ବନ୍ଧୁଗଣ, ଯେଉଁ ଲୋକେ ବିମାରୀ ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଅଥବା ଏକ ଲମ୍ବା ଆୟୁ ପାଇବାକୁ ଚାହୁଞ୍ଚନ୍ତି । ସେମାନଙ୍କୁ ବ୍ରହ୍ମ ମୂହୁର୍ତ୍ତ ରୁ ଅବଶ୍ୟ ଉଠିବା ଆବଶ୍ୟକ । ଆପଣ ମାନେ ଯଦି ବ୍ରହ୍ମ ମୂହୁର୍ତ୍ତ ପଛର ଥିବା ରହସ୍ୟ ସମ୍ବନ୍ଧରେ ଜାଣିଯିବେ ତେବେ ଆପଣ ନିଜ ଜୀବନରେ ବହୁତ ଉନ୍ନତି ର ପଥ ଅତିକ୍ରମ କରି ଚାଲିବେ ।
ଆପଣ ଚିନ୍ତା ନ କରିଥିବା ସଫଳତା ସବୁ ଆପଣଙ୍କ ଦ୍ଵାରସ୍ଥ ହେବ । ଶାସ୍ତ୍ର ଅନୁଯାୟୀ ବ୍ରହ୍ମ ମୂହୁର୍ତ୍ତ କୁ ବହୁତ ମାନ୍ୟତା ଦିଆ ଯାଇଅଛି । ଆସନ୍ତୁ ତେବେ ଜାଣିବା ଏହା ପଛର ଅଲୌକିକ ରହସ୍ୟ । ସମସ୍ତ Religion ରେ ବ୍ରହ୍ମ ମୂହୁର୍ତ୍ତ କୁ ଖାସ ବୋଲି ମାନାଯାଇଅଛି । କାରଣ ଏହି ମୂହୁର୍ତ୍ତ ରେ ଭଗବାନ ଙ୍କ ଆରାଧନା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ମେଡିଟେସନ ତଥା ଏହି ମୂହୁର୍ତ୍ତ ଶିକ୍ଷା ଗ୍ରହଣ ନିମନ୍ତେ ମଧ୍ୟ ଉପଯୁକ୍ତ ଅଟେ । ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ବ୍ରହ୍ମ ମୂହୁର୍ତ୍ତ ସମୟରେ ଏପରି କଣ ହୋଇଥାଏ ଯେ ଏହି ସମୟଟି ଏତେ ଶକ୍ତିଶାଳୀ ହୋଇଉଠେ ?
Law Of Attraction ଅର୍ଥାତ ଯେଉଁଭଳି ଆପଣ ଚିନ୍ତା କରିବେ ସେଭଳି ତାହାର ପରିଣାମ ୟୁନିଭର୍ସ ଆପଣଙ୍କୁ ତାହା ପରିବର୍ତେ ଦେବ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଯେ ଆପଣ ତ ଦିନଜାକ କିଛି ନା କିଛି ଚିନ୍ତା କରୁଛନ୍ତି ତେବେ ଏହାର ବ୍ରହ୍ମ ମୂହୁର୍ତ୍ତ ସହିତ କଣ ସମ୍ପର୍କ ରହିଛି ? ଆଜ୍ଞା ହଁ ଗଭୀର ସମ୍ପର୍କ ରହିଅଛି ।
ଉଦାହରଣ ସ୍ୱରୂପ,- ଆପଣ କିଛି ସମୟ ନିମନ୍ତେ ଏହା ଭାବି ନିଅନ୍ତୁ ଆମ ୟୁନିଭର୍ସ ଏକ ମୋବାଇଲ ଟାୱାର ଅଟେ । ଏବଂ ଆମ ବ୍ରେନ ଏକ ମୋବାଇଲ ଫୋନ ଅଟେ । ଦିନଜାକ ଯେତେବେଳେ ସମସ୍ତେ ଆକ୍ଟିଭ ରହିଥାନ୍ତି ସେତେବେଳେ ଅଧିକାଂଶ ଲୋକଙ୍କ ବ୍ରେନ ୟୁନିଭର୍ସ ରେ କିଛି ନା କିଛି ସିଗନାଲ ପଠାଇ ଥାନ୍ତି ଅର୍ଥାତ ନିଜ ମନର ଚିନ୍ତାଧାରା କୁ ପଠାଇଥାନ୍ତି ।
ମାତ୍ର ସମସ୍ତେ ଏହାକୁ ଏକା ସହିତ କରୁଥିବା ବେଳେ ଏହାକୁ ମେନିଫେଷ୍ଟ ହେବାକୁ ସମୟ ଲାଗିଥାଏ । ମାତ୍ର ବ୍ରହ୍ମ ମୂହୁର୍ତ୍ତ ରେ ଯେତେବେଳେ ସମସ୍ତେ ଶୋଇଥାନ୍ତି ସେତେବେଳେ ୟୁନିଭର୍ସ ର ଫିକ୍ୟୁୟେନ୍ସି ଲେବଲ ବହୁତ କମ ହୋଇଥାଏ, ତେଣୁ ଏହି ସମୟରେ ଆପଣ ଚିନ୍ତା କରିଥିବା ଅଧିକାଂଶ ବିଷୟ ବସ୍ତୁ ବାସ୍ତବରେ ପରିଣତ ହେବାର ଚାନ୍ସ ରହିଥାଏ । ଯଦି ଆପଣଙ୍କୁ କେଉଁଠାକୁ ଅତିଶୀଘ୍ର ଯାତ୍ରା କରିବାକୁ ଅଛି ମାତ୍ର ଗୋଟେ ରାସ୍ତାରେ ଟ୍ରାଫିକ ଲାଗିଛି ଅନ୍ୟ ରାସ୍ତା ଟି ଫାଙ୍କା ଅଛି ତ ଆପଣ କେଉଁ ରାସ୍ତାରେ ଯିବେ ?
ନିଶ୍ଚିତ ଆପଣ ଯେଉଁଠାରେ ଟ୍ରାଫିକ ନାହିଁ ସେ ରାସ୍ତାରେ ଯିବେ । ସେହିଭଳି ବ୍ରହ୍ମ ମୂହୁର୍ତ୍ତ ସମୟରେ ୟୁନିଭର୍ସ ରେ ଚିନ୍ତାଧାରା ର ଟ୍ରାଫିକ ବହୁତ କମ ରହିଥାଏ । ତେଣୁ ଏହି ସମୟରେ ଆପଣ ଚିନ୍ତା କରିଥିବା ଅର୍ଥାତ ମନସ୍କାମନା କରିଥିବା ଇଛାଶକ୍ତି ବାସ୍ତବ ରେ ପରିଣତ ହେବାର ଅଧିକ ଚାନ୍ସ ରହିଥାଏ । ଏହା ବ୍ୟତୀତ ଶାସ୍ତ୍ର ଅନୁଯାୟୀ ବ୍ରହ୍ମ ମୂହୁର୍ତ୍ତ ର ଅନେକ ଅଲୌକିକତା ରହିଅଛି ଏହି ଉଦାହରଣ ଟି ସେଥି ମଧ୍ୟରୁ ଗୋଟେ ଅଟେ ।
ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।