ସଖାଳେ ପୂଜା କଲାବେଳେ ଥରେ କହିଦିଅନ୍ତୁ ଏହି ମନ୍ତ୍ର, ଚଡ଼ିଆରୁ ଟଙ୍କାର ସୁଅ ଛୁଟିବ

ଜୀବନରେ ଅନେକ କଠିନ ପରିଶ୍ରମ କଲେ ମଧ୍ୟ ସମସ୍ୟା ଦୂର ହେଇନଥାଏ । ଏହାକୁ ଦୂର କରିବାର ଭଲ ଉପାୟ ହେଲା ସବୁଦିନ ସଖାଳେ ଓ ସନ୍ଧ୍ୟାରେ ପୂଜା କରିବା । ଆପଣ ଆପଣଙ୍କ ଇଷ୍ଟ ଦେବଙ୍କୁ ଧ୍ୟାନରେ ପୂଜା କରନ୍ତୁ । ତାଙ୍କ ପାଖରେ ଗୋଟିଏ ଦୀପ ଲଗେଇ ଧ୍ୟାନର ସହ ଡାକନ୍ତୁ ଓ ଏହି ମନ୍ତ୍ରର ଜପ କରନ୍ତୁ ।

ଆମ ହିନ୍ଦୁ ଧର୍ମରେ ପୂଜାର୍ଚନାରେ ବହୁତ ବିଶ୍ୱାସ ରହିଛି ଓ ତାହା ମଧ୍ୟ ମନୁଷ୍ୟ ଜୀବନରେ ବହୁତ ପରିବର୍ତ୍ତନ ଆଣିଥାଏ । ପ୍ରତ୍ୟକ ହିନ୍ଦୁ ଘରେ ସଖାଳେ ନିଜ ନିତ୍ୟକର୍ମ ସାରି ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ତାଙ୍କ ଠାରୁ ଏହା କାମନା କରାଯାଏ ଯେ ଘରେ ସବୁବେଳେ ସୁଖ ସମୃଦ୍ଧି ଲାଗିରହୁ । ଆମ ଧର୍ମ ଶାସ୍ତ୍ରରେ ଦୀପ ଲଗାଇବାକୁ ବହୁତ ଶୁଭ ମଧ୍ୟ କୁହାଯାଇଥାଏ ।

କୁହାଯାଏ ଯେ ଘରେ ରହୁଥିବା ସମସ୍ତ ଅନ୍ଧକାର ଦୂର ହୋଇଥାଏ ଓ ପରିବାରର ସଦସ୍ୟଙ୍କ ଜୀବନରେ କେବଳ ହିଁ କେବଳ ଆଲୋକ ଆସିଥାଏ । ଘରେ ଦୀପ ଜଳେଇବା ଦ୍ୱାରା ମଧ୍ୟ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ଦୀପ ଲଗାଇବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ ଓ ମାତା ଲକ୍ଷ୍ମୀ ଠାକୁରାଣୀଙ୍କର ମଧ୍ୟ ସ୍ଥାୟୀଭାବେ ବାସ ହୋଇଯାଇଥାଏ ।

ଏହା ସହିତ ଆମ ଶାସ୍ତ୍ର ଅନୁସାରେ ଘିଅ ଓପଞ୍ଚାମୃତକୁ ମଧ୍ୟ ଅଧିକ ମହତ୍ତ୍ୱ ଦିଆଯାଇଛି । ଘିଅ ପଞ୍ଚାମୃତ ମଧ୍ୟରୁ ଗୋଟିଏ ଖାସ ଜିନିଷ । ପ୍ରତ୍ୟକ ହିନ୍ଦୁ ପରିବାରର ଠାକୁର ଘରେ ଘିଅ ଦୀପ ଜଳାଯାଇଥାଏ । ଦୀପ ଜଳାଇବାର ମଧ୍ୟ ଏକ ଉପାୟ ରହିଛି । ଦୀପକୁ ଦେଶୀ ଗାଈ ଘିଅରେ ଜଳେଇବା ଦରକାର । ଏଥିରେ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହୋଇଥାଏ ।

ଆପଣମାନେ ଘିଅର ଦୀପ ଜଳାଇବା ସହିତ ଏହି ଖାସ ମନ୍ତ୍ରର ଜପା କରିବା ନିହାତି ଦରକାର । ସେହି ମନ୍ତ୍ରଟି ହେଲା

” ସୁଭଂ କରୋତି କଲ୍ୟାଣମ୍,
ଆରୋଗ୍ୟମ ଧନ ସମ୍ପଦା ।
ଶତୃବୃଦ୍ଧି ବିନାଶୟ,
ଦୀପଙ୍ଗଜ୍ୟୋତି ନମସ୍ତୁ ତେ ” । ।

ଏହି ମନ୍ତ୍ରକୁ ଆପଣ ଦୀପ ଲଗାଇବା ସମୟରେ ଜପ କରିବା ଦରକାର । ଏହାଦ୍ୱାରା ଆପଣଙ୍କୁ ଅନେକ ସଫଳତା ମିଳିବ । ଆପଣ ଯେଉଁ କ୍ଷେତ୍ରରେ ହାତ ଦେବେ ସେ କ୍ଷେତ୍ରରେ ସମସ୍ତ କାର୍ଯ୍ୟ ସଫଳତାର ସହ ହାସଲ କରିବେ । ତେବେ ଆପଣମାନେ ପ୍ରତ୍ୟକ ଦିନ ପୂଜାକଲା ବେଳେ ଏହି ମନ୍ତ୍ରକୁ ନିଶ୍ଚୟ ଜପ କରନ୍ତୁ, ଦେଖିବେ ଆପଣ ସମସ୍ତ କାର୍ଯ୍ୟରେ ଅଦ୍ଭୂତପୂର୍ବ ସଫଳତା ପଇବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *