଗ ଅଟନ୍ତି ମତେ ଲାଗୁଛି ଏହି ଦୁଇଜଣଙ୍କର ବିବାହ କରିଦେବା ଦରକାର ।

କିନ୍ତୁ ପରେ ଦୀପିକାଙ୍କ ମ୍ୟାରେଜ ରଣବୀର ସିଂହଙ୍କ ସହିତ ହୋଇଗଲା । ଋଷି କପୁରଙ୍କର ମୃତ୍ୟୁ ପରେ ତାଙ୍କର ଏହି କଥା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ।

Leave a Reply

Your email address will not be published. Required fields are marked *