ମଣିଷ ଆଜି ପର୍ଯ୍ୟନ୍ତ ଯାହାବି ପାଇଛି ସେ ସବୁ କିଛି ସେ ତାର ମନ, ମସ୍ତିଷ୍କ ଓ ଏହି ଶରୀର ଦ୍ବାରା ହିଁ ପ୍ରାପ୍ତ କରିଛି । ସେ ଯେତେ ବଡ ସଫଳତା ହେଉ ଜ୍ଞାନ ହେଉ ବା ଅସଫଳତା ହିଁ ହେଉ ନା କାହିଁକି । ମଣିଷ ନିଜର ଜ୍ଞାନ ଶରୀର ଓ ତାର ମସ୍ତିଷ୍କ କୁ ଠିକ୍ ଭାବରେ ଉପଯୋଗ କରି ଦୁନିଆ ର ବିଚିତ୍ର ରୁ ବିଚିତ୍ର ଜିନିଷ କୁ ମଧ୍ୟ ପ୍ରାପ୍ତ କରି ପାରିଛି । ଦୁନିଆ ରେ ଏପରି କିଛି ନାହିଁ ଯାହା ଅସମ୍ଭବ ଅଟେ ।
କାରଣ ଜଣେ ବିଖ୍ୟାତ ବୈଜ୍ଞାନିକ ଯାଞ୍ଚ କରି ଏହା ପ୍ରମାଣିତ କରିଛନ୍ତି ଏହି ବିଶ୍ଵ କିଛି ଏପରି କି ଏଠାରେ ଯାହା ସମ୍ଭବ ମଣିଷ ତାହାକୁ ହିଁ କେବଳ କଳନା ବା କଳ୍ପନା କରି ପାରେ । ବନ୍ଧୁଗଣ ଆପଣ ଥରେ ଚିନ୍ତା କରନ୍ତୁ ବର୍ତ୍ତମାନ ସମୟ ରେ ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନ ଯାହା ସାହାର୍ଯ୍ୟ ରେ ମାତ୍ର କିଛି କ୍ଷଣକରେ ହିଁ ଏକ ସ୍ଥାନ ରୁ ଆଉ ଏକ ସ୍ଥାନ କୁ ବାର୍ତ୍ତା ପହଞ୍ଚି ପାରୁଛି ତାହା କଣ ପୂର୍ବରୁ ଆଜକୁ 100 ବର୍ଷ ତଳେ ଲୋକ ଙ୍କୁ ସମ୍ଭବ ଲାଗିଥିବ ?
ଆପଣ ଜାଣି ଆଶ୍ଚର୍ଯ୍ୟ ରେ ପଡ଼ିଯିବେ କି ମଣିଷ କେବଳ ତାର ଚିନ୍ତା ଶକ୍ତି ଦ୍ଵାରା ହିଁ ଏ ବିଶ୍ୱ ର ସବୁ କିଛି ପ୍ରାପ୍ତ କରି ପାରିବ । ମଣିଷ ର ମନ ମସ୍ତିଷ୍କ ହେଉଛି ଏହି ବିଶ୍ଵ ର ସର୍ବ ଶ୍ରେଷ୍ଠ ଅମୂଲ୍ୟ ସମ୍ପଦ । ଆଉ ମଣିଷ ର ଏହି ମନ ମସ୍ତିଷ୍କ ଦିନ ର ଦୁଇଟି ସମୟ ରେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଭାବରେ କାର୍ଯ୍ୟ କରେ । ପ୍ରଥମ ଟି ହେଉଛି ସକାଳେ ନିଦ ରୁ ଉଠିଲା ପରେ ଓ ଦ୍ଵିତୀୟ ଟି ରାତି ଶୋଇବା ର ଠିକ୍ କିଛି ସମୟ ପୂର୍ବରୁ ।
ଏହି ଦୁଇଟି ସମୟ ରେ ମଣିଷ ଯାହା କିଛି ପାଇବା କୁ ଇଚ୍ଛା କରି ନିଜ ମନ ମସ୍ତିଷ୍କ ଭିତରେ ପ୍ରବେଶ କରାଇ ସେ ସେହି ସବୁ କିଛି ପ୍ରାପ୍ତ କରି ପାରେ । ଏପରି ମାତ୍ର ଶୋଇବା ପୂର୍ବରୁ ଓ ନିଦରୁ ଉଠିବା ପରେ ନିଜ ର ଉଜ୍ବଳ ଭବିଷ୍ୟତ ପାଇଁ 10 ମିନିଟ ସମୟ ଦେଇ ଏହି ସକରାତ୍ମକତା ଉର୍ଯା ପ୍ରଦାନ କରି ଶବ୍ଦ କୁ କହିବା ଦ୍ଵାରା ଆପଣ ଦେଖିବେ ଆପଣଙ୍କ ଜୀବନ ବଦଳିଯିବ ।
ଜୀବନରେ ଥିବା ଦୁଃଖ କଷ୍ଟ ନିରାଶା ଓ ଅସଫଳତା ସ୍ଥାନରେ ଜୀବନ ସୁଖ ଶାନ୍ତି ସମୃଦ୍ଧି ସଫଳତା ସୁନ୍ଦର ଶରୀର ଓ ସୁନ୍ଦର ସ୍ବାସ୍ଥ୍ୟ ସବୁକିଛି ଆପଣ ପ୍ରାପ୍ତ କରିବେ । କିନ୍ତୁ ଆପଣ ଙ୍କୁ ଏହା ଧର୍ଯ୍ୟର ସହ ନିୟମିତ ଭାବରେ 15 ଦିନ ଅତି କମରେ ପୂର୍ଣ୍ଣ ବିଶ୍ୱାସ ର ସହ କରିବାର ଅଛି ଓ କହିଲା ବେଳେ ଏପରି ଚିନ୍ତା କରିବାର ଅଛି ଯେପରିକି ଆପଣ ଯାହାକିଛି କହିଛନ୍ତି ସେ ସବୁ କିଛି ବର୍ତ୍ତମାନ ସମୟ ରେ ଆପଣ ପ୍ରାପ୍ତ କରିସାରିଛନ୍ତି ।
ଯେପରିକି ଯଦି ଆପଣ ଏକ ଚାକିରି ପାଇଁ ଇଚ୍ଛା କରୁଛନ୍ତି ତେବେ ଏପରି କୁହନ୍ତୁ କି ମୋର ମୋ ମନ ମୋଟବକ ଏକ ସୁନ୍ଦର ଚାକିରୀ ଟି ହୋଇ ଯାଇଛି ଏବଂ ମୁଁ ଏହି ବିଶ୍ଵ ବ୍ରହ୍ମାଣ୍ଡ ର ରଚୟତା ଙ୍କୁ ତାଙ୍କର ଏହି କୃପା ପାଇଁ ଧନ୍ୟବାଦ ଜଣାଉଛି । ଧନ୍ୟବାଦ, ଏପରି ଆପଣଙ୍କୁ ପୂର୍ଣ୍ଣ ବିଶ୍ୱାସ ର ସହ କହିବାର ଅଛି । ଆପଣ ନିଜ ଇଛନୁସାରେ ମଧ୍ୟ ଯେ କୌଣସି ସକାରାତ୍ମକ ଯୁକ୍ତ ଶବ୍ଦ ନିଜ ମନ ମସ୍ତିଷ୍କ ରେ ପହଞ୍ଚାଇ ପାରିବେ ।
ନଚେତ୍ ଏହି ଶବ୍ଦ କୁ ମଧ୍ୟ ବ୍ୟବହାର କରିପାରିବେ । ମୁଁ ଅତ୍ୟନ୍ତ ଭାଗ୍ୟଶାଳୀ ବ୍ୟକ୍ତି ଅଟେ । ମୋ ଜୀବନ ରେ ମୋତେ ସମସ୍ତ ଦିଗରୁ ସଫଳତା ପ୍ରାପ୍ତ ହେଉଛି । ମୋ ଜୀବନ ରେ ମୋତେ ଦିନ ପ୍ରତିଦିନ ସମସ୍ତ ଦିଗରୁ ମୋ ଆଡ଼କୁ ସୁଖ ଶାନ୍ତି ସମୃଦ୍ଧ ଆକର୍ଷିତ ହୋଇ ଆସୁଛି । ମୁଁ ସମ୍ପୂର୍ଣ୍ଣ ରୂପରେ ସ୍ଵସ୍ଥ ଅଟେ । ମୁଁ ଅତ୍ୟନ୍ତ ସୁନ୍ଦର ଅଟେ । ମୋ ମନରେ କାହା ପ୍ରତି କୌଣସି ରାଗ ଦ୍ୱେଷ ହିଂସା ଅହଙ୍କାର କିଛି ନାହିଁ । ମୁଁ ସମସ୍ତଙ୍କୁ ଅନେକ ସ୍ନେହ ଆଦର ଓ ଭଲପାଇବା ଦିଏ ଓ ତାହାର ବଦଳ ରେ ମଧ୍ଯ ସମସ୍ତେ ମତେ ଅନେକ ଭଲ ପାଇଥାନ୍ତି ।
ମୋ ଜୀବନ ସକରାତ୍ମକତା ରେ ପରି ପୂର୍ଣ୍ଣ ହୋଇ ରହିଛି । ଏହି ସବୁ କିଛି ମୋତେ ମିଳିଥିବାରୁ ମୁଁ ଏହି ବିଶ୍ଵ ରଚୟତା ପରମେଶ୍ବର ଙ୍କୁ ହୃଦୟ ର ଗଭୀରତା ରୁ ଧନ୍ୟବାଦ ଜଣାଉଛି । ଧନ୍ୟବାଦ । ଧନ୍ୟବାଦ । ଧନ୍ୟବାଦ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗୁଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ନିଜର ପ୍ରିୟ ଲୋକ ମାନଙ୍କ ନିକଟକୁ ପଠାଇବାକୁ ଭୁଲିବେନି । ଧନ୍ୟବାଦ