କେବଳ ସଚ୍ଚା ହନୁମାନ ଭକ୍ତ ହିଁ ଦେଖନ୍ତୁ, 24 ଘଣ୍ଟାରେ ହିଁ ଦୂର ହେଇଯିବ ଆପଣଙ୍କର ସବୁ ସମସ୍ଯା, ନିଜେ ଦେଖନ୍ତୁ ଚମତ୍କାର

କୁହାଯାଏ ଶ୍ରଦ୍ଧା ଓ ଭକ୍ତି ସହ କରା ଯାଇଥିବା ଆରାଧନାରେ ବହୁତ ଶକ୍ତି ନିହିତ ଥାଏ । ପ୍ରଭୁ ନିଜ ଭକ୍ତଙ୍କ କଥା ଖଣ୍ଡନ ହେବାକୁ ଦିଅନ୍ତି ନାହିଁ ଓ ସବୁବେଳେ ତାହା ରକ୍ଷା କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରନ୍ତି ।

ଭଗବାନ ହନୁମାନ ଚିରଞ୍ଜିବୀ ଅଟନ୍ତି । ସେ ଭଗବାନ ରାମଙ୍କ ପରମଧାମ ଗମନ ସମୟରେ ସେ ଶ୍ରୀରାମ କଥା ଶ୍ରବଣ ନିମନ୍ତେ ଚିରଞ୍ଜିବୀ ହେବାର ବରଦାନ ମାଗିଥିଲେ । ଆଜି ଆମେ ହନୁମାନଙ୍କ ଏପରି କଥା ଶୁଣିବା, ଯାହା ଶୁଣିବା ଲୋକର ସମସ୍ତ କଷ୍ଟ ସ୍ଵୟଂ ହନୁମାନ ହରଣ କରି ନିଅନ୍ତି । ଏକ ସମୟରେ ଅଯୋଧ୍ୟାର ଜଣେ ସନ୍ଥ ପ୍ରତିଦିନ ଏକ ଘଣ୍ଟା ଲେଖାଏଁ ରାମାୟଣ ଶୁଣାଉ ଥିଲେ । ଏହା ଶୁଣିବା ପାଇଁ ଅନେକ ଲୋକ ଏକାଠି ହୋଇ ଆସୁଥିଲେ ଓ ଶ୍ରୀରାମ କଥାର ଆନନ୍ଦ ନେଉଥିଲେ ।

ସାଧୁ ସନ୍ଥ ଜଣକ ପ୍ରତ୍ୟେକ ଦିନ କଥା ଆରମ୍ଭ କରିବା ପୂର୍ବରୁ, “ଆସନ୍ତୁ ଭଗବାନ ହନୁମାନ ବିରାଜମାନ ହୁଅନ୍ତୁ” କହି ତାଙ୍କୁ ଆବାହନ କରୁଥଲେ । ଜଣେ ଓକିଲ ମଧ୍ୟ ପ୍ରତ୍ୟେକ ଦିନ ଏହି କଥା ଶୁଣିବାକୁ ଆସୁଥିଲେ । ସେ ବହୁତ ବୁଦ୍ଧିମାନ ଥିଲେ । କିନ୍ତୁ ସେ ଦିନେ ସାଧୁଙ୍କୁ କହିଲେ, “ଆପଣ ଶ୍ରୀରାମ କଥା ବହୁତ ଭଲ ଶୁଣାଉ ଅଛନ୍ତି । ମାତ୍ର କଥା ଆରମ୍ଭ କରିବା ପୂର୍ବରୁ ହନୁମାନଙ୍କୁ ଯେପରି ଆସନ ଦେଇ ଆବାହନ କରୁଛନ୍ତି, ସତରେ କଣ ସେ ଆସୁଛନ୍ତି?” ଏହା ଶୁଣି ସାଧୁ ଉତ୍ତର ଦେଲେ, “ହଁ ଏହା ମୋର ବ୍ୟକ୍ତିଗତ ବିଶ୍ୱାସ ଅଟେ । ”

ଏହା ଶୁଣି ଓକିଲ ତାଙ୍କୁ ହନୁମାନ ଅଛନ୍ତି ବୋଲି କଣ ପ୍ରମାଣ ଅଛି ପଚାରିଲେ । ଆହୁରି ମଧ୍ୟ କହିଲେ, “ଆପଣ ଲୋକଙ୍କୁ ଯଦି କଥା ଶୁଣାଉ ଅଛନ୍ତି ତେବେ ଏହା ମଧ୍ୟ ସମସ୍ତଙ୍କୁ ପ୍ରମାଣ କରି ଦେଖାଇବା ଉଚିତ୍ । ” ଏହା ଏକ ବ୍ୟକ୍ତିଗତ ଶ୍ରଦ୍ଧାର ବିଷୟ ଏବଂ ମୁଁ ଏହା ପ୍ରମାଣ କରି ଦେଖାଇବାକୁ ଚାହୁଁନାହିଁ ବୋଲି ସାଧୁ ଉତ୍ତର ଦେଲେ । ଆହୁରି ମଧ୍ୟ କହିଲେ, ଆପଣ ଚାହିଁଲେ ମୁଁ ପ୍ରବଚନ ଦେବା ବନ୍ଦ କରିଦେବି କିମ୍ବା ଆପଣ ଏଠାକୁ ଆସିବା ବନ୍ଦ କରି ଦିଅନ୍ତୁ ।

ମାତ୍ର ଓକିଲ ତାଙ୍କ କଥା ନ ଶୁଣି ତାଙ୍କୁ ହନୁମାନ କଥା ଶୁଣିବାକୁ ଆସୁଛନ୍ତି ବୋଲି ପ୍ରମାଣ କରି ଦେଖାଇବାକୁ ଜିଦ୍ କଲେ । ଶେଷରେ ସାଧୁ ଜଣକ ବିରକ୍ତ ହୋଇ କହିଲେ ମୁଁ ଏହା କାଲି ପ୍ରମାଣ କରି ଦେଖାଇବି । ମୁଁ ଯେଉଁ ଆସନରେ ହନୁମାନଙ୍କୁ ନିମନ୍ତ୍ରଣ କରୁଛି ଆଜି ସେହି ଆସନ ଆପଣ ଘରକୁ ନେଇଯାଆନ୍ତୁ ଓ କାଲି ଏଠାକୁ ଆଣି ଆସନ୍ତୁ । ମୁଁ ହନୁମାନଙ୍କୁ ଆବାହନ କରି କଥା ଆରମ୍ଭ କରିବା ପାରେ ଆପଣ ସେହି ଆସନକୁ ଉପରକୁ ଉଠାଇ ଦେଖିବେ ହନୁମାନ ଆସୁଛନ୍ତି କି ନାହିଁ ।

ଯଦି ଆପଣ ଆସନ ଉଠାଇ ପାରିବେ ତେବେ ବୁଝିନେବେ କି ହନୁମାନ ଆସୁ ନାହାନ୍ତି । ଏହା ଶୁଣି ଓକିଲ ଖୁସି ହୋଇ ଏହା ଠିକ୍ ହେବ ବୋଲି କହିଲେ । ମାତ୍ର ସାଧୁ ତାଙ୍କୁ ପଚାରିଲେ, “ଏହା ଯେହେତୁ ସତ୍ୟର ପରୀକ୍ଷା ଅଟେ, ଯଦି ଆପଣ ହାରିଗଲେ ତେବେ କଣ କରିବେ? ଓକିଲ ଉତ୍ତର ଦେଲେ ସେ ଓକିଲାତି ଛାଡ଼ି ସାଧୁଙ୍କ ପାଖେ ଦୀକ୍ଷା ଗ୍ରହଣ କରିବେ । ସେ ମଧ୍ୟ ସାଧୁଙ୍କୁ ସେହିପରି ପଚାରିଲେ । ସାଧୁ କହିଲେ ମୁଁ କଥାବାଚ୍ଯ ଛାଡ଼ି ତୁମ କାର୍ଯ୍ୟାଳୟରେ ଚପରାସି ହୋଇଯିବି ।

ତହିଁ ଆର ଦିନ ଯେଉଁ ଲୋକମାନେ କେବେ କଥା ଶୁଣିବାକୁ ଆସୁ ନ ଥିଲେ ଏହିପରି ଅନେକ ଲୋକ ମଧ୍ୟ ଏହି ପ୍ରମାଣ ଦେଖିବାକୁ ଭିଡ଼ ଜମାଇଲେ । ସାଧୁ ଓ ଓକିଲ ଦୁହେଁ ମଞ୍ଚକୁ ଆସିଲେ ଓ ହନୁମାନଙ୍କ ଆସନ ମଧ୍ୟ ତାଙ୍କ ସ୍ଥାନରେ ରଖାଗଲା । ସାଧୁ ଜଣଙ୍କ ସଜଳ ନେତ୍ରରେ ମଙ୍ଗଳ ଆଚରଣ କରି କହିଲେ, “ଆସନ୍ତୁ ଭଗବାନ ହନୁମାନ ବିରାଜମାନ ହୁଅନ୍ତୁ” । ସେ ମନେ ମନେ ମଧ୍ୟ ହନୁମାନଙ୍କୁ ପ୍ରାର୍ଥନା କଲେ । ଏହା ପରେ ଓକିଲଙ୍କୁ ଆସନ ଉଠାଇବା ପାଇଁ କୁହାଗଲା ।

ସମସ୍ତେ ତାଙ୍କୁ ଅନାଇ ରହିଥିଲେ । ଓକିଲ ଆସନ ଉଠାଇବାକୁ ହାତ ବଢାଇଲେ ମାତ୍ର ଉଠାଇବା ତ ଦୂର ସେ ଆସନକୁ ସ୍ପର୍ଶ ମଧ୍ୟ କରି ପାରିଲେ ନାହିଁ । ସେ ତିନି ଥର ଚେଷ୍ଟା କରି ମଧ୍ୟ ଅସଫଳ ହେଲେ । ଏହା ପରେ ସେ ସାଧୁଙ୍କ ଚରଣ ତଳେ ପଡି ନିଜ ପରାଜୟ ସ୍ବୀକାର କଲେ । ହନୁମାନ ଅଛନ୍ତି ବୋଲି ସେଦିନ ପ୍ରମାଣିତ ହୋଇଥିଲା । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *