ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଜୁଆଣୀ ର ଉପକାରିତା ସମ୍ବନ୍ଧରେ କହିବାକୁ ଯାଉଅଛୁ । ଜୁଆଣୀ କୁ ଆମ୍ଭ ରୋଷେଇ ଘରେ ଗୋଟିଏ ମାସଲା ରୂପରେ ବ୍ୟବହାର କରିଥାଉ । ମାତ୍ର ଏହା କେବଳ ମସଲା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଏଥିରେ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଆୟୋଡିନ ଏବଂ କେରାଡିନ ନାମକ ପୋଷକ ତତ୍ଵ ରହିଥାଏ । ଯାହା ଆମ୍ଭ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।
ଜୁଆଣୀ ର ବ୍ୟବହାର ପୁରାତନ ଯୁଗରୁ ଅନେକ ରୋଗ ଭଲ କରିବା ପାଇଁ କରାଯାଇଆସୁଅଛି । ତେବେ ଆସନ୍ତୁ ଏହାର ଉପକାରିତା ସମ୍ବନ୍ଧରେ । ୧- ଜୁଆଣୀ ପାଣି ସେବନ କରିଲେ ଶରୀରର ମେଟାବେଲିଜିୟମ ବଢିଯାଇଥାଏ ତଥା ଶରୀରର ହଜମ କ୍ରିୟା ବଢିଯାଇଥାଏ ।
୨- କୋଷ୍ଠକାଠିନ୍ୟ, ବଦ ହଜମି, ଗ୍ୟାଷ୍ଟିକ ଏବଂ ଡାଇରିୟା ଭଳି ସମସ୍ୟା ରୁ ମୁକ୍ତି ଦେଇଥାଏ ।
୩- ଏହା ସାଧାରଣ ଥଣ୍ଡା ଏବଂ ସର୍ଦ୍ଦି କୁ ଦୂର କରିଥାଏ । ଜୁଆଣୀ କୁ ଉଷୁମ ପାଣି ରେ ପକାଇ ଖାଇଲେ ଏହା ସାଧାରଣ ଥଣ୍ଡା ତଥା ସର୍ଦ୍ଦି ଉପରେ ଭଲ ଫଳ ପକାଇ ଥାଏ ।
୪- ଜୁଆଣୀ କୁ ଏକ କପଡା ରେ ବାନ୍ଧି ଶୁଙ୍ଘିଲେ, ମାଇଗ୍ରେନ ତଥା ଅଧ କାପାଳୀ ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।
୫- ଶ୍ଵାସ ରୋଗ ଭଲ କରିବାରେ ମଧ୍ୟ ଜୁଆଣୀ ଲାଭ ଦାୟକ ହୋଇଥାଏ ।
୬- ଜୁଆଣୀ ପାଣି ସେବନ କରିଲେ ଫୁସଫୁସ ରେ ଥିବା କଫ ବାହାରି ଆସିଥାଏ ଏଣୁ ଶ୍ଵାସ ରୋଗୀ ଙ୍କୁ ଶ୍ଵାସ ନେବା ପାଇଁ ସମସ୍ୟା ଆସି ନଥାଏ ।
୭- ଏହା ଦାନ୍ତ ବିନ୍ଧା ତଥା କାନ ବିନ୍ଧା କୁ ଦୂର କରିଥାଏ । ଯଦି ଥଣ୍ଡାରୁ ଆପଣଙ୍କ କାନ ଅଥବା ଦାନ୍ତ ବିନ୍ଧୁଥାଏ, ତେବେ ଜୁଆଣୀ ଆପଣଙ୍କର ଏହି ସମସ୍ୟା କୁ ଦୂର କରିଦେଇଥାଏ ।
୮- କାନ ବିନ୍ଧୁଥିଲେ କାନରେ ୨ ବୁନ୍ଦା ଜୁଆଣୀ ପକାଇଲେ ତାହା ଭଲ ହୋଇଯାଇଥାଏ ।
୯- ଏହାଛଡା ଯଦି ଥଣ୍ଡା ରୁ ଦାନ୍ତ ବିନ୍ଧୁଥାଏ, ତେବେ ଉଷୁମୁ ପାଣି ରେ ଗୋଟିଏ ଚାମଚ ଜୁଆଣୀ ଏବଂ ଅଳ୍ପ ଲୁଣ ପକାଇ ଗାର୍ଗ୍ଲିଙ୍ଗ କରିଲେ ଦାନ୍ତ ବିନ୍ଧା ବନ୍ଦ ହୋଇଯାଇଥାଏ ।
୧୦- ଜୁଆଣୀ ଚୁଟି ଅଥବା କେଶ ଧଳା ହେବା ଭଳି ସମସ୍ୟା କୁ ଦୂର କରିଥାଏ, ଯଦି ଆପଣଙ୍କର ବୟସ ପୂର୍ବରୁ କେଶ ପାଚୁଥାଏ, ତେବେ ଜୁଆଣୀ ର ବ୍ୟବହାର ଦ୍ଵାରା ତାହା ଭଲ ହୋଇଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ