ଶ୍ରଦ୍ଧା ଓ ଭକ୍ତି ସହ ଆରାଧନା କଲେ ଭଗବାନ ହନୁମାନ ନିଜ ଭକ୍ତଙ୍କ କଥା କେବେ ମଧ୍ୟ ଖଣ୍ଡନ ହେବାକୁ ଦିଅନ୍ତି ନାହିଁ । ସେ ଶ୍ରୀରାମଙ୍କୁ ଚିରଞ୍ଜିବୀ ହେବାର ବରଦାନ ମାଗିଥିଲେ। ସେଥିପାଇଁ ବିଶ୍ବାସ ରହିଛି ଯେଉଁଠାରେ ଶ୍ରୀରାମଙ୍କ କଥା ଶ୍ରବଣ ହୁଏ, ସେ ସ୍ଥାନରେ ହନୁମାନ ସ୍ଵୟଂ ଉପସ୍ଥିତ ରୁହନ୍ତି ।
ଆଜି ଆମେ ହନୁମାନଙ୍କ ଏପରି କଥା ଶୁଣିବା, ଯାହା ଶୁଣିବା ଲୋକର ସମସ୍ତ କଷ୍ଟ ସ୍ଵୟଂ ହନୁମାନ ହରଣ କରି ନିଅନ୍ତି । ଏକ ସମୟରେ ଅଯୋଧ୍ୟାର ଜଣେ ସନ୍ଥ ପ୍ରତିଦିନ ଏକ ଘଣ୍ଟା ଲେଖାଏଁ ରାମାୟଣ ଶୁଣାଉ ଥିଲେ ଓ ଏହା ଶୁଣିବା ପାଇଁ ଅନେକ ଲୋକ ଏକାଠି ହୋଇ ଆସୁଥିଲେ। ସାଧୁ ସନ୍ଥ ଜଣକ ପ୍ରତ୍ୟେକ ଦିନ କଥା ଆରମ୍ଭ କରିବା ପୂର୍ବରୁ, “ଆସନ୍ତୁ ଭଗବାନ ହନୁମାନ ବିରାଜମାନ ହୁଅନ୍ତୁ” କହି ତାଙ୍କୁ ନିମନ୍ତ୍ରଣ କରୁଥଲେ।
ଜଣେ ଓକିଲ ମଧ୍ୟ ପ୍ରତ୍ୟେକ ଦିନ ଏହି କଥା ଶୁଣିବାକୁ ଆସୁଥିଲେ। ସାଧୁଙ୍କୁ ଏପରି କରୁଥିବାର ଦେଖି ସେ ଦିନେ ସାଧୁଙ୍କୁ କହିଲେ, “ଆପଣ ଶ୍ରୀରାମ କଥା ବହୁତ ଭଲ ଶୁଣାଉ ଅଛନ୍ତି। ମାତ୍ର କଥା ଆରମ୍ଭ କରିବା ପୂର୍ବରୁ ହନୁମାନଙ୍କୁ ନିମନ୍ତ୍ରଣ କରୁଛନ୍ତି, କିନ୍ତୁ ସତରେ କଣ ସେ ଆସୁଛନ୍ତି?” ଏହା ଶୁଣି ସାଧୁ ଉତ୍ତର ଦେଲେ, ‘ହଁ ମୋର ବିଶ୍ୱାସ ଯେ ସେ ଆସୁଛନ୍ତି।’ ଏହା ଶୁଣି ଓକିଲ ତାଙ୍କୁ ଏହାର ପ୍ରମାଣ କଣ ବୋଲି ପଚାରିଲେ ।
ଏହା ଏକ ବ୍ୟକ୍ତିଗତ ଶ୍ରଦ୍ଧାର ବିଷୟ ଏବଂ ମୁଁ ଏହା ପ୍ରମାଣ କରି ଦେଖାଇବାକୁ ଚାହୁଁନାହିଁ ବୋଲି ସାଧୁ ଉତ୍ତର ଦେଲେ। ମାତ୍ର ଓକିଲ ତାଙ୍କ ଜିଦିରେ ଅଟଳ ରହି, ତାହା ପ୍ରମାଣ କରି ଦେଖାଇବାକୁ ଜିଦ୍ କଲେ। ଶେଷରେ ସାଧୁ ଜଣକ ବିରକ୍ତ ହୋଇ କହିଲେ ମୁଁ ଏହା କାଲି ପ୍ରମାଣ କରି ଦେଖାଇବି।
ମୁଁ ଯେଉଁ ଆସନରେ ହନୁମାନଙ୍କୁ ନିମନ୍ତ୍ରଣ କରୁଛି ଆଜି ସେହି ଆସନ ଆପଣ ଘରକୁ ନେଇଯାଆନ୍ତୁ ଓ କାଲି ଏଠାକୁ ଆଣି ଆସନ୍ତୁ। ମୁଁ ହନୁମାନଙ୍କୁ ଆବାହନ କରି କଥା ଆରମ୍ଭ କରିବା ପାରେ ଆପଣ ସେହି ଆସନକୁ ଉପରକୁ ଉଠାଇ ଦେଖିବେ ହନୁମାନ ଆସୁଛନ୍ତି କି ନାହିଁ। ଯଦି ଆପଣ ଆସନ ଉଠାଇ ପାରିବେ ତେବେ ବୁଝିନେବେ କି ହନୁମାନ ଆସୁ ନାହାନ୍ତି। ଏହା ଶୁଣି ଓକିଲ ଖୁସି ହୋଇ ଏହା ଠିକ୍ ହେବ ବୋଲି କହିଲେ।
ମାତ୍ର ସାଧୁ ତାଙ୍କୁ ପଚାରିଲେ, “ଏହା ଯେହେତୁ ସତ୍ୟର ପରୀକ୍ଷା ଅଟେ, ଯଦି ଆପଣ ହାରିଗଲେ ତେବେ କଣ କରିବେ? ଓକିଲ ଉତ୍ତର ଦେଲେ ସେ ଓକିଲାତି ଛାଡ଼ି ସାଧୁଙ୍କ ପାଖେ ଦୀକ୍ଷା ଗ୍ରହଣ କରିବେ। ସେ ମଧ୍ୟ ସାଧୁଙ୍କୁ ସେହିପରି ପଚାରିଲେ। ସାଧୁ କହିଲେ ମୁଁ ଏହି ସମସ୍ତ ଛାଡ଼ି ତୁମ କାର୍ଯ୍ୟାଳୟରେ ଚପରାସି ହୋଇଯିବି। ତହିଁ ଆର ଦିନ କେବେ କଥା ଶୁଣିବାକୁ ଆସୁ ନ ଥିବା ଲୋକ ମଧ୍ୟ ଆସିଲେ ଓ ସେଠାରେ ଏହା ଦେଖିବା ପାଇଁ ଭିଡ ଜମାଇଲେ । ସାଧୁ ଓ ଓକିଲ ଦୁହେଁ ମଞ୍ଚକୁ ଆସିଲେ ଓ ହନୁମାନଙ୍କ ଆସନ ମଧ୍ୟ ତାଙ୍କ ସ୍ଥାନରେ ରଖାଗଲା। ସାଧୁ ଜଣଙ୍କ ସଜଳ ନେତ୍ରରେ ଭକ୍ତିର ସହ କହିଲେ “ଆସନ୍ତୁ ଭଗବାନ ହନୁମାନ ବିରାଜମାନ ହୁଅନ୍ତୁ”।
ଏହା ପରେ ଓକିଲଙ୍କୁ ଆସନ ଉଠାଇବା ପାଇଁ କୁହାଗଲା। ସମସ୍ତେ ତାଙ୍କୁ ଅନାଇ ରହିଥିଲେ। ଓକିଲ ଆସନ ଉଠାଇବାକୁ ହାତ ବଢାଇଲେ ମାତ୍ର ଉଠାଇବା ତ ଦୂର ସେ ଆସନକୁ ସ୍ପର୍ଶ ମଧ୍ୟ କରି ପାରିଲେ ନାହିଁ। ସେ ତିନି ଥର ଚେଷ୍ଟା କରି ମଧ୍ୟ ଅସଫଳ ହେଲେ। ଏହା ପରେ ସେ ସାଧୁଙ୍କ ଚରଣ ତଳେ ପଡି ନିଜ ପରାଜୟ ସ୍ବୀକାର କଲେ। ହନୁମାନ ଅଛନ୍ତି ବୋଲି ସେଦିନ ପ୍ରମାଣିତ ହୋଇଥିଲା। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।