Samba Dashami Puja- ଶାମ୍ବଦଶମୀର ସଂପୂର୍ଣ୍ଣ ପୂଜା ବିଧି ! କିପରି କରିବେ ସୂର୍ଯ୍ୟ ପୂଜା ? କିପରି ଭୋଗ ବାଢିବେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜାନୁଆରୀ ୧ ତାରିଖ ୨୦୨୩ ନବବର୍ଷ ଦିନ ଶାମ୍ବଦଶମୀ ପଡୁଅଛି । ଏହି ଓଷା ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ । ତେଣୁ ଏହି ଓଷା କରିବା ସମୟରେ ସୂର୍ଯ୍ୟ ଚିତ୍ର ଅଙ୍କନ କରିକି ହିଁ ସୂର୍ଯ୍ୟ ପୂଜା କରାଯାଇଥାଏ । ଶାମ୍ବ ଦଶମୀ ଦିନ ସକାଳୁ ଉଠି ନିଜର ନିତ୍ୟାଦି କର୍ମ ସାରିକି ଭଗବାନ ସୂର୍ଯ୍ୟକୁ ପୂଜା କରିବା ଉଚିତ । ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ କିଛି ଅରୁଆ ଚାଉଳ, ଚନ୍ଦନ ଓ ଫୁଲ ରଖନ୍ତୁ ।

ପ୍ରଭୁ ସୂର୍ଯ୍ୟଙ୍କୁ ନାଲି କିମ୍ବା ହଳଦିଆ ରଙ୍ଗର ଫୁଲ ଅର୍ପଣ କରିପାରିବେ । ତାପରେ ଛାତ ଉପରେ କିମ୍ବା ଖରା ପଡୁଥିବା ଯେକୌଣସି ଜାଗାରେ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ପ୍ରସ୍ତୁତ କରିଥିବା ସାମଗ୍ରୀକୁ ନେଇ ଜଳ ଅର୍ପଣ କରିବା ଉଚିତ । ତାପରେ ପ୍ରଭୁ ସୂର୍ଯ୍ୟଙ୍କର ସକାଳ ପ୍ରସାଦ ଅନୁସାରେ ମକର ଚାଉଳ ଏବଂ ଅନ୍ୟାନ୍ୟ ଫଳମୂଳ ନେଇ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ପୂଜା କରି ଆସିବେ ।

ସୂର୍ଯ୍ୟଙ୍କର ପୂଜା କରିବା ସମୟରେ ମହିଳା ମାନେ ନିଜର କେଶକୁ ଖୋଲି ରଖି ପୂଜା କରିବା ଅନୁଚିତ । ସୂର୍ଯ୍ୟ ପୂଜାରେ ବିଶେଷ କରି ସୋରିଷ ଫୁଲର ବ୍ୟବହାର କରିବା ଉଚିତ । ଯଦି କୌଣସି ସ୍ଥାନରୁ ସୋରିଷ ଫୁଲ ମିଳିଯାଇଥାଏ । ତେବେ ତାହା ବହୁତ ହିଁ ଭଲ ହୋଇଥାଏ ।

ତାପରେ ଶାମ୍ବଦଶମୀରେ ମଧ୍ୟାହ୍ନ ସମୟରେ ୭ ଜଣ ଛୋଟ ପିଲାଙ୍କୁ ଡାକି ପ୍ରସାଦ ଖୁଆଇବାର ବିଧି ରହିଥାଏ । ତାହା ପୁଣି ବାଇଗଣ ପତ୍ରରେ ପ୍ରସ୍ତୁତ କରିଥିବା ପ୍ରସାଦ ରଖି ପିଲାଙ୍କୁ ଖାଇବାକୁ ଦେବେ । ଗୋଲାକାର ସଦୃଶ ୭ ଟି ପିଲାଙ୍କୁ ବାଢିବା ସହିତ ମଝିରେ ସୂର୍ଯ୍ୟ ଦେବତାଙ୍କ ଉଦ୍ଧେଶ୍ୟରେ ମଧ୍ୟ ଗୋଟିଏ ପତ୍ର ରଖାଯାଇଥାଏ । ସବୁ ପତ୍ରରେ ସମାନ ଭାଗରେ ପ୍ରସାଦ ବଢାଜଇଥାଏ ।

ମଝିରେ ଥିବା ପତ୍ରଟିର ପ୍ରସାଦକୁ କେବଳ ପୂଜା କରିଥିବା ଘର ଲୋକ ହିଁ ଖାଇବା ଉଚିତ । ଅନ୍ୟ ବାହାର ପିଲାଙ୍କୁ ମଝି ପତ୍ରରେ ବଢାଯାଇଥିବା ପ୍ରସାଦକୁ ଖାଇବାକୁ ଦେବା ଅନୁଚିତ । ପିଲାଙ୍କ ନାମରେ ଯାହା ସବୁ ଖାଦ୍ୟ ସାମଗ୍ରୀ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଯଚାଯାଇଥାଏ । ସେହି ଅନୁସାରେ ପ୍ରସାଦ ପରସାଜାଇଥାଏ ।

ଏହା ସହିତ ଅନ୍ୟାନ୍ୟ ଫଳମୂଳ ଆଦି ମଧ୍ୟ ବାଢି ପାରିବେ । ଶାମ୍ବଦଶମୀରେ ରାତ୍ରି ସମୟରେ ଚନ୍ଦ୍ରଙ୍କର ଉଦ୍ଧେଶ୍ୟରେ ମଧ୍ୟ ବୁଢା ଚକୁଳି ଓ ଚକୁଳି ମଧ୍ୟ କରିକି ପୂଜା କରାଯାଇଥାଏ । ଏହା ସହିତ ପୂଜା କରିଥିବା ପିଠାକୁ ନିଜ ଘର ଲୋକ ଖାଇବା ସହିତ ଘର ଆଖ ପାଖ ପିଲାଙ୍କୁ ମଧ୍ୟ ବଣ୍ଟନ କରାଯାଇଥାଏ । ତେବେ ଏହିପରି ବିଧିରେ ଶାମ୍ବଦଶମୀର ଓଷା ଅନୁଷ୍ଟିତ କରାଯାଇ ନିଷ୍ଟାର ସହ ପୂଜା କରାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *