ରାଗକୁ କଣ୍ଟ୍ରୋଲ କରିବେ କିପରି ? ଜାଣନ୍ତୁ 5 ଟି ଉପାୟ- Dr Satyakam Mohapatra

ବନ୍ଧୁଗଣ, ରାଗକୁ କେମିତି କଣ୍ଟ୍ରୋଲ କରିବେ, ତାହାର କିଛି ନିର୍ଦ୍ଧିଷ୍ଟ କୌଶଳକୁ ଆପଣଙ୍କୁ ବୃଦ୍ଧି କରିବାକୁ ପଡ଼ିବ । ଏବଂ ଏହାର କିଛି ନିର୍ଦ୍ଧିଷ୍ଟ ଉପାୟ ଅଛି ଆଜି ଆମ୍ଭେ ଆପଣ ମାନଙ୍କୁ ତାହା ସମ୍ବନ୍ଧରେ କହିବାକୁ ଯାଉଅଛୁ । ୧- ଯଦି ଆପଣଙ୍କୁ କୌଣସି ଏକ ପରିସ୍ଥିତି ରେ ଅଥବା କୌଣସି ଏକ ଲୋକ ସାମ୍ନାରେ ଆପଣଙ୍କୁ ରାଗ ଲାଗୁଛି ଆପଣ ଜାଣିପାରୁଛନ୍ତି ଯେ ମୋତେ ରାଗ ଲାଗୁଛି । ସେହି ସମୟରେ ଆପଣ ହଠାତ ରିଆକ୍ସନ୍ ନ କରି କି କିଛି ସମୟ ଆପଣ ଚୁପ୍ ହୋଇ ରହି ଯାଆନ୍ତୁ । ଏହାପରେ କିଛି ସମୟ ପରେ ଆପଣ ରିଆକ୍ସନ୍ ଦିଅନ୍ତୁ ଦେଖିବେ ଆପଣଙ୍କ ରାଗ କମ୍ ଆସିବ ।

୨- ଜଦି ଆପଣ ଜାଣିଛନ୍ତି କି ଏହି ଲୋକ ସହ ଆଜି ମୋର କଥା ହେବାର ଅଛି ଅଥବା ଏହି ପରିସ୍ଥିତି କୁ ସାମ୍ନା କରିବାକୁ ଅଛି, କିନ୍ତୁ ସେହି situation ରେ ମତେ ରାଗ ଲାଗିବ ହିଁ ଲାଗିବ । ସେହିଭଳି ପରିସ୍ଥିତି ରେ ଆପଣ କିଭଳି ଭାବରେ ନିଜର ବ୍ୟବହାର କୁ ବଦଳାଇ ପାରିବେ ଅର୍ଥାତ କିଭଳି ଭାବରେ ଆପଣ କଥା ଟିକୁ ବନେଇକି କହିବେ ଯାହା ଫଳରେ କି ଅନ୍ୟ ଲୋକ ଟି ମଧ୍ୟ ସେହି ପରିସ୍ଥିତିରେ ଆପଣଙ୍କ ଉପରେ ରାଗିବ ନାହିଁ । ଏହାଫଳରେ  ଆପଣଙ୍କ ମଧ୍ୟରେ ଯୁକ୍ତି ତର୍କ କମିଯିବ ।

୩- ଯେତେବେଳେ ଆପଣଙ୍କୁ ଲାଗୁଛି କି ମତେ ରାଗ ଲାଗୁଛି ସେହି ସମୟରେ ଆପଣ deep breath ବା ଯୋଗ, ପ୍ରାଣାୟମ କରି ପାରିବେ । ଲମ୍ବା ଲମ୍ବା ଆପଣ ପ୍ରଶ୍ୱାସ ନେବେ ଏବଂ କିଛି ସମୟ ଭିତରେ ରଖି ପାଟି ବାଟେ ନିଃଶ୍ୱାସ ଛାଡ଼ିବେ । ଏହି ବ୍ୟାୟାମ ଟି କୁ ଆପଣ ଯେତେବେଳେ ରାଗ ଲାଗୁଛି ସେହି ସମୟରେ କରି ଦେଖନ୍ତୁ ଦେଖିବେ ଆପଣଙ୍କ ରାଗ ବହୁତ ମାତ୍ରାରେ କମ ହୋଇଯିବ ।

୪- ଯେଉଁ ପରିସ୍ଥିତି ରେ ଆପଣଙ୍କୁ ବହୁତ ରାଗ ଲାଗୁଛି ଅଥବା ଆପଣ ଜାଣି ସାରିଲେଣି ମୁଁ ବହୁତ ରାଗି ସାରିଲିଣି ରାଗିବା କଣ୍ଟ୍ରୋଲ ହେଉନି ସେହି ସମୟରେ କିଛି ସମୟ ପାଇଁ ଆପଣ ସେହି ଜାଗା ଟି ଛାଡ଼ିକି ଯିବାକୁ ଚେଷ୍ଟା କରନ୍ତୁ । ଆପଣ ଅଲଗା କିଛି କାମ ରେ ବ୍ୟସ୍ତ ରୁହନ୍ତୁ । କିଛି ସମୟ ପରେ ଆପଣ ଫେରିକି ଆସି ଦେଖିବେ ଯେତିକି ଆପଣଙ୍କୁ ରାଗ ଲାଗୁଥିଲା ଆପଣଙ୍କ ରାଗ କମି ଯାଇଥିବ । ଯଦି ଆପଣ ସେହି ପରିସ୍ଥିତିରେ ବାହାରକୁ ଯାଇ ପାରୁ ନାହାଁନ୍ତି ତେବେ ଆପଣ ଚୁପ ରହି ମନ ଭିତରେ ୧୦୦ ରୁ ୧ ଯାଏଁ ଗଣନ୍ତୁ ଦେଖିବେ ଆପଣଙ୍କ ରାଗ କମିଯିବ ।

୫- ଆପଣଙ୍କୁ ରାଗ ଲାଗୁଥିବା ସମୟରେ ନିଜକୁ ୫ ଟି ଜିନିଷ ଯାହା ଆପଣ ଦେଖି ପାରୁଥିବେ ଦେଖି ପାରିଲା ଭଳି ୫ ଟି ଜିନିଷ ଆପଣ ମନରେ ଭାବନ୍ତୁ । ଦେଖିବେ ଆପଣଙ୍କ ରାଗ କଣ୍ଟ୍ରୋଲ କୁ ଆସିଯିବ । ଏହାପରେ ଯଦି ଆପଣ ଅନୁଭବ କରୁଛନ୍ତି କି ରାଗ କଣ୍ଟ୍ରୋଲ ହୋଇପାରୁନି । ତେବେ ଆପଣ ମାନସିକ ବିଶେଷଜ୍ଞ ଙ୍କ ପରାମର୍ଶ କରିପାରିବେ । ଯଦି ଆପଣଙ୍କ ମନରେ ରାଗ ବହୁତ ମାତ୍ରାରେ ଆସୁଛି, ଆପଣଙ୍କ ରିଲେସନସିପ୍ ରେ ଅସୁବିଧା ହେଉଛି, ଏହା ଆପଣଙ୍କ ଚାକିରି ଉପରେ ପ୍ରଭାବ ପକାଉଛି, ତାହେଲେ ଆପଣ କେବେ ମଧ୍ୟ ଏହାକୁ ବେଖାତିର କରନ୍ତୁ ନାହିଁ ଅଥବା ମନ ଭିତରେ ଚାପି ରଖନ୍ତୁ ନାହିଁ ।

ତୁରନ୍ତ ଡ଼ାକ୍ତର ଙ୍କ ପରାମର୍ଶ ନିଅନ୍ତୁ ନିଜେ ରାଗ ନିୟନ୍ତ୍ରଣ କରିବାର ଉପାୟମାନ ଅବଲମ୍ବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *