ଯୋନୀରେ ସଂକ୍ରମଣ ହେଲେ କେମିତି କରିବେ ଉପଚାର ? ଦେଖନ୍ତୁ ଏ ନେଇ କଣ କୁହନ୍ତି Dr Shilpa Mishra

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯୋନୀରେ ଯଦି କିଛି ଇନଫେକସନ୍ ହେବାର ଅନୁଭବ କରୁଛନ୍ତି । ଯଦି ସେହି ଜାଗାରେ କୁଣ୍ଡାଇ ହେଉଥିବ, ଜଳାପୋଡା ହେଉଥିବ ଓ କୌଣସି ପ୍ରକାର ଅସ୍ଵଭାବିକ ଲକ୍ଷଣ ପ୍ରକାଶ ପାଉଥିବ । ତେବେ ନିଜେ କିଛି ନକରି ସିଧାସଳଖ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ନିଜେ ସଂପୂର୍ଣ୍ଣ ଭାବରେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇକରି ଯାଇଥିବେ । କାରଣ ଡାକ୍ତରଙ୍କ ଆପଣଙ୍କୁ ସେହି ସମ୍ବଦ୍ଧୀୟ କିଛି ପଚାରି ପାରନ୍ତି ।

ଆପଣଙ୍କର ଚିକିତ୍ସା ମଧ୍ୟ କରିବେ । ଯୋନୀରେ ଇନଫେକସନ ହେବାର ସଠିକ କାରଣ ଜାଣିବାକୁ ସେ ଆପଣଙ୍କର କିଛି ଟେଷ୍ଟ କରିବା ପାଇଁ ମଧ୍ୟ କହିବେ । ଯଦି ଜଣେ ବ୍ୟକ୍ତିଙ୍କର ଯୋନୀରେ ଇନଫେକସନ ହେଇଛି, ସେ ବ୍ୟକ୍ତି ଜଣଙ୍କ ଡାଇବେଟିସ ରୋଗୀ ହୋଇଥିବେ । ତେବେ ତାଙ୍କର ସୁଗାର ଟେଷ୍ଟ କରିବା ପାଇଁ କୁହାଯାଇଥାଏ । ଆପଣ ଡାକ୍ତରଙ୍କର ପରାମର୍ଶ ନେବା ପରେ ସେ ଆପଣଙ୍କୁ ଯେପରି ମେଡ଼ିସିନ କିମ୍ବା ଅଏଲମେଣ୍ଟ ଦେବେ ଆପଣ ତାକୁ ବ୍ୟବହାର କରିବେ ।

ଆପଣଙ୍କୁ ସେହି ଜାଗାରେ ହାଇଜିନ ମେଣ୍ଟେନ କରି ରଖିବା ପାଇଁ ପଡିବ । ପିନ୍ଧୁଥିବା ଅଣ୍ଡର ଗାରମେନ୍ଟ ଗୁଡିକ ଭଲ ଭାବରେ ପରିଷ୍କାର ପରିଚ୍ଛନ କରି ରଖିବେ । ସେହି ଅଣ୍ଡରଗାରମେଣ୍ଟ ଗୁଡିକୁ ସଫା କରି ସାରିଲା ପରେ ତାକୁ ଗରମ ପାଣିରେ ବୁଡାଇ ଶୁଖାଇ ଦେବେ ତାପରେ ତାହାର ବ୍ୟବହାର କରିବେ । ତେବେ ଆପଣଙ୍କ ଇନଫେକସନ ହେବାର ସମ୍ଭାବନା ବହୁତ କମ୍ ଥାଏ ।

ଭଯାଇନାଲ ଏରିଆକୁ କୌଣସି କେମିକାଲଯୁକ୍ତ ସାବୁନରେ ସଫା କରିବା ଉଚିତ ନୁହେଁ । ନରମାଲ ପାଣିରେ ଭଯାଇନାଲ ଏରିଆକୁ ସଫାକରିବେ । ଯେତେ ସେହି ଏରିଆକୁ ପରିଷ୍କାର ଓ ଶୁଖିଲା ରଖିବାକୁ ଚେଷ୍ଟା କରିବେ । ଯେତେବେଳେ ସେହି ଜାଗାରେ କିଛି ପ୍ରକାର ଅଏଲମେଣ୍ଟ କିମ୍ବା ୱାଶ କରିବା ପାଇଁ କିଛି ବି ଜିନିଷ ବ୍ୟବହାର କରୁଛନ୍ତି । ତେବେ ନିହାତି ଭାବରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ପ୍ରଚୁର ପାଣି ପିଇବା ଦ୍ଵାରା ସେହି ଆଭ୍ଯନ୍ତରୀଣ ଜାଗାରେ ବେଶି ଇନଫେକସନ ହେବାର ଚାନ୍ସ ନଥାଏ । ବଟର ମିଲ୍କ ଖାଇବା ଦ୍ଵାରା ଆମର ଯେଉଁ ଲାକ୍ଟୋବାସିଲ୍ ର ଗ୍ରୋଥ ଅଧିକ ପରିମାଣରେ ହୋଇଥାଏ । ଯାହା ଦ୍ଵାରା ଇନଫେକସନ ହେବାର ସମ୍ଭାବନା ନଥାଏ । ପିରିଅଡ୍ ସମୟରେ ବେଶି ସେହି ଆଭ୍ଯନ୍ତରୀଣ ଜାଗାକୁ  ମେଣ୍ଟେନ କରି ରଖିବେ ।

ସେହି ପିରିଅଡ୍ ୭ ଦିନ ଜାକେ ଯେତେ ସେହି ଜାଗାକୁ ପରିଷ୍କାର କରି ରଖିବା ପାଇଁ ଚେଷ୍ଟା କରିବେ । ଇନଫେକସନ ସମୟରେ ଲୁଜ କଟନ ଅଣ୍ଡର ଗାରମେଣ୍ଟସ୍ ପିନ୍ଧିବେ । ଗର୍ଭବତୀ ଥିବା ଅବସ୍ଥାରେ ଯେକୌଣସି ମେଡ଼ିସିନ ବ୍ୟବହାର କରିବେ ଇନଫେକସନ ଭଲ କରିବା ପାଇଁ କିମ୍ବା କିଛି ଅଏଲମେଣ୍ଟ ଲଗାଉଛନ୍ତି । ତେବେ ନିଶ୍ଚୟ ଡାକ୍ତରଙ୍କ ସହିତ ପରାମର୍ଶ କରି କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *