Ajira Anuchinta- ପ୍ରତ୍ଯେକ ଦିନ ସକାଳୁ ଉଠି କଣ କଲେ ବଢେ ଧନ ସମ୍ପତି ଓ ସମୃଦ୍ଧି ଓ କଣ କଲେ ହୁଏ ସର୍ବନାଶ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତି ଯଦି ନିଜ ଜୀବନରେ ଖୁସି ଓ ଶାନ୍ତି ସହକାରେ ରହିବା ପାଇଁ ଚାହିଁଥାଏ । ତେବେ ସେ ସବୁ ନୀତି ନିୟମକୁ ମାନି ଚଳିବା ଉଚିତ । ଯାହା ଦ୍ଵାରା ସେ ଜୀବନର ଅସଲି ମୂଲ୍ୟ ବୁଝି ନିଜ ଜୀବନକୁ ସାର୍ଥକ କରିପାରିବ । ତେଣୁ ପ୍ରତ୍ଯେକ ଦିନ ସବୁବେଳେ ନିଜର ଏକ ଶୃଙ୍ଖଳିତ ରୁଟିନ ପ୍ରସ୍ତୁତ କରି ସେହି ରୁଟିନ ଅନୁସାରେ ନିଜର ଜୀବନକୁ ଅତିବାହିତ କରିବାକୁ ପ୍ରୟାସ କରନ୍ତୁ ।

ଦେଖିବେ ଜୀବନତା ସୁଖମୟ ହୋଇଯିବ । ପ୍ରତ୍ଯେକ ଦିନ ସକାଳର ବ୍ରହ୍ମ ମୂହୁର୍ତ୍ତରୁ ଉଠିବା ପାଇଁ ଚେଷ୍ଟା କରନ୍ତୁ । ସକାଳର ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ହିଁ ନିଜ ଉଠିଯିବା ଉଚିତ । ତାପରେ କିଛି ସମୟ ପାଇଁ ଯୋଗପ୍ରାଣାୟମ କରିବା ସହ ଏକ୍ସରସାଇଜ କରିବା ସ୍ଵାସ୍ଥ ପକ୍ଷେ ନିହାତି ଦରକାର । ଏହା କରିବା ଦ୍ଵାରା ଶରୀର ସୁସ୍ଥ ଓ ସୁନ୍ଦର ରହିବ । କାରଣ ସ୍ଵାସ୍ଥ ହିଁ ସମ୍ପଦ ଅଟେ ।

ସକାଳୁ ଶୀଘ୍ର ଉଠିବାର ଅଭ୍ଯାସ କରିବା ପାଇଁ ରାତିରେ ଟିଭି, ମୋବାଇଲ ଏହି ସବୁ ଉପକାରଣକୁ ଘଣ୍ଟା ଘଣ୍ଟା ଅନିଦ୍ରା ହୋଇ ନଦେଖି ଶୀଘ୍ର ଶୋଇ ପଡିବା ହିଁ ବହୁତ ଭଲ ହୋଇଥାଏ । ଏହା ପରେ ନିଜର ନିତ୍ୟାଦି କର୍ମ ସାରି ଭଗବାନଙ୍କ ପାଇଁ ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ସମୟ ବାହାର କରିବା ଉଚିତ । ଯେତିକି ସମ୍ଭବ ସମ୍ଭବ ସେତିକି ସମୟ ପୂଜା ପାଠ ଆଦି କରି ନିଜର ଦିନର ଶୁଭାରମ୍ଭ କରିବା ଉଚିତ ।

ପ୍ରତ୍ଯେକ ଦିନ ସକାଳୁ ସୂର୍ଯ୍ୟଙ୍କର ପୂଜା ତଥା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ବହୁତ ଜରୁରୀ ହୋଇତଥାଏ । କାରଣ ଭଗବାନ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ତାପରେ ନିଜ ଘରେ ଥିବା ନିଜର ଚଳନ୍ତି ଭଗବାନ ତଥା ବାପା ଓ ମାଆଙ୍କୁ ମୁଣ୍ଡିଆ ମାରି ନିଜର ଅନ୍ୟାନ୍ୟ କାର୍ଯ୍ୟ ସାରି ନିଜ ନିଜ କାର୍ଯ୍ୟ କିମ୍ବା ସ୍ତଳକୁ ଯିବା ଉଚିତ ।

ନିଜର ସକାଳର ଏତିକି କର୍ମକୁ ଯଦି ସବୁଦିନ ଠିକ ଭାବରେ ପାଳନ କରିବେ । ତେବେ ଦେଖିବେ ସଂପୂର୍ଣ୍ଣ ଦିନଟି ଆପଣଙ୍କର ବହୁତ ଭଲ ଯିବ ।  ଜୀବନରେ ଗୁରୁଙ୍କର ଭୂମିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣ । କାରଣ ଗୁରୁ ହିଁ ଜଣେ ପିଲାର ଭବିଷ୍ୟତ ଗଢିବା ପାଇଁ ବହୁତ ପରିଶ୍ରମ କରିଥାଏ । ଏହା ସହିତ ଯଦି ପାଠ ପଢୁଥିବେ ବା ପଢା ସରିଯାଇଥିଲେ ମଧ୍ୟ ଗୁରୁଙ୍କୁ ସବୁବେଳେ ପ୍ରଣାମ କରିବା ଉଚିତ ।

ଯେଉଁ ଜାଗାରେ ମଧ୍ୟ ଗୁରୁଙ୍କୁ ଦେଖିବେ ତାଙ୍କ ସାମ୍ନାରେ ସର୍ବଦା ନତମସ୍ତକ ହୋଇଯିବା ଉଚିତ । କାରଣ ଗୁରୁଙ୍କ ଠାରେ ଇଶ୍ଵର ବିଦ୍ୟମାନ ହୋଇଥାନ୍ତି। ତେବେ ଜୀବନରେ ଏହି ଛୋଟ ଛୋଟ କଥା ସହିତ ଅନ୍ୟ ସବୁ ମହତ୍ଵ କଥାକୁ ଯଦି ସବୁବେଳେ ମାନିକି ଚଳିବାକୁ ଚେଷ୍ଟା କରିବେ । ତେବେ ଜୀବନରେ ବହୁତ ଶୀଘ୍ର ସଫଳ ବ୍ୟକ୍ତିତ୍ବଟିଏ ହୋଇପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁୟ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *