ସବୁ କାର୍ଯ୍ୟରେ ସଫଳ ହେବାର ରହସ୍ୟ ଜାଣନ୍ତୁ ,ଏହି ଉପାୟରେ

ପ୍ରଭୁ ତୁଳସୀ ଦାସ ଗୋସ୍ୱାମୀ ରାମଚରିତ ମାନସରେ କହି ଯାଇଛନ୍ତି ଯେ , ଯେମିତି ବଡ ବଡ ଜଳାଶୟରେ ମାଛ ମାନେ ଖୁସିରେ ରହିଥାନ୍ତି ,ସେମିତି ପ୍ରଭୁଙ୍କ ସରଣରେ ରହିଥିବା ବ୍ୟକ୍ତିର ଜୀବନରେ କୌଣସି ବାଧା ବିଘ୍ନ ଆସେ ନାହିଁ । ଯେଉଁମାନେ ସର୍ବଦା ନିଜ କର୍ମ ଉପରେ ଭରସା ରଖି ଭଗବାନଙ୍କ ଉପରେ ବିଶ୍ୱାସ ରଖିଥାନ୍ତି ସେମାନଙ୍କୁ କୌଣସି ପ୍ରକାର ବାଧା ଆସିନଥାଏ।

ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କୁ କୌଣସି ସଫଳତା ମିଳୁନାହିଁ ,ତାହାଲେ ଆପଣ ଆପଣଙ୍କର ଚେଷ୍ଟା ନିହାତି ବଦଲେଇବାକୁ ପଡିବ । ଏବେ ଆସନ୍ତୁ ଜାଣିବା ସଫଳତା ପାଇବାର ସେହି ସେହି ଚାରିଟି ମନ୍ତ୍ର ।

ପ୍ରଥମ ମନ୍ତ୍ର: ଭାଗ୍ୟକୁ ଭୁଲି ଯାଆନ୍ତୁ ଓ ନିଜ ଲକ୍ଷ ସ୍ଥିର କରନ୍ତୁ । ଜୀବନରେ କିଛି କଥା ବା ଘଟଣା ସଂଯୋଗ ବଶତଃ ଘଟିଯାଇପରେ, କିନ୍ତୁ ସେହି କଥାକୁ ଆପଣ ଯଦି ସବୁବଳେ ଆନେଇ ବସିବେ ତେବେ ଆପଣ ଆପଣଙ୍କ ଜୀବନରେ କୌଣସି ସଫଳତା ପାଇପାରିବେ ନାହିଁ ।ଯଦି ଆପଣ ଅନିୟମିତତା ଭାବେ ଚେଷ୍ଟା କରିବେ ,ତାହାଲେ ଆପଣ ଦିନେ ନା ଦିନେ ସଫଳତା ପାଇପାରିବେ ।

ଦ୍ୱିତୀୟ ମନ୍ତ୍ର: କାର୍ଯ୍ୟକୁ ଆପଣ ଇଚ୍ଛା ଓ ଉତ୍ସାହର ସହ କରନ୍ତୁ । ଗୋଟିଏ ସଫଳ ବ୍ୟକ୍ତିର ଗାଡି ଚାଲିଥାଏ ତେବେ ,ସେହି ବ୍ୟକ୍ତିର ଆଗ୍ରହ ଓ ଉତ୍ସାହରେ ଟିକେବି ଉନ ନଥାଏ । ଏହି ଇଚ୍ଛା ଓ ଉତ୍ସାହ ଭିରହିଥାଏ ସମର୍ପଣ ଓ ଚେଷ୍ଟା ବଳରେ । ଏହି ସଫଳତାର ଇଚ୍ଛା ଏମିତି ରଖନ୍ତୁ ଯେ, ଯେମିତି ଆପଣଙ୍କର ନାମରିବାର ଇଚ୍ଛା ଥାଏ ।

ତୃତୀୟ ମନ୍ତ୍ର: ସବୁବଳେ ସମାୟାନୁବର୍ତୀ ହୁଅନ୍ତୁ । ସମୟର ମହତ୍ୱ ଆନେକ କାହାଣୀ ଦର୍ଶାଇଥାଏ । ସମୟ ସର୍ବଦା ନିଜ ହିସାବରେ ଚଲିଥାଏ । ସମୟ ସେମାନଙ୍କ ସହ ଠିକ ଚାଲେ ଯେଉଁମାନେ ସମୟର ସହିତ ପାଦଦେଇ ଆଗକୁ ଚାଲିଥାନ୍ତି । ଯେଉଁମାନେ ସମୟର ପଛରେ ବା ସମୟକୁ ଅଣଦେଖା କରନ୍ତି ସେମାନେ ସବୁବକେ ଅସଫଳ ହୋଇ ରହିଯାନ୍ତି । ତେଣୁ ସବୁବଳେ ସମୟ ସହିତ ତାଳଦେଇ ଚାଲିବା ଦରକାର ।

ଚତୁର୍ଥ ମନ୍ତ୍ର: ଯେଉଁସବୁ ଆପଣଙ୍କୁ ଭଲନୁହେଁ ସେହିସବୁକୁ ଆପଣେଇବାକୁ ଚେଷ୍ଟା କରନ୍ତୁ । ଆମ ଜୀବନରେ ଅଲଗା ଅଲଗା ପରିସ୍ଥିତିକୁ ସମ୍ଭାଳିବା ପାଇଁ ଅଲଗା କାର୍ଯ୍ୟ କରିବାକୁ ପଡିଥାଏ । ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହାକି ଆମକୁ ଭଲ ନ ଲାଗିଲେ ମଧ୍ୟ ତାହା ଆମ ଜୀବନ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥଏ । ତେବେ ଯେଉଁ ଜିନିଷ ଭଲ ସେହି ଜିନିଷକୁ ଆପଣଙ୍କ ହିସାବରେ ନୁହେଁ ,ସମସ୍ତଙ୍କ ହିସାବରେ କରିବାକୁ ଚେଷ୍ଟା କରନ୍ତୁ । ଅଧିକାଂଶ ଲୋକଙ୍କ ବ୍ୟକ୍ତିତ୍ୱ ପଥର ଭଳି ହୋଇଥାଏ । ଯାହାକି ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହି ଚାରିଟି ମନ୍ତ୍ରକୁ ଯଦି ଆପଣ ଠିକ ଭବେ ପାଳନ କରିବେ ତେବେ ,ସଫଳତା ଆପଣଙ୍କର ହାତ ମୁଠାରେ ରହିବ । ଆପଣ ସବୁ କାର୍ଯ୍ୟରେ ସଫଳତା ପାଇପାରିବେ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *