ରକ୍ତହୀନତା ଦୂର ପାଇଁ ଖାଆନ୍ତୁ ଏହି ଖାଦ୍ୟ ! (Dr Sunita Sahoo)

ବନ୍ଧୁଗଣ ଆନିମିଆ ବା ରକହୀନତାକୁ ଡାକ୍ତରଙ୍କ ଭାଷାରେ ସାଇଲେନ୍ଟ ରୋଗ ବୋଲି କୁହାଯାଏ । କାରଣ ଲୋକେ ଜାଣି ପାରନ୍ତି ନାହି କି ସେମନଙ୍କର ହିମୋଗ୍ଲୋବିନ କମ ରହିଥାଏ । ପୁରୁଷଙ୍କ କ୍ଷେତ୍ରରେ ହିମୋଗ୍ଲୋବିନ ଲେବଲ ୧୨ରୁ ୧୫ ମଧ୍ୟରେ ରହିଥାଏ ତେବେ ତାହାକୁ ରକ୍ତହୀନତା ବୋଲି କୁହାଯାଏ । ସେହିପରି ମହିଳାଙ୍କ କ୍ଷେତ୍ରରେ ହିମୋଗ୍ଲୋବିନ ୧୨ରୁ ୧୫ ମଧ୍ୟରେ ରହିବା ଜରୁରୀ । ଯଦି ମହିଳାଙ୍କର ୧୨ରୁ ତଳକୁ ହିମୋଗ୍ଲୋବିନ ଲେବଲ ରୁହେ ତେବେ ରକ୍ତହିନତାର ଶିକାର ହୋଇଥାନ୍ତି । ଏହାର ଅନେକ ଗୁଡିଏ କାରଣ ରହିଛି ।

ଯେମିତିକି ଖାଦ୍ୟରେ ଆଇରନ କମ ରହିଥାଏ, ଭିଟାମିନ-ବି୧୨ ଖାଦ୍ଯରେ କମ ରହିଥାଏ, ଫଳିକ ଏସିଡ କମ ରହିଥାଏ, ଯଦି ପେଟରେ କୌଣସି ଅଲସରା ରହିଛି, ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଛି ତେବେ ରକ୍ତହୀନତା ଦେଖା ଯାଇଥାଏ । ଗର୍ଭବତୀ ମହିଳାଙ୍କ ଠାରେ ହିମୋଗ୍ଲୋବିନ କମ ଥିଲେ ରକ୍ତହୀନତା ଦେଖାଯାଏ । ପ୍ରାୟତ ହିମୋଗ୍ଲୋବିନ ଟେଷ୍ଟ ଅନେକ ଲୋକ କରନ୍ତି ନାହି ଯାହା କାରଣରୁ ସେମାନେ ରକ୍ତହୀନତାର ଶିକାର ହୋଇଛନ୍ତି ଜାଣି ପାରନ୍ତି ।

ଯଦି ଦୁର୍ବଳ ଲାଗୁଛି, ମୁଣ୍ଡ ବୁଲାଉଛି ବ କୌଣସି କାମରେ ମନ ଲାଗୁ ନାହି, ଆଖି ତଳ ଧଳା ହେବା, ମୁହଁ ସେତ ପଡିଛି ସେହି କ୍ଷେତ୍ରରେ ହିମୋଗ୍ଲୋବିନ ଟେଷ୍ଟ କରିବା ଦରକାର । ଯଦି ହିମୋଗ୍ଲୋବିନ କମ ରହିଥାଏ ତେବେ ଆଇରନ ଯୁକ୍ତ ଖାଦ୍ୟ ଅଧିକ ଖାଇବା ଉଚିତ । ଲୌହ ସାରା ଖାଦ୍ୟ ଯେମିତିକି କାର୍ବୋ ହାଇଡ୍ରେଡ ଯୁକ୍ତ ଖାଦ୍ୟ ଯେମିତିକି ନାଲି ଚୂଡା, ଚୁଆଲ ଆଇରନ ଭରପୁର ମାତରରେ ରହିଥାଏ । ଏହା ସହ ରାଗିରେ ଆଇରନ ଅଧିକ ରହିଥାଏ । ଆମିଷ ଭିତରେ ଚିକେନର କଲିଜା, ସମୁଦ୍ର ମାଛ ଓ ଚିଙ୍ଗୁଡିରେ ଆଇରନ ଅଧିକ ରହିଥାଏ ।

ଫଳ ମଧ୍ୟରେ ସେଓ, ଡାଳିମ୍ବ, ପାଳଙ୍ଗ ଶାଗ, ସଜନା ଶାଗ ଆଦିରେ ଅଧିକ ଆଇରନ ରହିଥାଏ । ଗଜାମୁଗ, କିସ୍ମିସ, ଖଜୁରୀ, ଆପ୍ରିକୋଟରେ ଭରପୁର ମାତ୍ରାରେ ଆଇରନ ରହିଥାଏ । ଯେତେବେଳେ ଆଇରନ ଯୁକ୍ତ ଖାଡୁ ଖାଉଛନ୍ତି ସେହି ସମୟରେ ଭିଟାମିନ-ସି ବଟିକା ଓ ଖାଦ୍ୟ ଖାଇବା ଉଚିତ । ଭିଟାମିନ-ସି ରେ ଖଟା ଫଳ ଯେମିତିକି ପିଜୁଳି, ଲେମ୍ବୁ, ଅଁଳା ଖାଇବା ଉଚିତ । ଏହା ସହ ଲୁହା କଢେଇରେ ଖାଦ୍ୟ ପ୍ରସ୍ତୁତ କରିବା ଆଉଚିତ । ଅଧିକ ଚାହା, କଫି ସେବନ କରିବା ଅନୁଚିତ ।

ଅଧିକ କୋଲଡ୍ରିଂକ୍ସ ବା ତେଲ ଜାତୀୟ ଖାଦ୍ୟ ବା ମଦ୍ୟପାନ ସେବନ କରିବା ଅନୁଚିତ । ଏହା ସହ ଯୋଗ ବା ବ୍ୟାୟାମ କରିବା ନିହାତି ଜରୁରୀ । ସକାଳୁ ଉଠିବା ପରେ ଆଇରନ ଯୁକ୍ତ ଖାଦ୍ଯ ଯେମିତିକି ଆମଲା ଜୁସ ଉଷୁମ ପାଣିରେ ସେବନ କରିବା ଆଉଚିତ । ଏହା ସହ ଡ୍ରାଏ ଫ୍ଡ଼ୁସ ଯେମିତିକି ଆଲମଣ୍ଡ, କିସମିସ ଖାଇବା ଉଚିତ । ବ୍ରେକଫାଷ୍ଟରେ ନାଲି ଚୂଡା ସହ ଗୁଡ, କଦଳୀ ଖାଇ ପାରିବେ । ଇଡଲୀ, ଚକୁଳି, ମଟର ତରକାରୀ, ରୁଟି, ଦହିର ସେବନ କରିବା ଉଚିତ । ଅଧିକ ଗାଜର, ସାଲାଟ ଆଡ କରିବେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *