Krishna Vani; – ସକାଳୁ ଉଠି ଏହି ସମସ୍ତ କାର୍ଯ୍ୟ କରିବାର ଅଭ୍ଯାସ ପକାଇ ଦିଅନ୍ତୁ, ଘରକୁ ସୁଖ, ସମୃଦ୍ଧି ମାଡି ଆସିବ…

ନମସ୍କାର ବନ୍ଧୁଗଣ, ନିଜ କର୍ମ ହିଁ ମଣିଷର ପ୍ରଥମ ଶତ୍ରୁ ହୋଇଥାଏ । ଯଦି ଭୁଲ କର୍ମ କରୁଥିବେ ତେବେ ଭଗବାନ ଭଲ ଫଳ ଦେବେ ବା କେଉଁଠାରୁ ଭାବନ୍ତୁ ତ ଟିକେ । ତେଣୁ ଆପଣଙ୍କୁ ସର୍ବଦା ଆପଣଙ୍କ କର୍ମ ଠିକ କରିବା ଉଚିତ । ଏଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣଙ୍କ ଜୀବନରେ ଦାରିଦ୍ରତା ଥିଲେ ତାହା ଦୂର ହେବ କିଭଳି । ତେବେ ଆସନ୍ତୁ ଜାଣିବା ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଦ୍ଵାରା ଘରକୁ ଦାରିଦ୍ରତା ଆସିନଥାଏ ।

1- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ଛୁରୀ ରଖିବା ଉଚିତ ନୁହେଁ । ଏହାଦ୍ୱାରା ଘରେ ନକରାତ୍ମକ ବଢିଥାଏ ଏବଂ ଘରେ ସର୍ବଦା ଝଗଡା ମଧ୍ୟ ହୋଇଥାଏ । 2-ସକାଳୁ ଉଠିବା ପରେ ଛୁରୀ ଏବଂ ଧାରୁଆ ଜିନିଷ ଉପରେ ନଜର ପଡିବା ଉଚିତ ନୁହେଁ । ଏହାଦ୍ୱାରା  ଆପଣଙ୍କୁ ଦିନ ସାରା ଖରାପ ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଏ । ଏବଂ ଧନହାନୀ ହୋଇଥାଏ ।

3- ଭୁଲରେ ମଧ୍ୟ ଘରେ କଣ୍ଟା ଜାତୀୟ ଗଛ ରଖନ୍ତୁ ନାହିଁ । ଏହାଦ୍ୱାରା ଘରେ ଅକାଳ ମୃତ୍ୟୁ ହେବାର ସମ୍ଭାବନା ବଢିଯାଏ । 4- ଋତୁସ୍ରାବ ସମୟରେ କେବେ ମଧ୍ୟ କୌଣସି ମହିଳାଙ୍କୁ ଗଛରେ ପାଣି ଦେବା ଉଚିତ ନୁହେଁ । ଏହାଦ୍ୱାରା ଘରେ ଗରିବି ପ୍ରବେଶ କରିଥାଏ । ଆପଣଙ୍କୁ ଦାରିଦ୍ରତାର ସାମ୍ନା କରିବାକୁ ପଡିଥାଏ । ଖାସ କରି ମାସିକ ଧର୍ମ ସମୟରେ ତୁଲସୀ ଗଛରେ ଭୁଲରେ ମଧ୍ୟ ପାଣି ଢାଳିବା ଉଚିତ ନୁହେଁ ।

5- ଯଦି ଆପଣଙ୍କ ଘରେ ଭାଙ୍ଗିଯାଇଥିବା ପଥର କିମ୍ବା ଗଛ ପଡିଥାଏ ତେବେ ଏହା ବହୁତ ଅଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହାଦ୍ୱାରା ଘରେ ଝଗଡା ବଢିଥାଏ । ଘରେ ପୁରୁଣା ଭାଙ୍ଗିଯାଇଥିବା କାଚ ବାସନ ମଧ୍ୟ ରଖନ୍ତୁ ନାହିଁ । 6- ଭାଙ୍ଗି ଯାଇଥିବା ଆଇନା ଏବଂ ବନ୍ଦ ହୋଇ ଯାଇଥିବା ଘଣ୍ଟା ଘରେ ରଖନ୍ତୁ ନାହିଁ । ଯଦି ଆପଣ ଏହି ଛୋଟ ଛୋଟ କଥାର ଧ୍ୟାନ ରଖିବେ ତେବେ ଘରକୁ କେବେ ଗରିବି ଆସିବ ନାହିଁ ।

7- କଥା କଠାରେ ନିଜ ସ୍ତ୍ରୀକୁ ହାତ ଉଠାଇବା ଗାଳି ଗୁଲଜ କରିବା ଅନୁଚିତ । କାରଣ ଘରର ଲକ୍ଷ୍ମୀ ହୋଇଥାନ୍ତି ସେମାନେ ତାଙ୍କ ଆଖିରୁ ଲୁହ ବାହାରିବା ଦ୍ଵାରା ଆପଣଙ୍କ ଘର ବର୍ବାଦ ହୋଇଯାଇଥାଏ । 8- ଘରେ ରାତିରେ ଅଇଁଠା ବାସନ ପକାଇ ରଖିବା ଆପଣଙ୍କୁ ଅଭିଶାପ ମିଳିଥାଏ । ଏହାଦ୍ୱାରା ଆପଣଙ୍କ ଘରକୁ ଦାରିଦ୍ରତା ଆସିଯାଏ । ଏହା ସହିତ କାଳ ମୃତ୍ୟୁର ଆଶଙ୍କା ମଧ୍ୟ ବଢିଯାଇଥାଏ ।

 

9- ଘରର ମୁଖ୍ୟ କବାଟ ପାଖରେ ଜୋତା ଚପଲ ରଖିବା ଅନୁଚିତ । ଏହାଦ୍ୱାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *