Vastu Tips- ସକାଳୁ ଉଠି ପ୍ରଥମେ କେଉଁ କାମ କଲେ ପ୍ରସନ୍ନ ହୁଅନ୍ତି ମା’ ଲକ୍ଷ୍ମୀ, ଘରକୁ ଆସିଥାଏ ଧନ ସମ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକ ଦିନ ପ୍ରାତଃ ସମୟରେ ଉଠିବା ବହୁତ ହିଁ ଭଲ ହୋଇଥାଏ । ଏହା ସହିତ ସକାଳର ଆରମ୍ଭ କୌଣସି ଉତ୍ତମ ଜିନିଷ ଦେଖି ହୋଇଥାଏ । ବ୍ୟକ୍ତିର ସଂପୂର୍ଣ୍ଣ ଦିନଟି ଭଲ ରହିଥାଏ । ତେବେ ସକାଳୁ ଉଠି କାହା ମୁହଁ ଦେଖିବା ସହିତ କେଉଁ ସବୁ କାର୍ଯ୍ୟକୁ ପ୍ରଥମେ କରିବା ସେହି ବିଷୟରେ ଆଲୋଚନା କରିବା । ଯାହା ଦ୍ଵାରା ମା’ ଲକ୍ଷ୍ମୀର ସଦା ସର୍ବଦା ବ୍ୟକ୍ତି ଉପରେ ସନ୍ତୁଷ୍ଟି ରହିଥାଏ ।

ସବୁବେଳେ ଭୋର ସକାଳ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ହିଁ ଚେଷ୍ଟା କରନ୍ତୁ । ଯେଉଁ ସମୟକୁ ବ୍ରାହ୍ମ ମୂହୁର୍ତ୍ତର ସମୟ କୁହାଯାଇଥାଏ । କାରଣ ଏହି ସମୟରେ ନିତ୍ୟ ଉଠୁଥିବା ଲୋକ ମାନଙ୍କର ଶରୀର ନିରୋଗ ରହିଥାଏ । ବାରମ୍ବାର ସେପରି ବ୍ୟକ୍ତି ରୋଗ ବେମାରୀରେ ଘାନ୍ଟି ହୋଇନଥାନ୍ତି । ସକାଳୁ ଶୀଘ୍ର ଉଠିବା ପାଇଁ ହେଲେ ରାତିରେ ଶୀଘ୍ର ଶୋଇବା ଉଚିତ ।

ଏହା ସହିତ ଭଲ ନିଦ୍ରା ପାଇଁ ରାତିରେ ଭଲ ଭାବରେ ହାତ, ଗୋଡ ଓ ଆଖକୁ ପାଣି ଛାଟି ଧୋଇ ହୋଇ ତାପରେ ଶୋଇବା ଉଚିତ । ଯାହା ଦ୍ଵାରା ନିଦ  ଭଲ ହେବା ସହ ଆଖି ତଳ ମଧ୍ୟ କଳା ପଡିନଥାଏ । ତାପରେ ନିଜର ୨ ହାତକୁ ଘଷି ଦିଅନ୍ତୁ । କାରଣ ସକାଳୁ ଉଠି ହାତକୁ କିଛି ସମୟ ଘଷି ଦେବା ଦ୍ଵାରା ହାତକୁ ଅନେକ ଊର୍ଜା ମିଳିଥାଏ ।ସକାଳୁ ଉଠି ସର୍ବ ପ୍ରଥମେ ନିଜର ୨ ହାତକୁ ଦର୍ଶନ କରିବା ଉଚିତ ।

କାରଣ ହାତ ମଝିରେ ଦେବାଦେବୀଙ୍କର ବାସ ହୋଇଥାଏ । ଯେପରି ହାତର ଅଗ୍ର ଭାଗରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି । ହାତର ମଝି ଭାଗରେ ମା’ ସରସ୍ଵତୀ ବାସ କରିଥାନ୍ତି । ହାତର ମୂଳ ଭାଗରେ ପ୍ରଭୁ ଗୋବିନ୍ଦ ବାସ କରିଥାନ୍ତି । ତେଣୁ ଯଦି ସକାଳୁ ଉଠି ବ୍ୟକ୍ତି ପ୍ରଥମେ ଅନ୍ୟ କାହାକୁ ଚାହିଁବା ପୂର୍ବରୁ ନିଜକୁ ଚାହିବା ସହିତ ଏହି ମନ୍ତ୍ରଟି ଗାନ କରିଥାଏ । ତେବେ ବ୍ୟକ୍ତିର ସକାଳର ଶୁଭାରମ୍ଭ ହୋଇଥାଏ ।

ସେହି ମନ୍ତ୍ରଟି କରାଗ୍ରେ ବସତୀ ଲକ୍ଷ୍ମୀ, କର ମଧ୍ୟେ ସରସ୍ଵତୀ କର ମୂଳେ ସରସ୍ଵତୀ ପ୍ରଭାତେ କର ଦର୍ଶନମ । ଏହି ମନ୍ତ୍ରଟି ଉଚାରଣ କରି ନିଜର ଦିନକୁ ଆରମ୍ଭ କରିବା ବହୁତ ହିଁ ମଙ୍ଗଳମୟ ହୋଇଥାଏ । ଏହା ସହିତ ସକାଳୁ ସକାଳୁ ଗାଈ, କିମ୍ବା କୌଣସି ସଧବା ମହିଳାଙ୍କୁ ଦେଖିଲେ ମଧ୍ୟ ଶୁଭ ହୋଇଥାଏ।  ମହିଳା ଜଣଙ୍କ ଭଲ ସ୍ଵଭାବର ହୋଇଥିବା ଦରକାର ।

କାରଣ କୁଟ ମହିଳା ମାନଙ୍କର ସକାଳୁ ଉଠି ମୁହଁ ଚାହିଁବା ଦ୍ଵାରା ଦିନଟି ଭଲ ଯାଇନଥାଏ । ତାପରେ ଶେଯ ତ୍ୟାଗ କରି ପ୍ରଥମେ ଭୂମୀରେ ପାଦ ଥୋଇବା ସମୟରେ ଭୂମୀ ମା’ ଙ୍କୁ ପ୍ରଣାମ କରିବେ । କାରଣ ଭୂମୀ ଉପରେ ଆମେ ଦିନ ମାନ ରହିଥାଉ । ତେଣୁ ଭୂମୀ ‘ ଙ୍କୁ ସକାଳ ସମୟରେ ନିହାତି ପ୍ରଣାମ କରି ଆରମ୍ଭ କରିବା ଉଚିତ । ଏପରି କରିବା ଦ୍ଵାରା ମା’ ଲକ୍ଷ୍ମୀଙ୍କର କୃପା ସେହି ବ୍ୟକ୍ତି ଉପରେ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *