ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ସଜନା ଶାଗ ର ଫାଇଦା ସମ୍ବନ୍ଧରେ କହିବାକୁ ଯାଉଅଛୁ । ସଜନା ଶାଗ କୁ ବହୁତ ନାମରେ ଜଣା ଯାଇଥାଏ । ଏହାର ବ୍ୟବହାର ତରକାରୀ ବନାଇବା ନିମନ୍ତେ କରାଯାଇଥାଏ । ସଜନା ଶାଗ କୁ ଭାଜି ଖାଇଲେ, ତାହା ବହୁତ ସ୍ଵାଦିଷ୍ଠ ଲାଗେ । ଏହାର ଫଳ ତଥା ପତ୍ର ରେ ଚମତ୍କାରୀ ଫାଇଦା ଲୁଚି ରହିଅଛି । ଆଜି ଆମ୍ଭେ ସଜନା ଗଛର ଫାଇଦା ସମ୍ବନ୍ଧରେ ଆଲୋଚନା କରିବାକୁ ଯାଉଅଛୁ ।
ମନା ଯାଇଥାଏ ୧୦୦ ଗ୍ରାମ ସଜନା ଗଛରେ ୫ ଗ୍ଳାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ । ଏହା ସହିତ ଲେମ୍ବୁ ତୁଳନାରେ ଏଥିରେ ଅଧିକ ଭିଟାମିନ-C ମିଳିଥାଏ । ଏହା ସହିତ ପ୍ରୋଟିନ, ପୋଟାସିୟମ, ଆଇରନ, ମାଗ୍ନେସିୟମ ଏବଂ ଭିଟାମିନ B କମ୍ପ୍ଲେକ୍ସ ଭରପୁର ମାତ୍ରାରେ ମିଳିଥାଏ । ଆସନ୍ତୁ ଜାଣିବା ସଜନା ପତ୍ର କେଉଁ ପ୍ରକାର ଆମ୍ଭ ସ୍ୱାସ୍ଥ୍ୟ ନିମନ୍ତେ ଲାଭ ଦାୟକ ଅଟେ ? ହଇଜା, ଝାଡା ବାନ୍ତି, ଜଣ୍ଡିସ ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ରର ରସ ସେବନ କରିବା ବହୁତ ଲାଭ ଦାୟକ ହୋଇଥାଏ । ଆପଣଙ୍କୁ ବହୁତ ଅଧିକ ଥଣ୍ଡା ହୋଇଥିଲେ, ଏହାର ପତ୍ର ଏବଂ ଫଳ କୁ ବାମ୍ଫ ନେବା ଦ୍ଵାରା ଆପଣଙ୍କର ବନ୍ଦ ହୋଇଯାଇଥିବା ନାକ ଖୋଲିଯାଇଥାଏ ।
ଏହା ସହିତ ଶରୀରର ବ୍ୟଥା ମଧ୍ୟ କମ ହୋଇଥାଏ । ସଜନା ପତ୍ରକୁ ନିୟମିତ ରୂପରେ ଖାଇବା ଦ୍ଵାରା ଏନିମିଆ ଅର୍ଥାତ ରକ୍ତ ର ଅଭାବ ଦୂର ହୋଇଥାଏ । ଏହା ପିଲାଙ୍କ ମଧ୍ୟରେ କୁ ପୋଷଣ କୁ ଦୂର କରିଥାଏ ଏବଂ ଭଲ ପୋଷାକ ତତ୍ଵ ଦେଇଥାଏ । ଏହା ସେବନ କରାଇବା ଦ୍ଵାରା ଗର୍ଭବତୀ ମହିଳା ଏବଂ ସ୍ତନପାନ କରାଉଥିବା ମା’ ମାନଙ୍କର ସ୍ୱାସ୍ଥ୍ୟ ସଠିକ ରହିଥାଏ । ଏହା ସମଗ୍ର ସ୍ୱାସ୍ଥ୍ୟ ର ସୁଧାର କରିଥାଏ ତଥା ପୋଷଣ ଏବଂ ଊର୍ଜା ଦେଇଥାଏ ।
ଏହା ପ୍ରୋଟିନ ଏବଂ ଭିଟାମିନ ରେ ଭରପୁର ହୋଇଥାଏ । ଏହା କୋଷ୍ଟ୍ୟକାଠିନ କୁ ଦୂର କରିବାରେ କାମ କରିଥାଏ । ଏଥିରେ ଫାଇଭର ଭରପୁର ମାତ୍ରାରେ ମିଳିଥାଏ ଏହା ଆମ୍ଭ ପାଚନ ତନ୍ତ୍ର କୁ ଠିକ ରଖିଥାଏ । ଏହାଦ୍ଵାରା ପେଟ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଉଚ୍ଚ କ୍ୟାଲସିୟମ ମାତ୍ରା ହେବା କାରଣରୁ ଏହା ହାଡକୁ ମଧ୍ୟ ମଜବୁତ କରିଥାଏ । ଏହା ଆଣ୍ଠୁଗଣ୍ଠି ବିନ୍ଧା ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା କୁ ବଢାଇଥାଏ । ଏହା ସହିତ ଆଖି ଏବଂ ମସ୍ତିଷ୍କ କୁ ପୋଷଣ ପ୍ରଦାନ କରିଥାଏ । ଏହା ସହଜରେ ମିଳିଥାଏ ।
ଏବଂ ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ନଥାଏ । ସଜନା ଶାଗ ଆପଣଙ୍କ ରକ୍ତ ଚାପ ଅଥବା ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରଣ କରିବାରେ ସହାୟତା ହୋଇଥାଏ । ବନ୍ଧୁଗଣ ଏହା ଥିଲା ସଜନା ଶାଗ ର ବିଶେଶ୍ଵତା ଆପଣ ଏହାକୁ ସେବନ କରିଲେ ଆପଣଙ୍କର ବହୁତ ଲାଭହେବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।