ରାତିରେ ଭଲ ନିଦ କେମିତି ହେବ ? ଜାଣନ୍ତୁ ଏ ନେଇ କଣ କୁହନ୍ତି Dr Pranab Mahapatra

ବର୍ତ୍ତମାନ ର ସମୟ ରେ ଲୋକ ମାନଙ୍କର ଜୀବନ ଶୈଳୀ କିଛି ଏପରି ହୋଇଯାଇଛି, ଯାହା ଫଳରେ ସମସ୍ତେ ଭିନ୍ନ ଭିନ୍ନ ରୋଗ ରେ କଷ୍ଟ ଯନ୍ତ୍ରଣା ମାନ ଭୋଗ କରୁଛନ୍ତି । ତହସାହ ଆଜିର ସାମୀରେ ଅଧିକାଂଶ ଲୋକ ଙ୍କର ଏହା ସମସ୍ଯା ରହୁଛି କି ସେମାନଙ୍କୁ ରାତିରେ ଠିକ ଭାବରେ ନିଦ ହେଉ ନାହିଁ । ଏହା କାରଣ ରୁ ମଧ୍ୟ ଅନେକ ଭିନ୍ନ ଭିନ୍ନ ରୋଗ ସୃଷ୍ଟି ହେଉଛି । ବନ୍ଧୁଗଣ କିଛି ରୋଗ ଏପରି ଅଛି ଯାହା କାରଣ ରୁ ନିଦ ଠିକ ଭାବରେ ହୋଇ ନଥାଏ ।

ତାହାସହ ଠିକ ଭାବରେ ନ ଶୋଇବା କାରଣ ରୁ ମଧ୍ୟ କିଛି ରୋଗ ମଣିଷ କୁ ମଧ୍ୟ ହୋଇଥାଏ । ତେଣୁ ପ୍ରତ୍ଯେକ ମଣିଷ ପାଇଁ ଏକ ଭଲ ନିଦ ନିହାତି ଆବଶ୍ୟକ । ଏକ ସାଧାରଣ ମଣିଷ କୁ ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ଅତିକମ ରେ ୭ ରୁ ୮ ଘଣ୍ଟା ନିହାତି ଶୋଇବା ଦରକାର । ବେଳେ ବେଳେ କିଛି ଲୋକ ଙ୍କୁ ଦେଖା ଯାଇଥାଏ କି ସେମାନେ ନିଜକୁ ସୁସ୍ଥ ରଖିବାକୁ ଯାଇ ଅଧିକ ରୁ ଅଧିକ ସମୟ ଧରି ଶୋଇ ରହିଥାନ୍ତି ।

କିନ୍ତୁ ଅଧିକ ସମୟ ଧରି ଶୋଇ ରହିବା ମଧ୍ୟ ଉଚିତ ହୋଇ ନଥାଏ । ନିଦ ନ ହେବା କାରଣ ରୁ ଅନେକ ଲୋକ ରାତିରେ ଉଠି ସୋସିଆଲ ମିଡିଆ ଓ ଇନ୍ଟରନେଟ ରେ ସମୟ ଅତିବାହିତ କରିଥାନ୍ତି । କିନ୍ତୁ ବାସ୍ତବରେ ଅଧିକତର ନିଦ ନ ହେବାର କାରଣ ଇନ୍ଟରନେଟ ଓ ସୋସିଆଲ ମିଡିଆ ହିଁ ହୋଇଥାଏ । ଓ ତାହାସହ ମଣିଷ ନିଜେ ମଧ୍ୟ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ସୁସ୍ଥ ରହିବାକୁ ଚାହାନ୍ତି ଓ ଏକ ରାତିରେ ଭଲ ନିଦ ଶୋଇବା ପାଇଁ ଚାହୁଛନ୍ତି, ତେବେ ସର୍ବ ପ୍ରଥମେ ଆପଣଙ୍କୁ ଏହା ପାଇଁ ନିଜକୁ ମାନସିକ ସ୍ତର ରୂପେ ପ୍ରସ୍ତୁତ କରିବାକୁ ହେବ । ନିଜର ଦୈନଦିନ ଜୀବନ ଶୈଳୀରେ କିଛି ପରିବର୍ତ୍ତନ ଆଣିବାକୁ ପଡିବ । ଯେପରି କି ପ୍ରଥମେ ନିଜର ଖାଦ୍ୟ ଉପରେ ବିଶେଷ ଯତ୍ନ ଦେବାକୁ ପଡିବ ।

ରାତିରେ କୌଣସି ପ୍ରକାରର ହେବି ଖାଦ୍ୟ ର ସେବନ କରିବା ଦ୍ଵାରା ଖାଦ୍ୟ ଭଲ ଭାବରେ ହଜମ ହୋଇ ପାରେ ନାହିଁ । ଫଳରେ ନିଦ ହୋଇ ନଥାଏ । ତେଣୁ ରାତିରେ ଖାଦ୍ୟ ଖାଇବା ସମୟ ରେ ଏହି ବିଷୟ ଗୁଡିକ ଉପରେ ବିଶେଷ ଭାବରେ ଗୁରୁତ୍ଵ ଦେବାକୁ ପଡିଥାଏ । ତାହାସହ ସବୁବେଳେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇନେବା ଉଚିତ ।

ଶୋଇବା ପୂର୍ବରୁ ଘଣ୍ଟା ବା ଦୁଇ ଘଣ୍ଟା ପୂର୍ବରୁ କୌଣସି ପ୍ରକାର ବ୍ଲୁ ଲାଇଟ ଜନିତ ଡିଭାଇସ ରୁ ଦୂରରେ ରହିବା ଉଚିତ । ଯେପରିକି ମୋବାଇଲ, କମ୍ପୁଟର ଓ ଟିଭି ଇତ୍ୟାଦି । ଭଲ ନିଦ ପାଇଁ କିଛି ଶାରୀରିକ ପରିଶ୍ରମ ମଧ୍ୟ କରିବା ଉଚିତ । ଆପଣ ଯଦି ଦିନରେ କୌଣସି କିଛି ଶାରୀରିକ ପରିଶ୍ରମ କରି ପାରୁ ନାହାନ୍ତି, ତେବେ ଆପଣ ସକାଳେ ଉଠି କିଛି ସମୟ ଧରି ଯୋଗ ବ୍ୟାୟାମ ନିଶ୍ଚୟ କରନ୍ତୁ ।

ତାହାସହ ରାତିରେ ଶୋଇବା ପୂର୍ବରୁ କିଛି ବହି ଆଦି ପଢିବା ଦ୍ଵାରା ମଧ୍ୟ ଭଲ ନିଦ ସମ୍ଭବପର ହୋଇପାରେ । ଏହି ସବୁ କରିବା ପରେ ମଧ୍ୟ ଆପଣ ଙ୍କର ନିଦ ହେଉ ନାହିଁ, ତେବେ ଅଧିକ ବିଳମ୍ବ ନ କରି ଯଥା ଶୀଘ୍ର ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *